Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 6:26 - ପବିତ୍ର ବାଇବଲ

26 ଯେଉଁ ଯାଜକ ପାପମୋଚନ ପଶୁବଳି ଉତ୍ସର୍ଗ କରିବ, ସେ ତାହା ଭୋଜନ କରିବ, କିନ୍ତୁ ସେ ସମାଗମ-ତମ୍ବୁ ପ୍ରାଙ୍ଗଣର ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭକ୍ଷ୍ୟଣ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ଵୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।

Gade chapit la Kopi

ଓଡିଆ ବାଇବେଲ

26 ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ବୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ବୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।

Gade chapit la Kopi




ଲେବୀୟ ପୁସ୍ତକ 6:26
14 Referans Kwoze  

“ଆମ୍ଭର ଲୋକମାନଙ୍କ ପାପଗୁଡ଼ିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସେମାନେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବାରେ ଲୋଭୀ।


ସେ ମୋତେ କହିଲେ, “ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ। ସେମାନେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହା ସବୁ ଆଣିବା ଦରକାର ନାହିଁ।”


ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରୀଗୁଡ଼ିକ ଅଛି ସେସବୁ ପବିତ୍ର କୋଠରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସବୁ ଭୋଜନ କରିବେ। ଆଉ ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସବୁ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସେହି ସ୍ଥାନ ଅତି ପବିତ୍ର ଅଟେ।


“ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସେମାନେ ସମାଗମ-ତମ୍ବୁର ପ୍ରାଙ୍ଗଣ ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାଡ଼ି ବିନା ତାକୁ ଭକ୍ଷ୍ୟଣ କରିବେ।


ଏହା ପରେ ମୋଶା ପବିତ୍ର ତମ୍ବୁର ଓ ଯଜ୍ଞବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମୋଶା ଏହିପରି କାର୍ଯ୍ୟମାନ ସମାପ୍ତ କଲେ।


ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସେବକ ସେମାନେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବେଦୀର ସେବାରେ ନିଯୁକ୍ତ ସେମାନେ ବେଦୀକୁ ଅଣାଯାଇଥିବା ନୈବେଦ୍ୟରୁ କିଛି ଭାଗ ପାଆନ୍ତି।


ଶସ୍ୟ ନୈବେଦ୍ୟ ବିନା ତାଡ଼ିରେ ପାକ କରାଯିବ। ମୋତେ ଦିଆଯାଇଥିବା ଉପହାରରୁ କିଛି ଅଂଶ ଯାଜକମାନଙ୍କୁ ଦେଇଅଛି। ତାହା ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ମହାପବିତ୍ର ରୂପେ ବ୍ୟବହାର କରାଯିବା ଉଚିତ୍।


“ଯାଜକ ପରିବାରରୁ ଯେକୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ।


ପାପାର୍ଥକ ବଳି ଯେଉଁପରି, ଦୋଷାର୍ଥକ ବଳି ମଧ୍ୟ ସେହିପରି। ଯେଉଁ ଯାଜକ ସେହି ପ୍ରାୟଶ୍ଚିତ କରେ, ତାହା ତାଙ୍କର ହେବ। ଦୁଇଟିର ବ୍ୟବସ୍ଥା ଏକ।


Swiv nou:

Piblisite


Piblisite