Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 25:6 - ପବିତ୍ର ବାଇବଲ

6 “ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହେବ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ୟର ଅଭାବ ହେବ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ, ଭୂମିର ବିଶ୍ରାମ ତୁମ୍ଭମାନଙ୍କର ଭକ୍ଷ୍ୟ ସ୍ଵରୂପ ହେବ; ତୁମ୍ଭର କ୍ଷେତ୍ରୋତ୍ପନ୍ନ ସମସ୍ତ ଦ୍ରବ୍ୟ ତୁମ୍ଭର ଓ ତୁମ୍ଭ ଦାସର ଓ ତୁମ୍ଭ ଦାସୀର ଓ ତୁମ୍ଭ ବର୍ତ୍ତନଜୀବୀର ଓ ତୁମ୍ଭ ସହବାସୀ ବିଦେଶୀର;

Gade chapit la Kopi

ଓଡିଆ ବାଇବେଲ

6 ଆଉ, ଭୂମିର ବିଶ୍ରାମ ତୁମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ ହେବ; ତୁମ୍ଭର କ୍ଷେତ୍ରୋତ୍ପନ୍ନ ସମସ୍ତ ଦ୍ରବ୍ୟ ତୁମ୍ଭର, ତୁମ୍ଭ ଦାସର, ତୁମ୍ଭ ଦାସୀର, ତୁମ୍ଭ ବେତନଜୀବୀର ଓ ତୁମ୍ଭ ସହବାସୀ ବିଦେଶୀର;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ, ଭୂମିର ବିଶ୍ରାମ ତୁମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ ହେବ; ତୁମ୍ଭର କ୍ଷେତ୍ରୋତ୍ପନ୍ନ ସମସ୍ତ ଦ୍ରବ୍ୟ ତୁମ୍ଭର, ତୁମ୍ଭ ଦାସର, ତୁମ୍ଭ ଦାସୀର, ତୁମ୍ଭ ବେତନଜୀବୀର ଓ ତୁମ୍ଭ ସହବାସୀ ବିଦେଶୀର;

Gade chapit la Kopi




ଲେବୀୟ ପୁସ୍ତକ 25:6
9 Referans Kwoze  

ବିଶ୍ୱାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସେମାନଙ୍କ ମଧ୍ୟରୁ କେହି କୌଣସି ଜିନିଷକୁ ନିଜର ବୋଲି କହୁ ନ ଥିଲେ। ସେମାନଙ୍କ ପାଖରେ ଯାହା ଥିଲା, ସେଥିରେ ସମସ୍ତେ ଭାଗୀଦାର ଥିଲେ।


ସମସ୍ତ ବିଶ୍ୱାସୀମାନେ ଏକାଠି ରହିଲେ ଏବଂ ସେମାନଙ୍କ ପାଖରେ ଯାହାସବୁ ଥିଲା, ସେଥିରେ ସମସ୍ତେ ଭାଗୀଦାର ହେଲେ।


“ତୁମ୍ଭେମାନେ କହିପାର, ‘ଆମ୍ଭେମାନେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ ସପ୍ତମ ବର୍ଷରେ କ’ଣ ଖାଇବୁ।’


କିନ୍ତୁ ସପ୍ତମ ବର୍ଷ ଜମିରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡ଼ିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ରରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତେବେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡ଼ିଦିଅ ଏବଂ ଅବଶିଷ୍ଟକୁ ବଣ୍ୟଜନ୍ତୁମାନଙ୍କୁ ଖାଇବାକୁ ଛାଡ଼ିଦିଅ। ଏପରିକି ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜୀତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର।


ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ହୋଇଥିବ, ତାକୁ ତୁମ୍ଭେମାନେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହେବ।


ଆଉ ତୁମ୍ଭମାନଙ୍କର ପଶୁର ଓ ଅନ୍ୟାନ୍ୟ ବନପଶୁମାନଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ହେବ।


ସେଥିପାଇଁ ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ, ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା ତହିଁରେ ତାହା ତିନି ବର୍ଷର ଅମଳ ଦେବ।


“ହେ ହିଜକିୟ, ଏହା ତୁମ୍ଭ ପ୍ରତି ମୋର ସାହାଯ୍ୟର ଚିହ୍ନ ହେବ। ଏହି ବର୍ଷ ତୁମ୍ଭେମାନେ ସ୍ୱୟଂ କ୍ଷେତରେ ବଢ଼ିଥିବା ଶସ୍ୟ ଭୋଜନ କରିବ ଓ ପର ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ମାତ୍ର ତୃତୀୟ ବର୍ଷ ତୁମ୍ଭେ ବୁଣିଥିବା ଶସ୍ୟ କାଟିବ ଓ ତୁମ୍ଭଦ୍ୱାରା ରୋପିତ ଦ୍ରାକ୍ଷାକ୍ଷେତ୍ରରୁ ଫଳ ଭୋଜନ କରିବ।


Swiv nou:

Piblisite


Piblisite