Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 6:21 - ପବିତ୍ର ବାଇବଲ

21 ପଲମରେ ତାହା ତୈଳମିଶ୍ରିତ ହୋଇ ପ୍ରସ୍ତୁତ କରାଯିବ। ପାକ ହେଲେ ତୁମ୍ଭେ ତାକୁ ଭିତରକୁ ଆଣିବ, ସେହି ନୈବେଦ୍ୟର ଖଣ୍ଡ ଖଣ୍ଡ ପକ୍ୱାନ୍ନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ସେହି ଆଘ୍ରାଣ ତାଙ୍କର ତୁଷ୍ଟିଜନକ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ, ସିକ୍ତ ହେଲେ ତୁମ୍ଭେ ତାହା ଭିତରକୁ ଆଣିବ; ସେହି ଭକ୍ଷ୍ୟ-ନୈବେଦ୍ୟର ଖଣ୍ତ ଖଣ୍ତ ପକ୍ଵାନ୍ନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Gade chapit la Kopi

ଓଡିଆ ବାଇବେଲ

21 ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ, ଓଦା ହେଲେ ତୁମ୍ଭେ ତାହା ଭିତରକୁ ଆଣିବ; ପୁଣି ସେହି ରନ୍ଧନ କରାଯାଇଥିବା ଭକ୍ଷ୍ୟ ନୈବେଦ୍ୟର ଖଣ୍ଡ ଖଣ୍ଡ ଖାଦ୍ୟ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ, ଓଦା ହେଲେ ତୁମ୍ଭେ ତାହା ଭିତରକୁ ଆଣିବ; ପୁଣି ସେହି ରନ୍ଧନ କରାଯାଇଥିବା ଭକ୍ଷ୍ୟ ନୈବେଦ୍ୟର ଖଣ୍ଡ ଖଣ୍ଡ ଖାଦ୍ୟ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Gade chapit la Kopi




ଲେବୀୟ ପୁସ୍ତକ 6:21
8 Referans Kwoze  

ପୁଣି ଯଦି ନୈବେଦ୍ୟ କରେଇରେ ସେକା ହୋଇଥିବା ପିଠା ହୁଏ, ତେବେ ଏହା ନିଶ୍ଚିତ ତାଡ଼ିଶୂନ୍ୟ ସରୁ ମଇଦାରୁ ତିଆରି ହୋଇ ତୈଳରେ ଭଜା ହୋଇ ତିଆରି ହୋଇଥିବ।


ପ୍ରତ୍ୟେକ ଶସ୍ୟ ନୈବେଦ୍ୟ ଯାହା ତୁନ୍ଦୁରରେ ବା କରେଇରେ ପକ୍ୱ କରାଯାଏ, ସେସବୁ ଉତ୍ସର୍ଗକାରୀ ଯାଜକର ହେବ।


ମତ୍ତଥିୟ ନାମକ ଜଣେ ଲେବୀୟ ଥିଲେ, ଯିଏ କି ନୈବେଦ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ରୋଟୀ ସେକିବାର କାର୍ଯ୍ୟ କରୁଥିଲେ। ମତ୍ତଥିୟ ଶଲ୍ଲୁ‌ମ୍‌ଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ଶଲ୍ଲୁମ୍ କୋରହ ବଂଶଜ ଥିଲେ।


“ହାରୋଣଙ୍କ ପରେ ତାଙ୍କର ଭବିଷ୍ୟ‌ଦ୍‌ ବଂଶଧରମାନଙ୍କ ମଧ୍ୟରୁ ଯେ ତାଙ୍କ ପଦରେ ଅଭିଷିକ୍ତ ଯାଜକ ହେବ, ସେ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକାରେ ତାହା ସଦାସର୍ବଦା କରାଯିବା ଉଚିତ୍।


କେହି ଯେବେ ସଦାପ୍ରଭୁଙ୍କୁ ପ୍ରଶଂସା କରିବାକୁ ମଙ୍ଗଳାର୍ଥକ ବଳି ଆଣେ, ତେବେ ସେ ତେଲରେ ଛଣା ହୋଇଥିବା ମଙ୍ଗଳାର୍ଥକ ବଳି ସହିତ ତାଡ଼ିଶୂନ୍ୟ ରୋଟୀ, ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳି ଓ ସରୁ ମଇଦାର ତୈଳମିଶ୍ରିତ ପକ୍ୱପିଠା ଉତ୍ସର୍ଗ କରିବ।


ମନ୍ଦିରର ମେଜ ଉପରେ ବିଶେଷରୋଟୀ ରଖିବାର ଦାୟିତ୍ୱ ସେମାନଙ୍କର ଥିଲା। ଆହୁରି ମଧ୍ୟ, ସେମାନଙ୍କର ମଇଦା, ଶସ୍ୟ ନୈବେଦ୍ୟ ଓ ଖମୀରଶୂନ୍ୟ ରୋଟୀ ପ୍ରସ୍ତୁତ କରିବାର ଦାୟିତ୍ୱ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନୈବେଦ୍ୟ ଉତ୍ସର୍ଗ କରିବା ଦାୟିତ୍ୱ ମଧ୍ୟ ସେମାନଙ୍କର ଥିଲା। ସେମାନେ ସବୁ ପ୍ରକାର ମାପ ତୌଲି କରୁଥିଲେ।


ପୁଣି କୌଣସି ମାଟିପାତ୍ର ଉପରେ ସେମାନଙ୍କର ଶବ ପଡ଼ିଲେ, ତା’ ମଧ୍ୟରେ ଥିବା ସମସ୍ତ ଦ୍ରବ୍ୟ ଅଶୁଚି ହେବ। ତେଣୁ ତାକୁ ତୁମ୍ଭେମାନେ ଭାଙ୍ଗି ପକାଇବ।


“ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତେବେ ସେହି ପାତ୍ରକୁ ଭାଙ୍ଗି ଦିଆଯିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତେବେ ତାହା ଜଳରେ ଧୁଆଯିବା ଉଚିତ୍।


Swiv nou:

Piblisite


Piblisite