ଲେବୀୟ ପୁସ୍ତକ 26:16 - ପବିତ୍ର ବାଇବଲ16 ଯଦି ତୁମ୍ଭେମାନେ ତାହା କର, ତେବେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଭୟଙ୍କର ଅଘଟଣ ଘଟାଇବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯକ୍ଷ୍ମା ଓ ଜ୍ୱର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ, ପ୍ରାଣ କ୍ଷୟ କରିବ। ଆଉ ତୁମ୍ଭେମାନେ ବୃଥାରେ ବୀଜ ବୁଣିବ, କାରଣ ଶତ୍ରୁମାନେ ତାକୁ ଖାଇଯିବେ। Gade chapit laପବିତ୍ର ବାଇବଲ (Re-edited) - (BSI)16 ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବିହ୍ଵଳତା, ଅର୍ଥାତ୍, ଯକ୍ଷ୍ମା ଓ ଜ୍ଵର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ। Gade chapit laଓଡିଆ ବାଇବେଲ16 ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପେ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବ୍ୟାକୁଳତା ନିରୂପଣ କରିବା; ଅର୍ଥାତ୍, ଯକ୍ଷ୍ମା ଓ ଜ୍ୱର, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପେ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବ୍ୟାକୁଳତା ନିରୂପଣ କରିବା; ଅର୍ଥାତ୍, ଯକ୍ଷ୍ମା ଓ ଜ୍ୱର, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ। Gade chapit la |
ସେମାନେ ତୁମ୍ଭମାନଙ୍କର ସଂଗୃହୀତ ଶସ୍ୟ ଓ ରୋଟୀ ଭକ୍ଷ୍ୟଣ କରିବେ। ସେମାନେ ତୁମ୍ଭମାନଙ୍କ ପୁତ୍ରକନ୍ୟା ଗଣଙ୍କୁ ଭକ୍ଷ୍ୟଣ କରିବେ। ସେମାନେ ସେମାନଙ୍କର ମେଷ ଓ ଗାଈ ଗୁଡ଼ିକ ଭକ୍ଷ୍ୟଣ କରିବେ। ସେମାନେ ମଧ୍ୟ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ଗ୍ରାସ କରିବେ। ଆଉ ତୁମ୍ଭେମାନେ ଯେଉଁ ସୁଦୃଢ଼ ନଗର ଉପରେ ବିଶ୍ୱାସ କରିଅଛ, ସେମାନେ ସେହିସବୁକୁ ଖଡ଼୍ଗରେ ଧ୍ୱଂସ କରିବେ।”
ତୁମ୍ଭେ ବହୁ ମଞ୍ଜି ବୁଣୁଛ କିନ୍ତୁ ଅଳ୍ପ ଶସ୍ୟଅମଳ କରୁଛ। ତୁମ୍ଭର ଖାଇବାକୁ ଖାଦ୍ୟ ଅଛି କିନ୍ତୁ ପେଟ ପୁରିବାକୁ ପ୍ରଚୁର ନାହିଁ। ତୁମ୍ଭର ପାନୀୟ ପାଇଁ ଅଳ୍ପ ଦ୍ରାକ୍ଷାରସ ଅଛି। କିନ୍ତୁ ତାହା ତୁମ୍ଭର ଗ୍ଭହିଦା ପୂରଣ ପାଇଁ ଯଥେଷ୍ଟ ନୁହେଁ। ତୁମ୍ଭର ଯଦିଓ କିଛି ବସ୍ତ୍ର ପିନ୍ଧିବାକୁ ଅଛି ତାହା ତୁମ୍ଭମାନଙ୍କୁ ଉଷୁମ ରଖିବାକୁ ଯଥେଷ୍ଟ ନୁହେଁ। ତୁମ୍ଭେମାନେ ଧନ ଅର୍ଜ୍ଜନ କରୁଛ କିନ୍ତୁ ତାହା କୁଆଡ଼େ ଗ୍ଭଲି ଯାଉଛି ତୁମ୍ଭେ ଜାଣିପାରୁ ନାହଁ, ଯେପରିକି ତୁମ୍ଭ ପକେଟରେ ଥିବା କଣା ବାଟେ ସେସବୁ ଗ୍ଭଲି ଯାଉଛି।’”
କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଏପରି ପରିସ୍ଥିତି ସୃଷ୍ଟି କରିବା ଯେ, ତୁମ୍ଭ ପାଇଁ ଯାହା ଘଟିବ, ସେଥିରେ ତୁମ୍ଭେ ଓ ତୁମ୍ଭର ସାଙ୍ଗମାନେ ଆତଙ୍କିତ ହେବେ। ଏବଂ ସେମାନେ ସେମାନଙ୍କର ଶତ୍ରୁଗଣର ଖଡ଼୍ଗରେ ନିହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ। ଆଉ ଆମ୍ଭେ ଯିହୁଦାକୁ ବାବିଲର ରାଜା ହସ୍ତରେ ଦେବା, ତା'ପରେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଯିବା ଓ ସେମାନଙ୍କୁ ସେଠାରେ ହତ୍ୟା କରାଯିବ।