Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 23:39 - ପବିତ୍ର ବାଇବଲ

39 “ସପ୍ତମ ମାସର ପଞ୍ଚଦଶ ଦିନ ଯେତେବେଳେ ତୁମ୍ଭେମାନେ ଭୂମିରୁ ଶସ୍ୟ ସଂଗ୍ରହ କରି ସାରିବ ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ ଓ ଅଷ୍ଟମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ଆହୁରି, ଭୂମିରୁ ଉତ୍ପନ୍ନ ଫଳ ସଂଗ୍ରହ କଲା ଉତ୍ତାରେ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭେମାନେ ସାତ ଦିନଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ; ପ୍ରଥମ ଦିନ ମହା ବିଶ୍ରାମ ହେବ ଓ ଅଷ୍ଟମ ଦିନ ମହାବିଶ୍ରାମ ହେବ।

Gade chapit la Kopi

ଓଡିଆ ବାଇବେଲ

39 ଆହୁରି, ଭୂମିରୁ ଉତ୍ପନ୍ନ ଫଳ ସଂଗ୍ରହ କଲା ଉତ୍ତାରେ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ; ପ୍ରଥମ ଦିନ ମହା ବିଶ୍ରାମ ହେବ ଓ ଅଷ୍ଟମ ଦିନ ମହା ବିଶ୍ରାମ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ଆହୁରି, ଭୂମିରୁ ଉତ୍ପନ୍ନ ଫଳ ସଂଗ୍ରହ କଲା ଉତ୍ତାରେ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ; ପ୍ରଥମ ଦିନ ମହା ବିଶ୍ରାମ ହେବ ଓ ଅଷ୍ଟମ ଦିନ ମହା ବିଶ୍ରାମ ହେବ।

Gade chapit la Kopi




ଲେବୀୟ ପୁସ୍ତକ 23:39
7 Referans Kwoze  

“ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ୱିତୀୟ ଉତ୍ସବ। ତୁମ୍ଭେମାନେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭରେ ପାଳନ କରିବ। “ଏବଂ ତୃତୀୟ ଉତ୍ସବଟି ହେଉଛି ସଂଗ୍ରହର ଉତ୍ସବ। ଏହି ଉତ୍ସବଟି ବର୍ଷ ଶେଷରେ ଫଳ ସଂଗ୍ରହ କଲାବେଳେ ପାଳନ କରିବ।


“ତୁମ୍ଭେମାନେ ଯେତେବେଳେ ଖଳାରୁ ଶସ୍ୟ ସଂଗ୍ରହ କରି ସାରିଲା ପରେ ଓ ଯେତେବେଳେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ସଂଗ୍ରହ କଲାପରେ ସାତ ଦିନ ପାଇଁ କୁଟୀରପର୍ବ ପାଳନ କରିବ।


“ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟୀର ପର୍ବ ପାଳିତ ହେବ।


ସାତ ଦିନ ଯାଏ ତୁମ୍ଭେମାନେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍ ଓ ତୁମ୍ଭେମାନେ ସଦାପ୍ରଭୁଙ୍କ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବା ଉଚିତ୍ ନୁହେଁ।


“ଇସ୍ରାଏଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ।


ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ରାମ ଦିନ ଛଡ଼ା, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦାନ ଛଡ଼ା ତୁମ୍ଭମାନଙ୍କର ସକଳ ମାନତ ଛଡ଼ା ଓ ତୁମ୍ଭମାନଙ୍କ ସ୍ୱେଚ୍ଛାଦତ୍ତ ସକଳ ନୈବେଦ୍ୟ ଛଡ଼ା ଏହିସବୁ ପର୍ବ ପାଳନ କରିବ।


ଆଉ ତୁମ୍ଭେମାନେ ପ୍ରଥମ ଦିନରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖର୍ଜ୍ଜୁର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘେନି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସମ୍ମୁଖରେ ସାତ ଦିନ ଯାଏ ଆନନ୍ଦ କରିବ।


Swiv nou:

Piblisite


Piblisite