Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 4:27 - ପବିତ୍ର ବାଇବଲ

27 “ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କେହି ଜଣେ ତାହା କରେ ଓ ଭ୍ରାନ୍ତିରେ ପାପ କରେ ତେବେ ସେ ଦୋଷୀ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ଆଉ, ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯେବେ ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭ୍ରାନ୍ତିରେ ପାପ କରି ଦୋଷୀ ହୁଏ

Gade chapit la Kopi

ଓଡିଆ ବାଇବେଲ

27 ଆଉ, ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭୁଲବଶତଃ ପାପ କରି ଦୋଷୀ ହୁଏ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ଆଉ, ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭୁଲବଶତଃ ପାପ କରି ଦୋଷୀ ହୁଏ

Gade chapit la Kopi




ଲେବୀୟ ପୁସ୍ତକ 4:27
14 Referans Kwoze  

“ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କେହି ଅଜଣାତରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞାରେ ମନା କରାଯାଇଅଛି।


“ଆଉ ଯଦି ଜଣେ ବ୍ୟକ୍ତି ଅନିଛାରେ ପାପ କରେ, ତେବେ ସେ ପାପାର୍ଥକ ବଳିରୂପେ ଏକ ବର୍ଷୀୟ ଏକ ଛାଗବତ୍ସ ଆଣିବା ଉଚିତ୍।


“ପୁଣି ଇସ୍ରାଏଲର ସମସ୍ତ ଜାତି ଯଦି ଅଗୋଚରରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ତାହା ଯେବେ ସେମାନେ କରନ୍ତି ତେବେ ସେମାନେ ଦୋଷୀ ହେବେ।


ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀ ମୂଳ ବାସୀନ୍ଦା ନିମନ୍ତେ ଅନିଛାରେ କରାଯାଇଥିବା ପାପର ପ୍ରାୟଶ୍ଚିତ ନିମନ୍ତେ ଏକା ବ୍ୟବସ୍ଥା ହେବ।


“ଇସ୍ରାଏଲ ଲୋକମାନଙ୍କୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ ଅପରାଧ କରେ, ତେବେ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ମଧ୍ୟ ଅପରାଧ କରିଛନ୍ତି। ସେମାନେ ଦୋଷୀ।


ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ମୂଳ ବ୍ୟକ୍ତି ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ବିଧି ହେବ।”


ଏହି ନିୟମ ସମସ୍ତଙ୍କ ପାଇଁ ପ୍ରଜୁଜ୍ୟ, ଏହା କେବଳ ଅଣଇସ୍ରାଏଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହେବ। ଏହି ନିୟମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶରେ ବାସ କରୁଥିବେ।”


“ଯଦି ଜଣେ ଶାସକ ଭୁଲ୍ ବଶତ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ଯ୍ୟ କରେ, ତେବେ ସେ ମଧ୍ୟ ଦୋଷୀ ବୋଲି ବିବେଚିତ ହେବ।


ତାହାପରେ ସେ ଲୋକମାନଙ୍କ ଉପହାର ନିକଟକୁ ଆଣିଲେ। ଲୋକମାନଙ୍କର ପାପାର୍ଥକ ଛାଗ ନେଇ ପ୍ରଥମଟି ପରି ବଧ କରି ପାପାର୍ଥରେ ତାହା ଉତ୍ସର୍ଗ କଲେ।


ଆଉ ଯେଉଁ ଲୋକ ଭ୍ରାନ୍ତିରେ କୌଣସି ପାପ କରେ ତାହା ପାଇଁ ଓ ସେହିମାନଙ୍କ ପାଇଁ ଅଜାଣତରେ ପାପ କରେ, ତାହା ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ। ଏହିରୂପେ ତୁମ୍ଭେମାନେ ମନ୍ଦିରକୁ ପବିତ୍ର କରିବ।


“ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥା’ନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ୟରୁ କୌଣସି କର୍ମ କରି ପାପ କରେ। ଯଦ୍ୟପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା'ର ଅପରାଧ ବହନ କରିବ।


“ଯେତେବେଳେ ତୁମ୍ଭେମାନେ ଭୁଲରେ ଏବଂ ଏହିସବୁ ଆଜ୍ଞାଗୁଡ଼ିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମୋଶାଙ୍କୁ କହିଲେ।


ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର। ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ। ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା'ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।


ପୁଣି ପର୍ବ ଦିନରେ; ଅମାବାସ୍ୟାରେ ଓ ବିଶ୍ରାମବାରଗୁଡ଼ିକରେ ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଶସ୍ୟବଳି ଓ ପେୟନୈବେଦ୍ୟ ଓ ସହଭାଗିତାର ନୈବେଦ୍ୟ ଅଧିପତି ଦେବେ। ଅଧିପତି ଇସ୍ରାଏଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ୟ ନୈବେଦ୍ୟ, ହୋମବଳି, ସହଭାଗିତାର ନୈବେଦ୍ୟ ଉତ୍ସର୍ଗ କରିବେ।”


Swiv nou:

Piblisite


Piblisite