Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 3:13 - ପବିତ୍ର ବାଇବଲ

13 ସେ ସେହି ଛାଗ ମସ୍ତକରେ ହାତ ରଖିବ ଓ ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ତା'ର ରକ୍ତ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି, ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ଆପଣା ବଳିର ମସ୍ତକରେ ହସ୍ତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ଆପଣା ବଳିର ମସ୍ତକରେ ହସ୍ତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।

Gade chapit la Kopi




ଲେବୀୟ ପୁସ୍ତକ 3:13
15 Referans Kwoze  

ପୁଣି ସେ ନିଜ ବଳିର ମସ୍ତକରେ ହାତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ରମାନେ ତା'ର ରକ୍ତକୁ ନେଇ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ।


ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,


ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।


ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ ନିକଟକୁ ଆସିଛ।


ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।


ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।


ତେଣୁ ସେ ଅନେକ ଦେଶୀୟମାନଙ୍କୁ ଚମକାଇ ଦେବେ। ରାଜାମାନେ ତାଙ୍କ ସମ୍ମୁଖରେ ନିଜ ନିଜ ମୁଖ ବନ୍ଦ ରଖିବେ। କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ ତାହା ସେମାନେ ବୁଝିବେ।”


“ଆଉ ଯଦି କେହି ଛାଗ ନୈବେଦ୍ୟ କରେ, ତେବେ ସେ ତାକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ।


ତା'ପରେ ସେ ସହଭାଗିତାର ନୈବେଦ୍ୟରୁ ଏକ ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଦେବ। ସେ ଅନ୍ତ ଆଚ୍ଛାଦକ ମେଦ ଓ ଅନ୍ତ ଉପରିସ୍ଥ ମେଦ ସବୁ ଉତ୍ସର୍ଗ କରିବ।


ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ।


Swiv nou:

Piblisite


Piblisite