Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 26:23 - ପବିତ୍ର ବାଇବଲ

23 “ଏହାସବୁ ହେଲା ପରେ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ପରିବର୍ତ୍ତନ ହେବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଏହା ହେଲେ ହେଁ ଯେବେ ତୁମ୍ଭେମାନେ ଆମ୍ଭ ପ୍ରତି ସୁଧୁରିବ ନାହିଁ, ମାତ୍ର ଆମ୍ଭର ପ୍ରତିକୂଳାଚରଣ କରିବ,

Gade chapit la Kopi

ଓଡିଆ ବାଇବେଲ

23 ଏହା ହେଲେ ମଧ୍ୟ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ସୁଧୁରିବ ନାହିଁ, ମାତ୍ର ଆମ୍ଭର ବିରୁଦ୍ଧାଚରଣ କରିବ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏହା ହେଲେ ମଧ୍ୟ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ସୁଧୁରିବ ନାହିଁ, ମାତ୍ର ଆମ୍ଭର ବିରୁଦ୍ଧାଚରଣ କରିବ,

Gade chapit la Kopi




ଲେବୀୟ ପୁସ୍ତକ 26:23
9 Referans Kwoze  

ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସେମାନଙ୍କୁ ସତ୍ୟ ଓ ବିଶ୍ୱସ୍ତ ହେବାକୁ ଗ୍ଭହଁ। ସେମାନଙ୍କୁ ପ୍ରହାର କରିଅଛ। ମାତ୍ର ସେମାନେ ଅନୁତପ୍ତ ନୁହନ୍ତି। ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ। ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି। ସେମାନେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସେମାନେ କୁପଥରୁ ଫେରିବାକୁ ଇଚ୍ଛା କରି ନାହାନ୍ତି।


“ଆମ୍ଭେ ବୃଥାରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦେଇଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭେମାନେ ଠିକ୍ ବାଟକୁ ଫେରିଲ ନାହିଁ। ତୁମ୍ଭେମାନେ ତୁମ୍ଭ ‌‌ଖ‌ଡ଼୍‌ଗରେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ହତ୍ୟା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ୟ ସେମାନଙ୍କୁ ଗ୍ରାସ କରିଅଛ।”


“ଆଉ ଯଦି ତୁମ୍ଭେମାନେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଳେଶ ଦେବା। ତୁମ୍ଭେମାନେ ଯେତେ ଅଧିକ ପାପ କରିବ ସେତେ ଅଧିକ ଦଣ୍ତ ପାଇବ।


ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର ଅଟ।


ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ।


ମୋଶାଙ୍କ ଲିଖିତ ବ୍ୟବସ୍ଥାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରି ନାହୁଁ କି ପାପରୁ ବିରତ ହୋଇ ନାହୁଁ ଓ ତାଙ୍କର ସତ୍ୟତା ପ୍ରତି ଧ୍ୟାନ ଦେଇ ନାହୁଁ।


Swiv nou:

Piblisite


Piblisite