Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 5:11 - ପବିତ୍ର ବାଇବଲ

11 “ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତେବେ ସେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥିରେ ତୈଳ ଦେବା ଉଚିତ୍ ନୁହେଁ କି ସୁଗନ୍ଧି ଦେବା ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନୈବେଦ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ମାତ୍ର ସେ ଯେବେ ଦୁଇ ଘୁଘୁ ଅବା ଦୁଇ କାପ୍ତାଛୁଆ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଆପଣାର ଉପହାର ରୂପେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବ; ସେ ତହିଁ ଉପରେ ତୈଳ ଦେବ ନାହିଁ, କି କୁନ୍ଦୁରୁ ରଖିବ ନାହିଁ; କାରଣ ତାହା ପାପାର୍ଥକ ନୈବେଦ୍ୟ।

Gade chapit la Kopi

ଓଡିଆ ବାଇବେଲ

11 ମାତ୍ର ସେ ଯଦି ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଆପଣାର ଉପହାର ରୂପେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବ; ସେ ତହିଁ ଉପରେ ତୈଳ ଦେବ ନାହିଁ, କି କୁନ୍ଦୁରୁ ରଖିବ ନାହିଁ; କାରଣ ତାହା ପାପାର୍ଥକ ନୈବେଦ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ମାତ୍ର ସେ ଯଦି ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଆପଣାର ଉପହାର ରୂପେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବ; ସେ ତହିଁ ଉପରେ ତୈଳ ଦେବ ନାହିଁ, କି କୁନ୍ଦୁରୁ ରଖିବ ନାହିଁ; କାରଣ ତାହା ପାପାର୍ଥକ ନୈବେଦ୍ୟ।

Gade chapit la Kopi




ଲେବୀୟ ପୁସ୍ତକ 5:11
23 Referans Kwoze  

ତେବେ ସେହି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା'ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥିରେ ସଂଯୋଗ କରିବ ନାହିଁ, କାରଣ ତାହା ଈର୍ଷାର ଶସ୍ୟ ନୈବେଦ୍ୟ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରାଗଲା।


ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।


ସେ ଯାଜକ ନିକଟକୁ ତାହା ଆଣିବ ଓ ଯାଜକ ସେଥିରୁ ସ୍ମରଣାର୍ଥକ ନୈବେଦ୍ୟ ରୂପେ ମୁଠାଏ ନେଇ ଯଜ୍ଞବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ନୈବେଦ୍ୟ ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ପାପରୁ ମୁକ୍ତ ହେବା ପାଇଁ ଏହା ପାପାର୍ଥକ ବଳି।


ତା'ପରେ ସେ ଏହି ରକ୍ତରୁ କିଛି ନେଇ ଯଜ୍ଞବେଦି ପାଖରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନେଇ ଯଜ୍ଞବେଦି ମୂଳରେ ଢାଳିବ। ଏହା ପାପରୁ ମୁକ୍ତ ହେବା ପାଇଁ ଏକ ନୈବେଦ୍ୟ ବୋଲି ବିବେଚନା କରାଯିବ।


ତହୁଁ ସେ ତା'ର କୃତ ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛେଳିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା'ପରେ ଯାଜକ ତା'ର କୃତ ପାପର ପ୍ରାୟଶ୍ଚିତ କରାଇବ।


ଏକ ଓମର ଐଫାର ଦଶମାଂଶ।


ଏହା ପରେ ସେମାନେ ତାଙ୍କର ପରିବାରରେ ଖାଦ୍ୟ ବଣ୍ଟନ କଲେ। ଏଥିରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲା ନାହିଁ।


ପ୍ରଭୁଙ୍କ ନିୟମରେ ଆହୁରି ମଧ୍ୟ ଲେଖାଅଛି: “ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ୟ ବଳି ଦେବାକୁ ହେବ।” ତେଣୁ ଏହି ବ୍ୟବସ୍ଥା ଅନୁସାରେ ବଳି ଦେବା ନିମନ୍ତେ ଯୋଷେଫ ଓ ମରିୟମ ଯିରୁଶାଲମକୁ ଗଲେ।


ବ୍ୟବସ୍ଥା କୁହେ ଯେ, ପ୍ରତ୍ୟେକ ବସ୍ତୁ ରକ୍ତ ଦ୍ୱାରା ଶୁଦ୍ଧ ହୋଇ ପାରିବ। ଓ ବିନା ରକ୍ତରେ ପାପଗୁଡ଼ିକୁ କ୍ଷମା କରାଯାଇ ପାରିବ ନାହିଁ।


“ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ପକ୍ଷୀ ବଳି ଉତ୍ସର୍ଗ କରିବ, ତେବେ ତାହା କପୋତ କିମ୍ବା ପାରା ଶାବକ ହୋଇଥିବ।


“ଏହି ନୈବେଦ୍ୟ ହାରୋଣ ଓ ତାଙ୍କର ପୁତ୍ରଗଣ ସଦାପ୍ରଭୁଙ୍କୁ ସେମାନଙ୍କର ଅଭିଷେକ ଦିନରେ ଉତ୍ସର୍ଗ କରିବା ଉଚିତ୍। ସେମାନେ ପ୍ରତିଦିନ ଶସ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟା କାଳରେ ଉତ୍ସର୍ଗ କରିବେ।


“ଆଉ ଯଦି ଲୋକଟି ଦରିଦ୍ର ଓ ସେ ସମସ୍ତ ଦ୍ରବ୍ୟ ଦେବାକୁ ଅକ୍ଷମ, ତେବେ ସେ ନିଜର ପ୍ରାୟଶ୍ଚିତ ପାଇଁ ଦୋଳନୀୟ ନୈବେଦ୍ୟ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମେଷବତ୍ସା ଓ ଶସ୍ୟ ନୈବେଦ୍ୟରୂପେ ଏକ ଐଫାର ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ଆଣିବ।


“ଯଦି ଲୋକଟି ଅତି ଦରିଦ୍ର ଓ ନିରୂପିତ ମୂଲ୍ୟ ଦେଇ ପାରିବ ନାହିଁ, ତେବେ ତାକୁ ଯାଜକ ନିକଟକୁ ଅଣାଯିବ, ଯାଜକ ତାହାର ମୂଲ୍ୟ ନିରୂପିଣ କରିବ। ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ।


Swiv nou:

Piblisite


Piblisite