Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 26:29 - ପବିତ୍ର ବାଇବଲ

29 ତୁମ୍ଭେମାନେ ଏତେ କ୍ଷୁଧିତ ହେବ ଯେ ଆପଣା ପୁତ୍ର ଓ କନ୍ୟାମାନଙ୍କର ମାଂସ ଭୋଜନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ମାଂସ ଖାଇବ ଓ କନ୍ୟାଗଣର ମାଂସ ତୁମ୍ଭେମାନେ ଭୋଜନ କରିବ।

Gade chapit la Kopi

ଓଡିଆ ବାଇବେଲ

29 ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ଓ କନ୍ୟାଗଣର ମାଂସ ଭୋଜନ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ଓ କନ୍ୟାଗଣର ମାଂସ ଭୋଜନ କରିବ।

Gade chapit la Kopi




ଲେବୀୟ ପୁସ୍ତକ 26:29
8 Referans Kwoze  

“ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳରେ ଶିଶୁଟିଏ ଥିବ ସେମାନେ ଏହି ସମୟରେ ବହୁତ କଷ୍ଟ ଭୋଗିବେ।


ଯିରୁଶାଲମର ଲୋକମାନେ ଏପରି କ୍ଷୁଧାର୍ତ୍ତ ହେବେ ଯେ, ସେମାନଙ୍କ ମଧ୍ୟରୁ ପିତାମାତା ନିଜର ସନ୍ତାନମାନଙ୍କୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ ଭୋଜନ କରିବେ। ଏବଂ ଆମ୍ଭେ ତୁମ୍ଭର ବିଗ୍ଭର କରିବା ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ପୃଥିବୀର ଶେଷ ସୀମାରେ ଛିନ୍ନଭିନ୍ନ କରିବା।”


ସ୍ନେହମୟୀ ମାମାନେ ଆପଣା ପ୍ରିୟ ସନ୍ତାନମାନଙ୍କୁ ରାନ୍ଧିଲେ କାରଣ ସେମାନେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ। ଯେତେବେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।


ଏବେ ସମୟ ଆସୁଛି, ଯେତେବେଳେ ଲୋକମାନେ କହିବେ, ‘ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାନ୍ତି, ସେମାନେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ୟା, ସେମାନେ ଧନ୍ୟ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦେଇ ନାହାନ୍ତି ଏବଂ ତାହାଙ୍କର ଯତ୍ନ ନେଇ ନାହାନ୍ତି, ସେମାନେ ଧନ୍ୟ।’


ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହା ପ୍ରତି ଏ ପ୍ରକାର ବ୍ୟବହାର କରିଅଛ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଗ୍ଭରୁଛି, କୌଣସି ମା କ’ଣ ତା'ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷ୍ୟଣ କରିବ? ଯାଜକଗଣ ଓ ଭବିଷ୍ୟ‌ଦ୍‌ବକ୍ତା କ’ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ନିହତ ହେବେ କି?


ଶତ୍ରୁଗଣ ସେମାନଙ୍କ ନଗରକୁ ଅବରୋଧ କରିବେ ଓ ସେମାନଙ୍କୁ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଦେବେ ନାହିଁ। ତେଣୁ ଲୋକମାନେ ଉପବାସରେ ରହିବେ ଓ କ୍ଷୁଧାରେ ଆତୁର ହୋଇ ସଙ୍କଟ ସମୟରେ ପୁତ୍ରକନ୍ୟାର ମାଂସ ଭୋଜନ କରିବେ। ଆଉ ମଧ୍ୟ ଶେଷରେ ପରସ୍ପରକୁ ଭୋଜନ କରିବେ।’


Swiv nou:

Piblisite


Piblisite