ଲେବୀୟ ପୁସ୍ତକ 26:30 - ପବିତ୍ର ବାଇବଲ30 ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ। Gade chapit laପବିତ୍ର ବାଇବଲ (Re-edited) - (BSI)30 ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ-ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ। Gade chapit laଓଡିଆ ବାଇବେଲ30 ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ। Gade chapit la |
ସେମାନେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତେବେଳେ ସେମାନେ ସେମାନଙ୍କର ମୃତ ଶରୀର ମୂର୍ତ୍ତିମାନଙ୍କ ମଧ୍ୟରେ, ଯଜ୍ଞବେଦି ଗ୍ଭରିପାଖରେ, ପର୍ବତର ଶୀର୍ଷ ଦେଶରେ, ଶୃଙ୍ଗରେ, ପ୍ରତ୍ୟେକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରତ୍ୟେକ ଅଲୋନ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କରେ ସେମାନେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନୈବେଦ୍ୟ ଉତ୍ସର୍ଗ କରୁଥିଲେ, ସେହି ସକଳ ସ୍ଥାନରେ ପାଇବେ।
ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ? ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ? ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା।
ନିସ୍ତାରପର୍ବର ଉତ୍ସବ ଶେଷ ହେଲା। ନିସ୍ତାରପର୍ବ ନିମନ୍ତେ ଯିରୁଶାଲମରେ ଥିବା ଇସ୍ରାଏଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫେରିଗଲେ। ଏହା ପରେ ସେମାନେ ସେହି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସେହି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦେବତାମାନଙ୍କର ପୂଜା କରିବା ନିମନ୍ତେ ବ୍ୟବହୃତ ହେଉଥିଲା। ସେହି ଲୋକମାନେ ଆଶେରା ସ୍ତମ୍ଭଗୁଡ଼ିକୁ ମଧ୍ୟ କାଟି ପକାଇଲେ। ଆଉ ସେମାନେ ଯିହୁଦା ଓ ବିନ୍ୟାମୀନରେ ଥିବା ଉଚ୍ଚ ସ୍ଥାନ ଓ ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିଦେଲେ। ଲୋକମାନେ ଇଫ୍ରୟିମ୍ ଓ ମନଃଶିର ସମସ୍ତ ଅଞ୍ଚଳରେ ମଧ୍ୟ ସେହି ପ୍ରକାର କଲେ। ଭଣ୍ଡ ଦେବତାର ପୂଜା ଉଦ୍ଦେଶ୍ୟରେ ବ୍ୟବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ଯ୍ୟନ୍ତ ଲୋକମାନେ ଏହିପରି କାର୍ଯ୍ୟ କଲେ। ଏହା ପରେ ସମସ୍ତ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ସହର ଓ ଗୃହକୁ ଫେରିଗଲେ।
ଏହା ପରେ ଯୋଶିୟ ଚତୁର୍ଦ୍ଦିଗକୁ ଗ୍ଭହିଁଲା ବେଳେ ସେଠାରେ ପର୍ବତ ଉପରେ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରମାନଙ୍କର ଅସ୍ଥି ଅଣାଇଲେ। ଆଉ ପରମେଶ୍ୱରଙ୍କ ଲୋକ ପୂର୍ବେ ଯେପରି ପ୍ରଗ୍ଭର କରିଥିଲେ, ତାଙ୍କ ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ରଖିଲେ ଓ ଦଗ୍ଧ କରି ଅଶୁଚି କଲେ। ଏହି ସମୟରେ ପରମେଶ୍ୱର ଲୋକଙ୍କ ଦୃଷ୍ଟିରେ ଦେଖିଲେ ଯେ, ଯାରବିୟାମ ଯଜ୍ଞବେଦି ପାଖରେ ଛିଡ଼ା ହୋଇଛି। ତା'ପରେ ଯୋଶିୟ ପରମେଶ୍ୱରଙ୍କ ଲୋକର କବର ଦେଖିଲେ।
ସେ ସମୟରେ ଯାଜକମାନେ ବଳିଦାନ ଯିରୁଶାଲମସ୍ଥିତ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଆଣିଲେ ନାହିଁ। ସେମାନେ ଯିହୁଦା ନଗର ଚତୁର୍ଦ୍ଦିଗରେ ରହିଲେ ଓ ସେହି ନଗରଗୁଡ଼ିକର ଉଚ୍ଚସ୍ଥଳୀମାନଙ୍କରେ ଦ୍ୱୀପ ଓ ନୈବେଦ୍ୟ ଜଳାଇଲେ। ସେହି ଉଚ୍ଚସ୍ଥଳୀଗୁଡ଼ିକ ଗେବାଠାରୁ ବେର୍ଶେବା ପର୍ଯ୍ୟନ୍ତ ଲାଗି ଥିଲା। ସେହି ଯାଜକମାନେ ସାଧାରଣ ଲୋକଙ୍କ ସହିତ ତାଡ଼ିଶୂନ୍ୟ ରୋଟୀ ଭୋଜନ କଲେ। ରାଜା ଯୋଶିୟ ସେହି ଉଚ୍ଚସ୍ଥଳୀଗୁଡ଼ିକୁ ଭାଙ୍ଗି ପକାଇଲେ ଓ ସେ ଯାଜକମାନଙ୍କୁ ଯିରୁଶାଲମକୁ ନେଇ ଆସିଲେ। ସେ ମଧ୍ୟ ନଗର ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ ନଗରାଧ୍ୟକ୍ଷ ଯିହୋଶୂୟର ନଗର ଦ୍ୱାରରେ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। (ଯିହୋଶୂୟ ନଗରର ଶାସକ ଥିଲେ।)
ସଦାପ୍ରଭୁଙ୍କ ନିର୍ଦ୍ଦେଶରେ ପରମେଶ୍ୱରଙ୍କ ସେହି ଲୋକ ଜଣକ ଯଜ୍ଞବେଦି ବିପକ୍ଷରେ ଉଚ୍ଚସ୍ୱରରେ କହିଲେ, “ହେ ଯଜ୍ଞବେଦି, ସଦାପ୍ରଭୁ ତୁମ୍ଭକୁ କୁହନ୍ତି, ‘ଏଇ ଦେଖ, ଦାଉଦ ବଂଶରେ ଯୋଶିୟ ନାମରେ ଏକ ସନ୍ତାନ ଜନ୍ମ ହେବ। ଉଚ୍ଚସ୍ଥଳୀର ଯାଜକମାନେ ତୁମ୍ଭ ଉପରେ ଧୂପ ଜଳାଉଛନ୍ତି। ଯୋଶିୟ ସେମାନଙ୍କୁ ତୁମ୍ଭ ଉପରେ ବଳିଦାନ କରିବ। ବର୍ତ୍ତମାନ ଏହି ଯାଜକଗଣ ତୁମ୍ଭ ଉପରେ ଧୂପ ଜାଳନ୍ତି କିନ୍ତୁ ଯୋଶିୟ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ। ତେବେ ତୁମ୍ଭକୁ ପୁଣି କେହି ବ୍ୟବହାର କରିବେ ନାହିଁ।’”
ଆଉ ସେ ମୋତେ ମନ୍ଦିର ମଧ୍ୟରୁ କହିଲେ, “ହେ ମନୁଷ୍ୟ ପୁତ୍ର ଏହା ମୋର ସିଂହାସନର ସ୍ଥାନ ଓ ମୋର ପାଦପୀଠର ସ୍ଥାନ। ମୁଁ ଇସ୍ରାଏଲ ପରିବାର ମଧ୍ୟରେ ସଦାକାଳ ବାସ କରିବି। ଆଉ ଇସ୍ରାଏଲର ଲୋକମାନେ ଏବଂ ସେମାନଙ୍କ ରାଜାଗଣ ସେମାନଙ୍କର ଶାରୀରିକ ପାପସବୁ ସହିତ ଏହି ସ୍ଥାନରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦେବାଦ୍ୱାରା ଏହି ସ୍ଥାନକୁ ମୋର ପବିତ୍ର ନାମକୁ ଅପମାନିତ କରିବେ ନାହିଁ।