Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 6:22 - ପବିତ୍ର ବାଇବଲ

22 “ହାରୋଣଙ୍କ ପରେ ତାଙ୍କର ଭବିଷ୍ୟ‌ଦ୍‌ ବଂଶଧରମାନଙ୍କ ମଧ୍ୟରୁ ଯେ ତାଙ୍କ ପଦରେ ଅଭିଷିକ୍ତ ଯାଜକ ହେବ, ସେ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକାରେ ତାହା ସଦାସର୍ବଦା କରାଯିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଏଉତ୍ତାରେ ହାରୋଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ, ସେ ତାହା ଉତ୍ସର୍ଗ କରିବ; ଏହା ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ।

Gade chapit la Kopi

ଓଡିଆ ବାଇବେଲ

22 ଏଥିଉତ୍ତାରେ ହାରୋଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ, ସେ ତାହା ଉତ୍ସର୍ଗ କରିବ; ଏହା ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏଥିଉତ୍ତାରେ ହାରୋଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ, ସେ ତାହା ଉତ୍ସର୍ଗ କରିବ; ଏହା ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ।

Gade chapit la Kopi




ଲେବୀୟ ପୁସ୍ତକ 6:22
13 Referans Kwoze  

ଆହୁରି ମଧ୍ୟ ଯେତେବେଳେ ସେହି ଅନ୍ୟ ଯାଜକମାନେ ମରିଗଲେ, ସେମାନେ ଆଉ ଯାଜକ ହୋଇ ରହି ପାରିଲେ ନାହିଁ। ଏଥିପାଇଁ ସେହି ଯାଜକମାନଙ୍କ ଭିତରୁ ଅନେକ ସେଠାରେ ଥିଲେ।


ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ।


ଏହା ପରେ ଇସ୍ରାଏଲ ସନ୍ତାନଗଣ ବେରୋତ୍-ବନେୟାକନଠାରୁ ମୋଷେରତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ। ପୁଣି ତାଙ୍କର ପୁତ୍ର ଇଲିୟାସର ତାଙ୍କ ପଦରେ ଯାଜକ କର୍ମ କଲା।


“ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ତେବେ ସେ ଗୋଟିଏ ନିଖୁଣ ବାଛୁରି ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।


ଏହି ବିଧି ପ୍ରତ୍ୟେକ ଗୃହରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ୟ‌ଦ୍‌ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀୟ ହେବ। ତୁମ୍ଭେମାନେ ଯେଉଁଠାରେ ରୁହ ନା କାହିଁକି ମେଦ କିମ୍ବା ରକ୍ତ ଭୋଜନ କରିବ ନାହିଁ।”


ପଲମରେ ତାହା ତୈଳମିଶ୍ରିତ ହୋଇ ପ୍ରସ୍ତୁତ କରାଯିବ। ପାକ ହେଲେ ତୁମ୍ଭେ ତାକୁ ଭିତରକୁ ଆଣିବ, ସେହି ନୈବେଦ୍ୟର ଖଣ୍ଡ ଖଣ୍ଡ ପକ୍ୱାନ୍ନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ସେହି ଆଘ୍ରାଣ ତାଙ୍କର ତୁଷ୍ଟିଜନକ ହେବ।


ପୁଣି ଯାଜକର ପ୍ରତ୍ୟେକ ଶସ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ଦ‌‌‌‌ଗ୍‌‌‌‌ଧ ହେବ, ତାହା ଭୋଜନ କରାଯିବ ନାହିଁ।”


ସେହି ଶାସକ ଛାଗ ମସ୍ତକରେ ହାତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ, ତାହା ହେବ ପାପାର୍ଥକ ନୈବେଦ୍ୟ।


ଯାଜକଗଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହୋମବଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ଯଜ୍ଞବେଦି ପାର୍ଶ୍ୱରେ ରଖିବା ଉଚିତ୍।


ତା'ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସେହି ଭସ୍ମକୁ ଛାଉଣି ବାହାରେ ଏକ ଶୁଚି ସ୍ଥାନକୁ ନେଇଯିବ।


“ଆମ୍ଭର ଲୋକମାନଙ୍କ ପାପଗୁଡ଼ିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସେମାନେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବାରେ ଲୋଭୀ।


Swiv nou:

Piblisite


Piblisite