Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 5:17 - ପବିତ୍ର ବାଇବଲ

17 “ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥା’ନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ୟରୁ କୌଣସି କର୍ମ କରି ପାପ କରେ। ଯଦ୍ୟପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା'ର ଅପରାଧ ବହନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯେବେ କୌଣସି ପ୍ରାଣୀ ତହିଁ ମଧ୍ୟରୁ କୌଣସି କର୍ମ କରି ପାପ କରେ; ଯଦ୍ୟପି ସେ ତାହା ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ, ପୁଣି ଆପଣାର ଅପରାଧ ବହିବ।

Gade chapit la Kopi

ଓଡିଆ ବାଇବେଲ

17 ଆଉ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ପାପ କରେ; ଯଦ୍ୟପି ସେ ତାହା ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ, ପୁଣି ଆପଣାର ଅପରାଧ ବୋହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ପାପ କରେ; ଯଦ୍ୟପି ସେ ତାହା ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ, ପୁଣି ଆପଣାର ଅପରାଧ ବୋହିବ।

Gade chapit la Kopi




ଲେବୀୟ ପୁସ୍ତକ 5:17
11 Referans Kwoze  

“ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କେହି ଜଣେ ତାହା କରେ ଓ ଭ୍ରାନ୍ତିରେ ପାପ କରେ ତେବେ ସେ ଦୋଷୀ ହୁଏ।


“ପୁଣି ଇସ୍ରାଏଲର ସମସ୍ତ ଜାତି ଯଦି ଅଗୋଚରରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ତାହା ଯେବେ ସେମାନେ କରନ୍ତି ତେବେ ସେମାନେ ଦୋଷୀ ହେବେ।


କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ। ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।


“କେହି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଅଜାଣତରେ ପାପ କରେ, ସେ ତା'ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନ ଥିବା ଏକ ମେଷଛୁଆ ଆଣି ସଦାପ୍ରଭୁଙ୍କୁ ତା'ର ପାଇଁ କ୍ଷତି ପୂରଣ ଦେବା ଉଚିତ୍। ସେହି ମେଷ ଛୂଆର ମୂଲ୍ୟ କାର୍ଯ୍ୟାଳୟ ମାପ ଅନୁଯାୟୀ ନିରୂପିତ ହେବା ଉଚିତ୍।


“ଯଦି ଜଣେ ଶାସକ ଭୁଲ୍ ବଶତ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ଯ୍ୟ କରେ, ତେବେ ସେ ମଧ୍ୟ ଦୋଷୀ ବୋଲି ବିବେଚିତ ହେବ।


କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା'ଠାରୁ ବହୁତ ଅଧିକ ଆଶା କରାଯିବ।”


କିନ୍ତୁ ଯଦି ଜଣେ, ସେ ଠିକ୍ କାମକରୁଛି ବୋଲି ନିଶ୍ଚିତ ଭାବରେ ନ ଜାଣି ଭୋଜନ କରେ, ତା'ହେଲେ ସେ ନିଜକୁ ଦୋଷୀ କରେ। କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ। ଯଦି ଜଣେ ଠିକ୍ ନୁହେଁ ବୋଲି ଜାଣିପାରି ମଧ୍ୟ କୌଣସି କାମ କରେ, ତା'ହେଲେ ସେ ପାପ କରୁଛି।


ସେହି ବ୍ୟକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମେଷ ଦୋଷାର୍ଥକ ନୈବେଦ୍ୟ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତରେ କରିଛି ସେଥିପାଇଁ ଯାଜକ ପ୍ରାୟଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ଏପରିକି ଯେଉଁ ପ୍ରାଣୀ ପାପ କରିଛି ଓ ସେ ଜାଣି ନାହିଁ ତଥାପି ସେ ଦୋଷୀ, ତେଣୁ ସେ ସଦାପ୍ରଭୁଙ୍କ ଛାମୁରେ ଦୋଷାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବ।”


Swiv nou:

Piblisite


Piblisite