Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 23:32 - ପବିତ୍ର ବାଇବଲ

32 ସେହି ଦିନ ତୁମ୍ଭମାନଙ୍କର ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। ତୁମ୍ଭେମାନେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ସେହି ଦିନ ତୁମ୍ଭମାନଙ୍କର ମହାବିଶ୍ରାମ ଦିନ ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଳେଶ ଦେବ; ମାସର ନବମ ଦିନର ସନ୍ଧ୍ୟା କାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ, ତୁମ୍ଭେମାନେ ଆପଣାମାନଙ୍କର ବିଶ୍ରାମ ଦିନ ପାଳନ କରିବ।

Gade chapit la Kopi

ଓଡିଆ ବାଇବେଲ

32 ସେହି ଦିନ ତୁମ୍ଭମାନଙ୍କର ମହାବିଶ୍ରାମ ଦିନ ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ; ମାସର ନବମ ଦିନର ସନ୍ଧ୍ୟା କାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ, ତୁମ୍ଭେମାନେ ଆପଣାମାନଙ୍କର ବିଶ୍ରାମ ଦିନ ପାଳନ କରିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ସେହି ଦିନ ତୁମ୍ଭମାନଙ୍କର ମହା ବିଶ୍ରାମ ଦିନ ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ; ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ, ତୁମ୍ଭେମାନେ ଆପଣାମାନଙ୍କର ବିଶ୍ରାମ ଦିନ ପାଳନ କରିବ।”

Gade chapit la Kopi




ଲେବୀୟ ପୁସ୍ତକ 23:32
19 Referans Kwoze  

ଅତଏବ, ଆମ୍ଭେ ପରମେଶ୍ୱରଙ୍କ ସେହି ବିଶ୍ରାମସ୍ଥଳରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ୟକ। ପରମେଶ୍ୱରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରନ୍ତି ନାହିଁ, ସେହି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭେମାନେ ଯଥାସାଧ୍ୟ ପରିଶ୍ରମ କରିବା ଆବଶ୍ୟକ।


ଆମ୍ଭେ ବିଶ୍ୱାସୀ ଲୋକମାନେ ବିଶ୍ରାମ ସ୍ଥଳରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ୱର କହିଅଛନ୍ତି: “ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି; ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” ପରମେଶ୍ୱର ଏହା କହିଲେ। କିନ୍ତୁ ଜଗତ ସୃଷ୍ଟି କରିବା ଦିନଠାରୁ ପରମେଶ୍ୱରଙ୍କ କାମ ସରିଯାଇଥିଲା।


କିନ୍ତୁ ଯଦି ଆମ୍ଭେ ନିଜକୁ ପରୀକ୍ଷା କରି ନେବା, ତା'ହେଲେ ଆମ୍ଭକୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବାକୁ ପଡ଼ିବ ନାହିଁ।


ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ; କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।


ସିୟୋନର ଶୋକାର୍ତ୍ତ ଲୋକମାନଙ୍କୁ ଯୋଗାଇ ଦେବାକୁ ଓ ଭସ୍ମ ପରିବର୍ତ୍ତେ ଭୂଷଣ, ଦୁଃଖ ପରିବର୍ତ୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ‘ଧର୍ମରୂପ ବୃକ୍ଷ’ ଓ ‘ତାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।’


କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ୱର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି; “ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ। ଆଉ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।


ନମ୍ର ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟବଳି। ହେ ପରମେଶ୍ୱର, ତୁମ୍ଭେ ନମ୍ର ହୃଦୟକୁ ଓ ପାପ ପାଇଁ ଅନୁତପ୍ତ ହୃଦୟକୁ ପ୍ରତ୍ୟାଖ୍ୟାନ କରିବ ନାହିଁ।


ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି। ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି। ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ?


“ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପାପରୁ ପ୍ରାୟଶ୍ଚିତ୍ତର ଦିନ ହେବ। ସେଦିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।


ଏହି ଦିନଟି ତୁମ୍ଭମାନଙ୍କ ପାଇଁ ମହାନ୍ ବିଶ୍ରାମ ଦିନ, ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା ଚିରନ୍ତନ ବିଧି।


ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ ସେଦିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ଅଟେ।


ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ,


ଏହା ପରେ ବିଶ୍ରାମବାର ପୂର୍ବରୁ ଯିରୁଶାଲମରେ ଯେତେବେଳେ ଅନ୍ଧାର ହେବାକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଶେଷ ହେବା ପର୍ଯ୍ୟନ୍ତ ନ ଖୋଲିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରମାନଙ୍କରେ ନିଯୁକ୍ତି କଲି।


“ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହେବ। ସପ୍ତମ ମାସର ଦଶମ ଦିନରେ ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧ୍ୟରେ ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ।


Swiv nou:

Piblisite


Piblisite