Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 3:8 - ପବିତ୍ର ବାଇବଲ

8 ପୁଣି ସେ ନିଜ ବଳିର ମସ୍ତକରେ ହାତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ରମାନେ ତା'ର ରକ୍ତକୁ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି ଆପଣା ବଳିର ମସ୍ତକରେ ହସ୍ତ-ନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ। ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।

Gade chapit la Kopi

ଓଡିଆ ବାଇବେଲ

8 ପୁଣି ଆପଣା ବଳିର ମସ୍ତକରେ ହସ୍ତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି ଆପଣା ବଳିର ମସ୍ତକରେ ହସ୍ତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।

Gade chapit la Kopi




ଲେବୀୟ ପୁସ୍ତକ 3:8
17 Referans Kwoze  

“ତା'ପରେ ସେ ଗୋଟିଏ ଯୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ-ତମ୍ବୁର ଦ୍ୱାର ନିକଟସ୍ଥ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ।


ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା, ନିର୍ଭୟରେ ପରମେଶ୍ୱରଙ୍କ ସମ୍ମୁଖକୁ ଯିବା ପାଇଁ ଆମର ସ୍ୱାଧୀନତା ଅଛି।


କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।


ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।


ମୋ’ କହିବା କଥା ଯେ, ପରମେଶ୍ୱର ଖ୍ରୀଷ୍ଟଙ୍କ ହେତୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କେବଳ ସେତିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦେଇଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ।


ସେତେବେଳେ ଆକାଶରୁ ଏହି ବାଣୀ ହେଲା: “ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।”


ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।


ସେହି ଶାସକ ଛାଗ ମସ୍ତକରେ ହାତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ, ତାହା ହେବ ପାପାର୍ଥକ ନୈବେଦ୍ୟ।


ତା'ପରେ ମଣ୍ଡଳୀର ପ୍ରାଚୀନବର୍ଗ ସେହି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବେ।


ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ବଧ କରିବ।


ସେ ସେହି ଛାଗ ମସ୍ତକରେ ହାତ ରଖିବ ଓ ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ତା'ର ରକ୍ତ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ।


ପୁଣି ସେ ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ। ତା'ପରେ ଯାଜକ ହାରୋଣର ପୁତ୍ରମାନେ ଯଜ୍ଞବେଦିର ଚତୁର୍ଦ୍ଦିଗରେ ତାହାର ରକ୍ତ ସିଞ୍ଚନ କରିବେ।


ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ।


Swiv nou:

Piblisite


Piblisite