ଲେବୀୟ ପୁସ୍ତକ 4:4 - ପବିତ୍ର ବାଇବଲ4 ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ବଧ କରିବ। Gade chapit laପବିତ୍ର ବାଇବଲ (Re-edited) - (BSI)4 ପୁଣି ସେ ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ଆଣି ତାହା ମସ୍ତକରେ ହସ୍ତନିର୍ଭର ଦେଇ ସଦାପ୍ରଭୁଙ୍କ ଛାମୁରେ ତାକୁ ବଧ କରିବ। Gade chapit laଓଡିଆ ବାଇବେଲ4 ପୁଣି ସେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସ ଆଣି ତାହା ମସ୍ତକରେ ହସ୍ତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ପୁଣି ସେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସ ଆଣି ତାହା ମସ୍ତକରେ ହସ୍ତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ। Gade chapit la |
ଏହା ପରେ ଯାଜକମାନେ ଛାଗଗୁଡ଼ିକୁ ରାଜାଙ୍କ ସମ୍ମୁଖକୁ ଆଣିଲେ ଓ ଲୋକମାନେ ଏକତ୍ର ସମ୍ମିଳିତ ହେଲେ। ଏହି ଛାଗଗୁଡ଼ିକ ପାପାର୍ଥକ ବଳି ଥିଲା। ଯାଜକମାନେ ସେମାନଙ୍କ ହସ୍ତ ଛାଗମାନଙ୍କ ମସ୍ତକ ଉପରେ ରଖିଲେ ଓ ଛାଗଗୁଡ଼ିକୁ ବଧ କଲେ। ଛାଗମାନଙ୍କର ରକ୍ତକୁ ଯଜ୍ଞବେଦି ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ୱର ଯେପରି ଇସ୍ରାଏଲର ଲୋକମାନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସେମାନେ ଏହିପରି କଲେ। ରାଜା କହିଲେ ଯେ, ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ହୋମବଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାଯିବା ଉଚିତ୍।