Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 6:10 - ପବିତ୍ର ବାଇବଲ

10 ଯାଜକଗଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହୋମବଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ଯଜ୍ଞବେଦି ପାର୍ଶ୍ୱରେ ରଖିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି ଯାଜକ ଆପଣା ଶୁକ୍ଳବସ୍ତ୍ର ଓ ଶରୀରରେ ଶୁକ୍ଳ ଜଙ୍ଘିଆ ପିନ୍ଧିବ; ଆଉ ସେ ବେଦି ଉପରେ ଅଗ୍ନି-ଦଗ୍ଧ ହୋମବଳିର ଭସ୍ମ ତୋଳି ବେଦି ପାର୍ଶ୍ଵରେରଖିବ।

Gade chapit la Kopi

ଓଡିଆ ବାଇବେଲ

10 ପୁଣି ଯାଜକ ଆପଣା ଶୁକ୍ଳବସ୍ତ୍ର ଓ ଶରୀରରେ ଶୁକ୍ଳ ଜଙ୍ଘିଆ ପିନ୍ଧିବ; ଆଉ ସେ ବେଦି ଉପରେ ଅଗ୍ନି ଦଗ୍ଧ ହୋମବଳିର ଭସ୍ମ ଉଠାଇ ବେଦି ପାର୍ଶ୍ୱରେ ରଖିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି ଯାଜକ ଆପଣା ଶୁକ୍ଳବସ୍ତ୍ର ଓ ଶରୀରରେ ଶୁକ୍ଳ ଜଙ୍ଘିଆ ପିନ୍ଧିବ; ଆଉ ସେ ବେଦି ଉପରେ ଅଗ୍ନିଦଗ୍ଧ ହୋମବଳିର ଭସ୍ମ ଉଠାଇ ବେଦି ପାର୍ଶ୍ୱରେ ରଖିବ।

Gade chapit la Kopi




ଲେବୀୟ ପୁସ୍ତକ 6:10
22 Referans Kwoze  

ହାରୋଣ ଜଳରେ ନିଜର ଶରୀରକୁ ଧୌତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦେହରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟିବନ୍ଧନୀ କଟିରେ ବାନ୍ଧିବେ ଓ ଶୁଭ୍ର ପଗଡ଼ି ମୁଣ୍ଡରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।


ସ୍ୱର୍ଗର ସେନାବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସେମାନେ ମଧ୍ୟ ଶ୍ୱେତଅଶ୍ୱ ଉପରେ ବସିଥିଲେ। ସେମାନେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ।


କନ୍ୟାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।” (ସୂକ୍ଷ୍ମ ବସ୍ତ୍ରର ଅର୍ଥ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ଉତ୍ତମ କାର୍ଯ୍ୟ, ଯାହାସବୁ ସେମାନେ କରିଥିଲେ।)


ତା'ପରେ ଜଣେ ପ୍ରାଚୀନ ମୋତେ କହିଲେ, “ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଅଛନ୍ତି?”


କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ। ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ। ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।


ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ। ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ। ସେଲା


ଏହା ପରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ସେହି 250 ଧୂପ ଉତ୍ସର୍ଗକାରୀଙ୍କୁ ଗ୍ରାସ କଲା।


“ତୁମ୍ଭେମାନେ ଏହି ମଣ୍ତଳୀଠାରୁ ପୃଥକ୍ ହୁଅ, ଆମ୍ଭେ ଏକନିମିଷରେ ସେମାନଙ୍କୁ ସଂହାର କରିବା।”


ମାତ୍ର ସେ ତା'ର ଅନ୍ତ୍ର ଅଂଶ ଓ ଗୋଡ଼ ଜଳରେ ଧୌତ କରିବ। ତା'ପରେ ଯାଜକ ସମ୍ପୂର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ହେବ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନୈବେଦ୍ୟ।


ମାତ୍ର ସେହି ଯାଜକ ଅନ୍ତ ଅଂଶ ଓ ଗୋଡ଼ ଜଳରେ ଧୌତ କରିବେ ତା'ପରେ ଯାଜକ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବେ ଓ ତାହା ଗୋଟିଏ ହୋମବଳି ହେବ। ଏବଂ ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ହେବ।


ତା'ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସେହି ଭସ୍ମକୁ ଛାଉଣି ବାହାରେ ଏକ ଶୁଚି ସ୍ଥାନକୁ ନେଇଯିବ।


“ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମେଷଛୁଆ ଓ ତାଡ଼ିଶୂନ୍ୟ ରୋଟୀର ଡାଲା ଏକତ୍ରିତ କର।


ପୁଣି ସେମାନେ ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବା ପୂର୍ବରୁ, ସେମାନେ ଉପାସନା ସମୟରେ ବ୍ୟବହୃତ ବସ୍ତ୍ର କାଢ଼ି ଦେବା ଉଚିତ୍ ଏବଂ ପବିତ୍ର କୋଠରୀରେ ସେଗୁଡ଼ିକୁ ରଖିବେ। ଲୋକମାନେ ଯେପରି ସେହି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସେମାନେ ଅନ୍ୟ ବସ୍ତ୍ର ପରିଧାନ କରିବେ।


“ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଶସ୍ୟ-ନୈବେଦ୍ୟ ଆଣିବ, ତାହା ତାଡ଼ିଶୂନ୍ୟ ହେବା ଉଚିତ୍। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ତାଡ଼ି କି ମଧୁ କେବେ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍ ନୁହେଁ।


ହାରୋଣଙ୍କ ସନ୍ତାନଗଣ ମଧ୍ୟରୁ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବ। ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ନୈବେଦ୍ୟ ସେମାନେ ଗ୍ରହଣ କରିବେ ଏକ ବିଧି ହେବ। ଯାହାକିଛି ଜିନିଷଗୁଡ଼ିକ ଏହାକୁ ସ୍ପର୍ଶ କରିବ ପବିତ୍ର ହେବ।”


“ହାରୋଣଙ୍କ ପରେ ତାଙ୍କର ଭବିଷ୍ୟ‌ଦ୍‌ ବଂଶଧରମାନଙ୍କ ମଧ୍ୟରୁ ଯେ ତାଙ୍କ ପଦରେ ଅଭିଷିକ୍ତ ଯାଜକ ହେବ, ସେ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦ‌‌‌‌ଗ୍‌‌‌‌ଧ କରାଯିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକାରେ ତାହା ସଦାସର୍ବଦା କରାଯିବା ଉଚିତ୍।


ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।


Swiv nou:

Piblisite


Piblisite