Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 6:29 - ପବିତ୍ର ବାଇବଲ

29 “ଯାଜକ ପରିବାରରୁ ଯେକୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ; ତାହା ମହାପବିତ୍ର।

Gade chapit la Kopi

ଓଡିଆ ବାଇବେଲ

29 ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ; ତାହା ମହାପବିତ୍ର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ; ତାହା ମହାପବିତ୍ର।

Gade chapit la Kopi




ଲେବୀୟ ପୁସ୍ତକ 6:29
7 Referans Kwoze  

ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରତ୍ୟେକ ପୁରୁଷ ପବିତ୍ର ସ୍ଥାନରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହେବ।


“ହାରୋଣ ଓ ତାଙ୍କ ପୁତ୍ରଗଣଙ୍କୁ କୁହ, ପାପରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ପଶୁବଳି ଉତ୍ସର୍ଗ କରିବାର ବ୍ୟବସ୍ଥା। ଯେଉଁ ସ୍ଥାନରେ ହୋମବଳି ଉତ୍ସର୍ଗ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପମୋଚନ ପାଇଁ ପଶୁ ଉତ୍ସର୍ଗ କରାଯିବ। ଏହା ମହାପବିତ୍ର ଅଟେ।


ଯେଉଁ ଯାଜକ ପାପମୋଚନ ପଶୁବଳି ଉତ୍ସର୍ଗ କରିବ, ସେ ତାହା ଭୋଜନ କରିବ, କିନ୍ତୁ ସେ ସମାଗମ-ତମ୍ବୁ ପ୍ରାଙ୍ଗଣର ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭକ୍ଷ୍ୟଣ କରିବ।


“ଯାଜକ ପରିବାର ମଧ୍ୟରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରି ପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।


ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରୀଗୁଡ଼ିକ ଅଛି ସେସବୁ ପବିତ୍ର କୋଠରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସବୁ ଭୋଜନ କରିବେ। ଆଉ ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସବୁ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସେହି ସ୍ଥାନ ଅତି ପବିତ୍ର ଅଟେ।


‘ମନେକର ଜଣେ ମନୁଷ୍ୟ କିଛି ମାଂସ ତା'ର ପୋଷାକର ଭାଙ୍ଗରେ ନିଏ। ଏହା ପବିତ୍ର ହେବ କାରଣ ଏହି ମାଂସ ବଳିଦାନର ଏକ ଅଂଶ ବିଶେଷ। କ’ଣ ସେହିସବୁ ବସ୍ତ୍ର ଯଦି ରୋଟୀ, ରନ୍ଧାଖାଦ୍ୟ, ତେଲ କି ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ ସ୍ପର୍ଶ କରେ ତେବେ ସେ ସବୁ କ’ଣ ପବିତ୍ର ହୋଇଯିବ?’” ଯାଜକ ଉତ୍ତର ଦେଲେ, “ନାଁ,” ତାହା ହୋଇ ପାରିବ ନାହିଁ।


Swiv nou:

Piblisite


Piblisite