Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 5:3 - ପବିତ୍ର ବାଇବଲ

3 “ଆହୁରି ଅନେକ ଜିନିଷ ଅଛି ଯାହାକି ମନୁଷ୍ୟକୁ ଅଶୁଚି କରେ। ଯଦି କେହି ଜାଣିଥାଏ ଯାହାକୁ ସ୍ପର୍ଶ କଲେ ଅଶୁଚି ହୁଏ ଏବଂ ସେ ତାହା ଅଜ୍ଞାତରେ କରିଥାଏ, ତେବେ ସେ ଯେତେବେଳେ ଜାଣେ ସେ ଦୋଷୀ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କିଅବା ଯେବେ ସେ ମନୁଷ୍ୟର ଅଶୌଚକାରୀ କୌଣସି ଦ୍ରବ୍ୟ, ଅର୍ଥାତ୍, ଯଦ୍ଦ୍ଵାରା ମନୁଷ୍ୟ ଅଶୁଚି ହୁଏ, ଏପରି କିଛି ଦ୍ରବ୍ୟ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ, ତେବେ ସେ ତାହା ଜ୍ଞାତ ହେଲେ ଦୋଷୀ ହେବ।

Gade chapit la Kopi

ଓଡିଆ ବାଇବେଲ

3 କିଅବା ଯଦି ସେ ମନୁଷ୍ୟର ଅଶୁଚିକାରୀ କୌଣସି ଦ୍ରବ୍ୟ, ଅର୍ଥାତ୍‍, ଯଦ୍ଦ୍ୱାରା ମନୁଷ୍ୟ ଅଶୁଚି ହୁଏ, ଏପରି କିଛି ଦ୍ରବ୍ୟ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ, ତେବେ ସେ ତାହା ଜ୍ଞାତ ହେଲେ ଦୋଷୀ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କିଅବା ଯଦି ସେ ମନୁଷ୍ୟର ଅଶୁଚିକାରୀ କୌଣସି ଦ୍ରବ୍ୟ, ଅର୍ଥାତ୍‍, ଯଦ୍ଦ୍ୱାରା ମନୁଷ୍ୟ ଅଶୁଚି ହୁଏ, ଏପରି କିଛି ଦ୍ରବ୍ୟ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ, ତେବେ ସେ ତାହା ଜ୍ଞାତ ହେଲେ ଦୋଷୀ ହେବ।

Gade chapit la Kopi




ଲେବୀୟ ପୁସ୍ତକ 5:3
10 Referans Kwoze  

“କିମ୍ବା ଯଦି କୌଣସି ବ୍ୟକ୍ତି କିଛି ଅଶୁଚି ଦ୍ରବ୍ୟ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦି ଶବ କି ଅଶୁଚି ଉରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତରେ କରିଥାଏ ତଥାପି ସେ ଅପରାଧୀ ହେବ।


“କିମ୍ବା କେହି ଯଦି ମନ୍ଦ କରିବାକୁ କି ଭଲ କରିବାକୁ ବାଗ୍ଭଳତା ପୂର୍ବକ ଶପଥ କରେ ଏବଂ ସେ ଶପଥ ବିଷୟରେ ଭୂଲିଯାଏ, ସେ ଦୋଷୀ ବୋଲି ବିବେଚିତ ହେବ, ଯେତେବେଳେ ସେ ମନେ ପକାଇବ କାରଣ ସେ ତା'ର ଶପଥ ରକ୍ଷା କରି ପାରିଲା ନାହିଁ।


“ଯଦି କୌଣସି ବ୍ୟକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରେ ତେବେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତେବେ ସେହି ବ୍ୟକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ ରହିବ।”


ଆଉ ସେହି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତେବେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”


ସେ ଯେଉଁ ଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ଯିବ ସେଦିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ।” ସଦାପ୍ରଭୁ, ମୋର ପ୍ରଭୁ ଏହିସବୁ କହନ୍ତି।


ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା’ ଦେଖିବ, ଆଉ ଯେବେ ଘା’ର ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ପୁଣି ଘା’ ଯେବେ ତା’ ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତେବେ ତାହା କୁଷ୍ଠରୋଗର ଘା’ ଅଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅଶୁଚି ବୋଲି ପ୍ରକାଶ କରିବ।


Swiv nou:

Piblisite


Piblisite