Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 4:22 - ପବିତ୍ର ବାଇବଲ

22 “ଯଦି ଜଣେ ଶାସକ ଭୁଲ୍ ବଶତ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ଯ୍ୟ କରେ, ତେବେ ସେ ମଧ୍ୟ ଦୋଷୀ ବୋଲି ବିବେଚିତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଆଉ, ଯେବେ କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ଵର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭ୍ରାନ୍ତିରେ କରି ଦୋଷୀ ହୁଏ;

Gade chapit la Kopi

ଓଡିଆ ବାଇବେଲ

22 ଆଉ, ଯଦି କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭୁଲବଶତଃ କରି ଦୋଷୀ ହୁଏ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଆଉ, ଯଦି କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭୁଲବଶତଃ କରି ଦୋଷୀ ହୁଏ;

Gade chapit la Kopi




ଲେବୀୟ ପୁସ୍ତକ 4:22
15 Referans Kwoze  

“ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କେହି ଅଜଣାତରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞାରେ ମନା କରାଯାଇଅଛି।


“ପୁଣି ଇସ୍ରାଏଲର ସମସ୍ତ ଜାତି ଯଦି ଅଗୋଚରରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ତାହା ଯେବେ ସେମାନେ କରନ୍ତି ତେବେ ସେମାନେ ଦୋଷୀ ହେବେ।


ତା'ପରେ ମୋଶା, ଯାଜକ ଇଲିୟାସର ଓ ଲୋକମାନଙ୍କର ନେତୃଗଣ ସେମାନଙ୍କୁ ଦେଖିବାକୁ ଛାଉଣି ବାହାରକୁ ଗଲେ।


ଇସ୍ରାଏଲର ଲୋକମାନଙ୍କର 250 ଜଣ ନେତୃର୍ବଗ ମୋଶାଙ୍କ ବିରୁଦ୍ଧରେ ଗଲେ।


“ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କେହି ଜଣେ ତାହା କରେ ଓ ଭ୍ରାନ୍ତିରେ ପାପ କରେ ତେବେ ସେ ଦୋଷୀ ହୁଏ।


ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍ “ପରମେଶ୍ୱରଙ୍କ ପ୍ରତି ଭୟକାରୀ, ବିଶ୍ୱାସୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ର ପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କର।


ଯଦି ତାହା ମଣ୍ତଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ ତେବେ ସମସ୍ତ ମଣ୍ତଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟନୈବେଦ୍ୟ ଏବଂ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଅର୍ପଣ କରିବା ଉଚିତ୍।


ତେଣୁ ଗା‌ଦ୍‌ର ସନ୍ତାନଗଣ ଓ ରୁବେ‌ନ୍‌ର ସନ୍ତାନଗଣ ଆସି ମୋଶାଙ୍କୁ ଇଲିୟାସର ଯାଜକକୁ ଓ ମଣ୍ତଳୀର ଅଧ୍ୟକ୍ଷଗଣଙ୍କୁ କହିଲେ।


ନିଜ ନିଜ ଆଶ୍ରୟ ନଗର ହେବା ନିମନ୍ତେ କେତେ ଗୁଡ଼ିଏ ନଗର ନିରୂପଣ କରିବ; କେହି ଅନିଛାରେ କାହାକୁ ହତ୍ୟା କରେ, ସେହିସବୁ ନଗରକୁ ଯାଇପାରିବ।


ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହେବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପରମେଶ୍ୱର ତୁମ୍ଭ ଉପରେ କାହିଁକି କ୍ରୋଧ ହେବେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ।


“ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥା’ନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ୟରୁ କୌଣସି କର୍ମ କରି ପାପ କରେ। ଯଦ୍ୟପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା'ର ଅପରାଧ ବହନ କରିବ।


“ଯେତେବେଳେ ତୁମ୍ଭେମାନେ ଭୁଲରେ ଏବଂ ଏହିସବୁ ଆଜ୍ଞାଗୁଡ଼ିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମୋଶାଙ୍କୁ କହିଲେ।


ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର। ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ। ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା'ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।


Swiv nou:

Piblisite


Piblisite