Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 26:28 - ପବିତ୍ର ବାଇବଲ

28 ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

28 ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ପ୍ରତିକୂଳା-ଚରଣ କରିବା ଓ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଶାସ୍ତି ଦେବା।

Gade chapit la Kopi

ଓଡିଆ ବାଇବେଲ

28 ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ବିରୁଦ୍ଧାଚରଣ କରିବା ଓ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଶାସ୍ତି ଦେବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ବିରୁଦ୍ଧାଚରଣ କରିବା ଓ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ଶାସ୍ତି ଦେବା।

Gade chapit la Kopi




ଲେବୀୟ ପୁସ୍ତକ 26:28
16 Referans Kwoze  

ସେ ପାପ କର୍ମର ପରିମାଣ ଅନୁସାରେ ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ। ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ। ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ।


ଏଣୁ ଆମ୍ଭେ ସେମାନଙ୍କ ବିଷୟରେ ଆମ୍ଭର କ୍ରୋଧଭାବ ଦେଖାଇବା। ଆମ୍ଭେ ସେମାନଙ୍କୁ ଅନୁକମ୍ପା କରିବା ନାହିଁ କି ଦୟା ଦେଖାଇବା ନାହିଁ। ଏବଂ ଏପରିକି ଯଦି ସେମାନେ ଆମ୍ଭ କର୍ଣ୍ଣ ପାଖରେ ଉଚ୍ଚ ସ୍ୱରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ।”


ଏବଂ ଯେତେବେଳେ ଆମ୍ଭେ କ୍ରୋଧରେ ଏବଂ କ୍ରୋଧ ଭର୍ତ୍ସନାରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା, ତୁମ୍ଭମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଗୋଷ୍ଠୀମାନଙ୍କ ପାଇଁ ଗାଳିର, ପରିହାସର ଓ ଆଶ୍ଚର୍ଯ୍ୟର ଏକ ବିସ୍ମୟର ବିଷୟ ହେବ। କିନ୍ତୁ ସେମାନେ ମଧ୍ୟ ଏଥିରୁ ଏକ ପାଠ ଶିଖିବେ। ଆମ୍ଭେ ସଦାପ୍ରଭୁ ଏହା କରିଅଛୁ।


ତା'ପରେ ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ଶେଷ ହେବ ଓ ଆମ୍ଭର କୋପ ଶାନ୍ତ ହେବ। ଏବଂ ସେମାନଙ୍କ ଉପରେ ପ୍ରତିଶୋଧ ନେଇଥିବାରୁ ଆମ୍ଭେ ନିଜେ ଆଶ୍ୱସ୍ତ ହେବା। ତା'ପରେ ଯେତେବେଳେ ସେମାନଙ୍କ ଉପରୁ ମୋର କ୍ରୋଧ ଦୂରେଇ ଯିବ, ସେମାନେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା କ୍ରୋଧ ସେମାନଙ୍କ ବିରୁଦ୍ଧରେ କହିଅଛୁ।”


ପୁଣି ଆମ୍ଭେ ନିଜେ ବିସ୍ତୃତ ହସ୍ତ ଓ ବଳବାନ୍ ବାହୁ ସାହାଯ୍ୟରେ କ୍ରୋଧରେ, ପ୍ରଚଣ୍ଡ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା।


ଦେଖ, ସଦାପ୍ରଭୁ ଅତ୍ୟନ୍ତ କ୍ରୋଧରେ ପ୍ରଜ୍ୱଳିତ ଅଗ୍ନିଧରି ସେମାନଙ୍କୁ ଭର୍ତ୍ସନା କରିବାକୁ ଆଗମନ କରିବେ। ସେ ଅଗ୍ନି ସଦୃଶ ଓ ତାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ।


ସେ ଉତ୍ତର କରନ୍ତି, “ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲେ। ଆମ୍ଭେ ନିଜର କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ନିଜର କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ। ଏଣୁ ସେମାନଙ୍କର ପ୍ରାଣ ରକ୍ତର ଛିଟାରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସେହି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।


ସଦାପ୍ରଭୁଙ୍କ କ୍ରୋଧ ବିରୁଦ୍ଧରେ କେହି ତିଷ୍ଠି ପାରିବେ ନାହିଁ। ତାଙ୍କର ଭୟଙ୍କର କ୍ରୋଧକୁ କେହି ସହ୍ୟ କରି ପାରିବେ ନାହିଁ। ତାଙ୍କର କ୍ରୋଧ ଅଗ୍ନି ସଦୃଶ ଜଳି ଉଠିବ। ତାଙ୍କର ଆଗମନରେ ପଥରଗୁଡ଼ିକ ଖଣ୍ତ ଖଣ୍ତ ହୋଇଯିବ।


ସଦାପ୍ରଭୁ ଈର୍ଷାପରାୟଣ ଏବଂ ପ୍ରତିଶୋଧ ପରାୟଣ। ସେ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପରେ ସେ ପ୍ରତିଶୋଧ ନିଅନ୍ତି। ସେ ତାଙ୍କର ଶତ୍ରୁମାନଙ୍କ ଉପରେ ରାଗନ୍ତି।


ମୋ'ଠାରେ କ୍ରୋଧ ନାହିଁ। ଯଦି ଯୁଦ୍ଧ ହୁଏ ଓ କେହି ଜଣେ କଣ୍ଟାକର ବାଡ଼ ଦିଏ, ଆମ୍ଭେ ଆକ୍ରମଣ କରିବୁ ଓ ପୋଡ଼ି ପକାଇବୁ।


ଆମ୍ଭେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ସକାଶେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ ଦଣ୍ତିତ କରିବା।


“ଏହା ହେଲା ପରେ ଯଦି ତୁମ୍ଭେମାନେ ଆମ୍ଭ କଥା ଶୁଣିବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ।


ଆଉ ମଧ୍ୟ ସେମାନେ ଆମ୍ଭର ପ୍ରତିକୂଳାଚରଣ କରିବା ହେତୁ ଆମ୍ଭେ ମଧ୍ୟ ସେମାନଙ୍କର ପ୍ରତିକୂଳାଚରଣ କଲୁ। ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶରୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ। ତହିଁରେ ଯେବେ ସେମାନଙ୍କ ହୃଦୟ ନମ୍ର ହେବ ଓ ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ।


ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି, ସେମାନଙ୍କୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।


ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଏକ ସ୍ଥାନ ଉପରେ, ମନୁଷ୍ୟ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପରେ ଆମ୍ଭର କୋପ ଓ କ୍ରୋଧ ଢଳାଯିବ। ତାହା ଅଗ୍ନି ସଦୃଶ ସବୁ ଦ‌ଗ୍‌ଧ କରିବ, ତାକୁ କେହି ଲିଭାଇ ପାରିବେ ନାହିଁ।”


ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କ୍ରୋଧ ସିୟୋନ ଉପରେ ଢାଳି ଦେଲେ। ପୁଣି ସେ ସିୟୋନରେ ଯେଉଁ ଅଗ୍ନି ଲଗାଇଲେ, ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା।


Swiv nou:

Piblisite


Piblisite