Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 24:8 - ପବିତ୍ର ବାଇବଲ

8 ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖରେ ରୋଟୀ ସବୁ ସମୟ ପାଇଁ ରଖିବ। ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ଏହା ଅନନ୍ତକାଳୀନ ବିଧି ହେବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି, ଯାଜକ ପ୍ରତି ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ; ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ।

Gade chapit la Kopi

ଓଡିଆ ବାଇବେଲ

8 ପୁଣି, ଯାଜକ ପ୍ରତ୍ୟେକ ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ; ଇସ୍ରାଏଲ ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, ଯାଜକ ପ୍ରତ୍ୟେକ ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ; ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ।

Gade chapit la Kopi




ଲେବୀୟ ପୁସ୍ତକ 24:8
9 Referans Kwoze  

ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନାମକୁ ସମ୍ମାନ ଦେବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିରରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜଳାଇବୁ ଏବଂ ବିଶେଷ ମେଜ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭେମାନେ ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ, ପ୍ରତ୍ୟେକ ବିଶ୍ରାମ ଦିନରେ, ପ୍ରତ୍ୟେକ ଅମାବାସ୍ୟା ଦିନରେ ଏବଂ ଅନ୍ୟାନ୍ୟ ପର୍ବ ଦିନରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ହୋମବଳି ଦେବୁ। ଇସ୍ରାଏଲ ଚିରଦିନ ଏହା କରିବ।


“ଏହା ପରେ ସେମାନେ ପବିତ୍ର ମେଜ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଗ୍ଭମଚ, ପାତ୍ର ଜାର୍ ପେୟନୈବେଦ୍ୟ ରଖିବା ଉଚିତ୍। ଦର୍ଶନୀୟ ରୋଟୀ ସବୁବେଳେ ସେଥିରେ ରଖିବା ଉଚିତ୍।


କୋରହ ବଂଶଜ କେତେ ଜଣ ଦ୍ୱାରପାଳ ପ୍ରତ୍ୟେକ ବିଶ୍ରାମବାରରେ ମେଜ ଉପରେ ପରିବେଶିତ ହେଉଥିବା ରୋଟୀ ପ୍ରସ୍ତୁତ କରିବାର କାର୍ଯ୍ୟ କରୁଥିଲେ।


ଅର୍ଥାତ୍ ଦର୍ଶନୀୟ ରୋଟୀର ଓ ନିତ୍ୟ ଭକ୍ଷ୍ୟ ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମ ବାରର ଅମାବାସ୍ୟାର, ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ନିମନ୍ତେ।


ମନ୍ଦିରର ମେଜ ଉପରେ ବିଶେଷରୋଟୀ ରଖିବାର ଦାୟିତ୍ୱ ସେମାନଙ୍କର ଥିଲା। ଆହୁରି ମଧ୍ୟ, ସେମାନଙ୍କର ମଇଦା, ଶସ୍ୟ ନୈବେଦ୍ୟ ଓ ଖମୀରଶୂନ୍ୟ ରୋଟୀ ପ୍ରସ୍ତୁତ କରିବାର ଦାୟିତ୍ୱ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନୈବେଦ୍ୟ ଉତ୍ସର୍ଗ କରିବା ଦାୟିତ୍ୱ ମଧ୍ୟ ସେମାନଙ୍କର ଥିଲା। ସେମାନେ ସବୁ ପ୍ରକାର ମାପ ତୌଲି କରୁଥିଲେ।


ସେହି ମେଜ ଉପରେ, ମୋ’ ସମ୍ମୁଖରେ ସବୁ ସମୟରେ ଦର୍ଶନୀୟ ରୋଟୀ ରଖ।


ସେଦିନ ଶାଉଲଙ୍କ ଦାସମାନଙ୍କ ମଧ୍ୟରୁ ଜଣେ ଦାସ ସେଠାରେ ଥିଲା। ସେ ଥିଲେ ଇଦୋମୀୟ ଦୋୟେଗ। ଦୋୟେଗ ଥିଲା ଶାଉଲଙ୍କର ପଶୁପାଳକମାନଙ୍କର ମୁଖ୍ୟ। ଦୋୟେଗଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକାଇ ରଖା ଯାଇଥିଲା।


ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସେମାନେ ମନ୍ଦିର ମଧ୍ୟରେ ଥିବା ବିଶେଷ ମେଜ ଉପରେ ଧାଡ଼ିରେ ରୋଟୀ ସଜାଇ ରଖନ୍ତି। ଆଉ ସେମାନେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଦୀପ ଝ‌କ୍‌ମକ୍ କରେ। ଆମ୍ଭେମାନେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ସେବା କରୁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଅଛ।


Swiv nou:

Piblisite


Piblisite