Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 3:2 - ପବିତ୍ର ବାଇବଲ

2 ପୁଣି ସେ ସମାଗମ-ତମ୍ବୁର ଦ୍ୱାର ଦେଶରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପୁଣି, ସେ ସମାଗମ-ତମ୍ଵୁଦ୍ଵାର ନିକଟରେ ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ବେଦି ଉପରେ ଚାରିଆଡ଼େ ଛିଞ୍ଚିବେ।

Gade chapit la Kopi

ଓଡିଆ ବାଇବେଲ

2 ପୁଣି, ସେ ସମାଗମ-ତମ୍ବୁର ଦ୍ୱାର ନିକଟରେ ଆପଣା ବଳିର ମସ୍ତକରେ ହସ୍ତ ରଖି ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ବେଦି ଉପରେ ଚତୁର୍ଦ୍ଦିଗରେ ଛିଞ୍ଚିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ସେ ସମାଗମ-ତମ୍ବୁର ଦ୍ୱାର ନିକଟରେ ଆପଣା ବଳିର ମସ୍ତକରେ ହସ୍ତ ରଖି ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ବେଦି ଉପରେ ଚତୁର୍ଦ୍ଦିଗରେ ଛିଞ୍ଚିବେ।

Gade chapit la Kopi




ଲେବୀୟ ପୁସ୍ତକ 3:2
23 Referans Kwoze  

“ତା'ପରେ ସେହି ବାଛୁରିକୁ ସମାଗମ-ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା'ର ପୁତ୍ରମାନେ ସେହି ଗୋବତ୍ସ ମସ୍ତକରେ ହାତ ରଖିବେ।


ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।


ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶେଷ ସେବକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭେମାନେ ଯେପରି ମନ୍ଦକାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।”


ଜୀବନ ଦାନ କରିଥିବା ବ୍ୟକ୍ତିକୁ ତୁମ୍ଭେମାନେ ହତ୍ୟା କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭେମାନେ ବି ଏହା ନିଜ ଆଖିରେ ଦେଖିଅଛୁ।


ଆମ୍ଭେ ଦାଉଦ ପରିବାର ଓ ଯିରୁଶାଲମ ନିବାସୀଙ୍କ ଉପରେ ଦୟା ଓ ବିନତିର ଆତ୍ମା ବୃଷ୍ଟି କରିବା। ସେମାନେ ଆମ୍ଭକୁ ଦେଖିବେ, ଯାହାକୁ ସେମାନେ ବିଦ୍ଧ କଲେ। ଏବଂ ସେମାନେ ଶୋକ କରିବେ। ସେମାନେ ଏପରି ଶୋକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ୟୁରେ ଜଣେ ଯେପରି ଶୋକ କରେ। ସେମାନେ ବ୍ୟାକୁଳ ହୋଇ କାନ୍ଦିବେ, ଯେପରି ଜଣେ ଜ୍ୟେଷ୍ଠପୁତ୍ରର ମୃତ୍ୟୁରେ କାନ୍ଦନ୍ତି।


ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।


ଅନନ୍ତର ସେ ଅନ୍ୟ ମେଷ ଅର୍ଥାତ୍ ପଦନିଯୋଗାର୍ଥକ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତ ରଖିଲେ।


ପୁଣି ସେ ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ। ତା'ପରେ ଯାଜକ ହାରୋଣର ପୁତ୍ରମାନେ ଯଜ୍ଞବେଦିର ଚତୁର୍ଦ୍ଦିଗରେ ତାହାର ରକ୍ତ ସିଞ୍ଚନ କରିବେ।


ଏହା ପରେ ସେହି ବାଛୁରିକୁ ସେହିଠାରେ ଅର୍ଥାତ୍ ସେହି ପ୍ରବେଶ ଦ୍ୱାର ନିକଟରେ ହତ୍ୟା କର। ଏହା ସଦାପ୍ରଭୁଙ୍କ ସମ୍ମୁଖରେ ହେବ।


ସେହି ଅଣ୍ଡିରା ମେଷକୁ ହତ୍ୟା କର ଓ ତା'ର ରକ୍ତ ସଂଗ୍ରହ କର। ସେହି ରକ୍ତକୁ ଯଜ୍ଞବେଦିର ଗ୍ଭରିକାନ୍ଥରେ ଛିଞ୍ଚି ଦିଅ।


ସେ ମଙ୍ଗଳାର୍ଥକ ନୈବେଦ୍ୟର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ୍ର ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ ଉତ୍ସର୍ଗ କରିବ।


ପୁଣି ସେ ନିଜ ବଳିର ମସ୍ତକରେ ହାତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ରମାନେ ତା'ର ରକ୍ତକୁ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ।


“ମାତ୍ର ତୁମ୍ଭେ ଗୋରୁ କିମ୍ବା ମେଷ କିମ୍ବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ। ସେମାନେ ପବିତ୍ର, ତୁମ୍ଭେ ଯଜ୍ଞବେଦି ଉପରେ ସେମାନଙ୍କର ରକ୍ତ ଛିଞ୍ଚିବ ଏବଂ ସେମାନଙ୍କର ମେଦକୁ ଦ‌ଗ୍‌ଧ କରିବ। ଏହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ହେବ।


“ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କୁହ ସେମାନେ ତାଙ୍କର ହସ୍ତ ଏକ ଅଣ୍ଡିରା ମେଷର ମସ୍ତକ ଉପରେ ରଖିବେ।


“ହାରୋଣକୁ ଏବଂ ତାଙ୍କର ପୁତ୍ରମାନଙ୍କୁ ଅନ୍ୟ ଅଣ୍ଡିରା ମେଷ ମୁଣ୍ଡ ଉପରେ ହାତ ରଖିବାକୁ କୁହ।


ଯଦି କେହି ଗାଈ କି ମେଷ କି ଛାଗ ଛାଉଣି ମଧ୍ୟରେ ବା ଛାଉଣି ବାହାରେ ବଧ କରେ,


ସେହି ଲୋକ ସେହି ପ୍ରାଣୀକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ ଓ ସେହି ପ୍ରାଣୀର ଏକ ଅଂଶ ଉପହାର ସ୍ୱରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ସେ ଯଦି ତାହା ନ କରେ ତେବେ ରକ୍ତପାତର ଅପରାଧରେ ଅପରାଧୀ ହେବ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।


Swiv nou:

Piblisite


Piblisite