Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 26:8 - ପବିତ୍ର ବାଇବଲ

8 ତୁମ୍ଭମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଶତ୍ରୁ ପକ୍ଷରୁ ଶହେ ଲୋକଙ୍କୁ ଘଉଡ଼ାଇ ଦେବେ ଓ ଶହେ ଜଣ ଦଶସହସ୍ର ଜଣଙ୍କୁ ଘଉଡ଼ାଇ ଦେବେ ତୁମ୍ଭମାନଙ୍କ ‌‌ଖ‌ଡ଼୍‌ଗରେ ତୁମ୍ଭମାନଙ୍କର ଶତ୍ରୁର ବିନାଶ ଘଟିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି ତୁମ୍ଭମାନଙ୍କର ପାଞ୍ଚ ଜଣ ଶହେ ଜଣଙ୍କୁ ଘଉଡ଼ାଇ ଦେବ ଓ ତୁମ୍ଭମାନଙ୍କର ଶହେ ଜଣ ଦଶ-ସହସ୍ର ଜଣଙ୍କୁ ଘଉଡ଼ାଇ ଦେବ; ଆଉ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କ ଆଗେ ଖଡ଼୍‍ଗରେ ପଡ଼ିବେ।

Gade chapit la Kopi

ଓଡିଆ ବାଇବେଲ

8 ପୁଣି ତୁମ୍ଭମାନଙ୍କର ପାଞ୍ଚ ଜଣ ଶହେ ଜଣଙ୍କୁ ଘଉଡ଼ାଇ ଦେବ ଓ ତୁମ୍ଭମାନଙ୍କର ଶହେ ଜଣ ଦଶସହସ୍ର ଜଣଙ୍କୁ ଘଉଡ଼ାଇ ଦେବ; ଆଉ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି ତୁମ୍ଭମାନଙ୍କର ପାଞ୍ଚ ଜଣ ଶହେ ଜଣଙ୍କୁ ଘଉଡ଼ାଇ ଦେବ ଓ ତୁମ୍ଭମାନଙ୍କର ଶହେ ଜଣ ଦଶ ସହସ୍ର ଜଣଙ୍କୁ ଘଉଡ଼ାଇ ଦେବ; ଆଉ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ।

Gade chapit la Kopi




ଲେବୀୟ ପୁସ୍ତକ 26:8
15 Referans Kwoze  

ସଦାପ୍ରଭୁଙ୍କ ସହାୟତାରେ ଇସ୍ରାଏଲର ଯେକୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରି ପାରିବ। କାହିଁକି ଜାଣ? ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ।


“ସଦାପ୍ରଭୁ ସର୍ବଦା ତୁମ୍ଭମାନଙ୍କୁ ସହାୟ ଓ ତୁମ୍ଭ ଶତ୍ରୁମାନଙ୍କୁ ବିନାଶ କରିବେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉଠିବେ। ସେମାନେ ତୁମ୍ଭ ବିରୁଦ୍ଧରେ ଗୋଟିଏ ବାଟରେ ଆସିବେ ଓ ସାତୋଟି ବାଟରେ ପଳାୟନ କରିବେ।


ଜଣେ ଲୋକ କ’ଣ ହଜାରେ ଲୋକଙ୍କୁ ଗୋଡ଼ାଇ ପାରିବ? ଦୁଇଜଣ ଲୋକ କ’ଣ ଦଶହଜାର ଲୋକଙ୍କୁ ଘଉଡ଼ାଇ ଦେଇ ପାରିବେ? ତାହା ଘଟିବ କେବଳ ଯଦି ସଦାପ୍ରଭୁ ସେମାନଙ୍କୁ ତାଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରନ୍ତି।


ଯୋୟାବଙ୍କ ଭ୍ରାତା ଅବୀଶୟ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ୱାରା 300 ଲୋକଙ୍କ ସହିତ ଯୁଦ୍ଧ କରିଥିଲେ ଓ ସେମାନଙ୍କୁ ବଧ କରିଥିଲେ। ଅବୀଶୟ ମଧ୍ୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ।


ତେଣୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଯାଅ ନାହିଁ, ଆଉ ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ। ସେମାନେ ଆମ୍ଭମାନଙ୍କର ଖାଦ୍ୟ ସ୍ୱରୂପ। ସେମାନଙ୍କର ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ଭୟ କର ନାହିଁ।”


ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ତାଲିକା ଏହି ପ୍ରକାରରେ ଥିଲା: ହ‌କ୍‌ମୋନୀୟ ଯା‌ଶ୍‌ବିୟାମ୍। ଯା‌ଶ୍‌ବିୟାମ୍ ରଥାଧିକାରୀମାନଙ୍କ ନେତା ଥିଲା। ଯା‌ଶ୍‌ବିୟାମ୍ ନିଜର ବର୍ଚ୍ଛା ଦ୍ୱାରା ଏକା ଥରକେ 300 ଲୋକଙ୍କୁ ବଧ କରିଥିଲା।


“ତୁମ୍ଭେମାନେ ତୁମ୍ଭମାନଙ୍କ ଶତ୍ରୁକୁ ଘଉଡ଼ାଇ ଦେବ। ସେମାନେ ତୁମ୍ଭମାନଙ୍କର ‌‌ଖ‌ଡ଼୍‌ଗରେ ଧରାଶାୟୀ ହେବେ।


ଶା‌ମ୍‌ଶୋନ୍ ଗୋଟିଏ ଗଧର କଞ୍ଚା ଥୋମଣି ପାଇଲେ ସେ ସେଥିରେ ସେଠାରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ୟା କଲେ।


ସେହି ସମୟରେ, ଅନ୍ୟ ପ୍ରଦେଶରେ ବାସ କରୁଥିବା ଯିହୁଦୀମାନେ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏକତ୍ରିତ ହେଲେ। ଏହିପରି ଭାବରେ ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ଜୟ କରି ପାରିଲେ। ଯିହୁଦୀୟମାନେ ସେମାନଙ୍କର 75,000 ଶତ୍ରୁମାନଙ୍କୁ ହତ୍ୟା କଲେ। କିନ୍ତୁ ଯିହୁଦୀୟମାନେ ସେମାନଙ୍କର ଧନ ଲୁଣ୍ଠନ କଲେ ନାହିଁ।


ସେହି ଦିନ ସଦାପ୍ରଭୁ ପୁନର୍ବାର ଯିରୁଶାଲମର ଲୋକମାନଙ୍କୁ ସୁରକ୍ଷା ଦେବେ। ଏପରିକି ସବୁଠାରୁ ଦୁର୍ବଳ ବ୍ୟକ୍ତି ମଧ୍ୟ ସେହି ଦିନ ଦାଉଦଙ୍କ ପରି ହେବ। ସେହି ଦିନ ଆଉ ମଧ୍ୟ ଦାଉଦଙ୍କ ପରିବାର ଲୋକ ଦେବତାଗଣଙ୍କ ପରି ଓ ସଦାପ୍ରଭୁଙ୍କ ଦୂତପରି ତାଙ୍କ ସମ୍ମୁଖରେ ହେବେ।


ତୁମ୍ଭେମାନେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ସହସ୍ର ଲୋକ ଯୁଦ୍ଧ ପାଇଁ ସଂଗ୍ରହ କର।


Swiv nou:

Piblisite


Piblisite