Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 23:28 - ପବିତ୍ର ବାଇବଲ

28 ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ। କାରଣ ଏହା ପ୍ରାୟଶ୍ଚିତ୍ତର ଦିନ। ସେଦିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ତୁମ୍ଭମାନଙ୍କର ପ୍ରାୟଶ୍ଚିତ୍ତ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

28 ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭମାନଙ୍କ ପରମେଶ୍ଵର ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ତାହା ପ୍ରାୟଶ୍ଚିତ୍ତର ଦିନ ହେବ।

Gade chapit la Kopi

ଓଡିଆ ବାଇବେଲ

28 ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ତାହା ପ୍ରାୟଶ୍ଚିତ୍ତର ଦିନ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ତାହା ପ୍ରାୟଶ୍ଚିତ୍ତର ଦିନ ହେବ।

Gade chapit la Kopi




ଲେବୀୟ ପୁସ୍ତକ 23:28
15 Referans Kwoze  

ଯିହୋଶୂୟଙ୍କ ସମ୍ମୁଖରେ ଆମ୍ଭେ ଯେଉଁ ସ୍ୱତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ। ସେହି ପ୍ରସ୍ତରରେ ସାତୋଟି ଚକ୍ଷୁ ଅଛି। ସେହି ସ୍ୱତନ୍ତ୍ର ପ୍ରସ୍ତର ଉପରେ ଆମ୍ଭେ ବାର୍ତ୍ତା ଖୋଦନ କରିବା। ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦେଖାଇବ।”


ପୁଣି ଇସ୍ରାଏଲ ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।” ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।


ଯିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ ସହିତ ଆସିଥିଲେ। କେବଳ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସେହି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ୟ ସାକ୍ଷ୍ୟ ଦେଲେ। ଆତ୍ମା ହିଁ ସତ୍ୟ।


ଆମ୍ଭେମାନେ ଯେ ପରମେଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ଏହା ହେଉଛି ପ୍ରକୃତ ପ୍ରେମ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ:


ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।


ମାତ୍ର ଗୋଟିଏ ବଳିଦାନ ଦ୍ୱାରା ଯୀଶୁ ନିଜ ଲୋକମାନଙ୍କୁ ସର୍ବଦା ପାଇଁ ସମ୍ପୂର୍ଣ୍ଣ ସିଦ୍ଧ କରିଦେଲେ। ସେହି ଲୋକମାନଙ୍କୁ ପବିତ୍ର କରାଯାଇଛି।


ପରମେଶ୍ୱର ଗ୍ଭହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ୱାରା ତାହାଙ୍କ ଶରୀରର ବଳିଦାନ ହେତୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ଯ୍ୟାପ୍ତ ହେଲା ଭଳି ଥରେମାତ୍ର ସେହି ବଳିଦାନ କଲେ।


ଯଦି ଖ୍ରୀଷ୍ଟ ନିଜକୁ ଅନେକ ଥର ସମର୍ପଣ କରି ଥାଆନ୍ତେ, ତା'ହେଲେ ଜଗତ ସୃଷ୍ଟି ହେବା ଦିନଠାରୁ ତାହାଙ୍କୁ ଅନେକ ଥର ଯାତନା ସହିବାକୁ ପଡ଼ିଥା’ନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ଯୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ୱାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।


ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନରେ ଛେଳି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘେନି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।


“ହେ ଦାନିୟେଲ, ପରମେଶ୍ୱର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହେବାର ଲକ୍ଷ୍ୟ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହେବା। ଏହାର ଲକ୍ଷ୍ୟ ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାୟୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡ଼ିକ ଓ ଭବିଷ୍ୟ‌ଦ୍‌ବାଣୀ ଓ ପବିତ୍ର ସ୍ଥାନରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ୟ କରେ।


ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ।


“ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପାପରୁ ପ୍ରାୟଶ୍ଚିତ୍ତର ଦିନ ହେବ। ସେଦିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।


କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ କରାଯିବ। ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ନିଜ ନିଜର ସକଳ ପାପରୁ ପରିଷ୍କୃତ ହେବ।


ଆଉ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରିବ। ଆଉ ମଧ୍ୟ ସେ ଯାଜକଗଣ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ କରିବ।


Swiv nou:

Piblisite


Piblisite