Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 23:13 - ପବିତ୍ର ବାଇବଲ

13 ପୁଣି ଐଫାର ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ସେହି ଦିନ ଶସ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବାସିତ ନୈବେଦ୍ୟ ହେବ, ଆଉ ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ତହିଁର ପେୟନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି, ଐଫାର ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ତହିଁର ଭକ୍ଷ୍ୟ-ନୈବେଦ୍ୟ ହେବ, ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ; ଆଉ, ଏକ ହିନ୍ ଦ୍ରାକ୍ଷାରସର ଚତୁର୍ଥାଂଶ ତହିଁର ପେୟ-ନୈବେଦ୍ୟ ହେବ।

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ତହିଁର ଭକ୍ଷ୍ୟ ନୈବେଦ୍ୟ ହେବ, ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ; ଆଉ, ଏକ ହିନ୍‍ ଦ୍ରାକ୍ଷାରସର ଚତୁର୍ଥାଂଶ ତହିଁର ପେୟ ନୈବେଦ୍ୟ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ତହିଁର ଭକ୍ଷ୍ୟ ନୈବେଦ୍ୟ ହେବ, ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ; ଆଉ, ଏକ ହିନ୍‍ ଦ୍ରାକ୍ଷାରସର ଚତୁର୍ଥାଂଶ ତହିଁର ପେୟ-ନୈବେଦ୍ୟ ହେବ।

Gade chapit la Kopi




ଲେବୀୟ ପୁସ୍ତକ 23:13
15 Referans Kwoze  

କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦୟ ପରିବର୍ତ୍ତନ କରିବେ, ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ। ତା'ପରେ ତୁମ୍ଭେମାନେ ତୁମ୍ଭ ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଦେଇ ପାରିବ।


ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ୱରରେ ବିଳାପ କର। ହେ ଯଜ୍ଞବେଦିର ପରିଗ୍ଭଳକ ଗଣ, ତୁମ୍ଭେମାନେ ଚଟ ବସ୍ତ୍ର ପରିଧାନ କରି ରାତ୍ରିଯାପନ କର। କାରଣ ପରମେଶ୍ୱରଙ୍କ ମନ୍ଦିରରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ମିଳିବ ନାହିଁ।


ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଆଉ ରହିବ ନାହିଁ।


ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀୟାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ୟ ନୈବେଦ୍ୟ ବନ୍ଦ ନ କରି ସର୍ବଦା ଦେବ।


ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ଯବ ଓ ଏକ ଏକ ମେଷ ସହିତ ଏକ ଏକ ଐଫା ଯବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ।


ଆଉ ତୁମ୍ଭେ ପ୍ରତିଦିନ ପରିମାଣ ଅନୁସାରେ ଏକ ହିନର ଷଷ୍ଠାଂଶ ଜଳପାନ କରିବ। ତୁମ୍ଭେ ସମୟକୁ ସମୟ ତାହା ପାନ କରିବ।


ଏହି ହୋମବଳି, ନିତ୍ୟ ହୋମବଳି, ପେୟନୈବେଦ୍ୟ ସହିତ ପ୍ରତି ବିଶ୍ରାମବାରରେ ଉତ୍ସର୍ଗ କରିବ।


“ଅଷ୍ଟମ ଦିନରେ ସେ କୁଷ୍ଠରୋଗୀ ଦୁଇ ନିଖୁଣ ମେଷବତ୍ସ, ଏକବର୍ଷୀୟା ଏକ ନିଖୁଣ ମେଷବତ୍ସା, ଶସ୍ୟ ନୈବେଦ୍ୟ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋ‌‌‌‌ଗ୍‌‌‌‌ ତୈଳ ନେବ।


“ଏହି ନୈବେଦ୍ୟ ହାରୋଣ ଓ ତାଙ୍କର ପୁତ୍ରଗଣ ସଦାପ୍ରଭୁଙ୍କୁ ସେମାନଙ୍କର ଅଭିଷେକ ଦିନରେ ଉତ୍ସର୍ଗ କରିବା ଉଚିତ୍। ସେମାନେ ପ୍ରତିଦିନ ଶସ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟା କାଳରେ ଉତ୍ସର୍ଗ କରିବେ।


କାଶିଆର 500 ଶେକଲ ସଂଗ୍ରହ କର। ଯେତେବେଳେ ଏହିସବୁ ଓଜନ କରୁଛ, କାର୍ଯ୍ୟାଳୟ ମାପ ବ୍ୟବହାର କର। ଆଉ ମଧ୍ୟ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।


ବିଦେଶୀ ଧୂପ କିମ୍ବା ହୋମବଳି କିମ୍ବା ଶସ୍ୟ ନୈବେଦ୍ୟ ବେଦି ଉପରେ ଉତ୍ସର୍ଗ କର ନାହିଁ ଓ ତହିଁ ଉପରେ ପେୟନୈବେଦ୍ୟ ଢାଳ ନାହିଁ।


“ପୁଣି ଯେଉଁ ଦିନ ତୁମ୍ଭେମାନେ ସେହି ବିଡ଼ା ଦୋଳାଇବ ସେହି ଦିନ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ମେଷବତ୍ସ ଗୋଟିଏ ଉତ୍ସର୍ଗ କରିବ।


Swiv nou:

Piblisite


Piblisite