Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 6:11 - ପବିତ୍ର ବାଇବଲ

11 ତା'ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସେହି ଭସ୍ମକୁ ଛାଉଣି ବାହାରେ ଏକ ଶୁଚି ସ୍ଥାନକୁ ନେଇଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏଥିଉତ୍ତାରେ ସେ ଆପଣାର ସେହି ବସ୍ତ୍ର ତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନକୁ ସେହି ଭସ୍ମ ନେଇ ଯିବ।

Gade chapit la Kopi

ଓଡିଆ ବାଇବେଲ

11 ଏଥିଉତ୍ତାରେ ସେ ଆପଣାର ସେହି ବସ୍ତ୍ର ତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନକୁ ସେହି ଭସ୍ମ ନେଇ ଯିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିଉତ୍ତାରେ ସେ ଆପଣାର ସେହି ବସ୍ତ୍ର ତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନକୁ ସେହି ଭସ୍ମ ନେଇଯିବ।

Gade chapit la Kopi




ଲେବୀୟ ପୁସ୍ତକ 6:11
14 Referans Kwoze  

ପୁଣି ସେମାନେ ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବା ପୂର୍ବରୁ, ସେମାନେ ଉପାସନା ସମୟରେ ବ୍ୟବହୃତ ବସ୍ତ୍ର କାଢ଼ି ଦେବା ଉଚିତ୍ ଏବଂ ପବିତ୍ର କୋଠରୀରେ ସେଗୁଡ଼ିକୁ ରଖିବେ। ଲୋକମାନେ ଯେପରି ସେହି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସେମାନେ ଅନ୍ୟ ବସ୍ତ୍ର ପରିଧାନ କରିବେ।


“ଯେଉଁ ପାପାର୍ଥକ ବଳି ଗୋବତ୍ସ ଓ ଛାଗର ରକ୍ତ ମହାପବିତ୍ର ସ୍ଥାନକୁ ଅଣାଯାଇ ପ୍ରାୟଶ୍ଚିତ ହେବା ପାଇଁ ଥିଲା, ସେମାନଙ୍କର ଚର୍ମ, ମାଂସ ଓ ମଳ, ଲୋକମାନେ ଛାଉଣି ବାହାରକୁ ନେଇ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରିବେ।


ତା'ପରେ ସେ ଗୋବତ୍ସକୁ ଛାଉଣି ବାହାରକୁ ନେଇ ପୂର୍ବ ଗୋବତ୍ସ ପରି ତାକୁ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। ଏହା ସମଗ୍ର ଇସ୍ରାଏଲର ଲୋକମାନଙ୍କ ପାଇଁ ପାପାର୍ଥକ ନୈବେଦ୍ୟ।


ଯାଜକଗଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହୋମବଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ଯଜ୍ଞବେଦି ପାର୍ଶ୍ୱରେ ରଖିବା ଉଚିତ୍।


ମାତ୍ର ଯଜ୍ଞବେଦି ଉପରିସ୍ଥ ଅଗ୍ନି ସର୍ବାଦା ପ୍ରଜ୍ୱଳିତ ରହିବ। ତାହା କେବେ ନିର୍ବାପିତ ହେବା ଉଚିତ୍ ନୁହେଁ। ଯାଜକ ପ୍ରତି ପ୍ରଭାତରେ ତା'ଉପରେ କାଠ ସଜାଇ ରଖିବ ଓ ସମାଗମ ନୈବେଦ୍ୟର ମେଦ ତା'ଉପରେ ଦ‌‌‌‌ଗ୍‌‌‌‌ଧ କରିବ।


ସାତ ଦିନ ଯାଏ ଯଜ୍ଞବେଦିକୁ ପ୍ରସ୍ତୁତ କର। ଏହିପରି ଯଜ୍ଞବେଦିଟି ଅତି ପବିତ୍ର ହେବ। ଯାହାକିଛି ଯଜ୍ଞବେଦିକୁ ସ୍ପର୍ଶ କରେ ନିଶ୍ଚୟ ସେସବୁ ପବିତ୍ର ହେବ।


“ଏହି ନୈବେଦ୍ୟ ହାରୋଣ ଓ ତାଙ୍କର ପୁତ୍ରଗଣ ସଦାପ୍ରଭୁଙ୍କୁ ସେମାନଙ୍କର ଅଭିଷେକ ଦିନରେ ଉତ୍ସର୍ଗ କରିବା ଉଚିତ୍। ସେମାନେ ପ୍ରତିଦିନ ଶସ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟା କାଳରେ ଉତ୍ସର୍ଗ କରିବେ।


“ହାରୋଣଙ୍କ ପରେ ତାଙ୍କର ଭବିଷ୍ୟ‌ଦ୍‌ ବଂଶଧରମାନଙ୍କ ମଧ୍ୟରୁ ଯେ ତାଙ୍କ ପଦରେ ଅଭିଷିକ୍ତ ଯାଜକ ହେବ, ସେ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକାରେ ତାହା ସଦାସର୍ବଦା କରାଯିବା ଉଚିତ୍।


“ଯାଜକ ପରିବାର ମଧ୍ୟରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରି ପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।


ସେହି ରୋଟୀ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କର ହେବ। ଆଉ ସେମାନେ ସେହି ରୋଟୀକୁ ଏକ ପବିତ୍ର ସ୍ଥାନରେ ଭକ୍ଷ୍ୟଣ କରିବା ଉଚିତ୍। କାରଣ ସେଗୁଡ଼ିକ ସଦାପ୍ରଭୁଙ୍କ ନୈବେଦ୍ୟର ପବିତ୍ର ଅଂଶ। ଏହି ରୋଟୀ ଚିରଦିନ ପାଇଁ ସେମାନଙ୍କର ଅଂଶ ହେବ।”


Swiv nou:

Piblisite


Piblisite