Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 22:4 - ପବିତ୍ର ବାଇବଲ

4 “ଯଦି ହାରୋଣ ବଂଶଧରମାନଙ୍କ ମଧ୍ୟରୁ ଯେକେହି ଚର୍ମ ରୋଗୀ କିମ୍ବା ବୀର୍ଯ୍ୟ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହେବା ଯାଏ ମୋର ପବିତ୍ର ଦ୍ରବ୍ୟ ଭୋଜନ କରିବା ଉଚିତ୍ ନୁହଁ। ଯେକେହି ଶବକୁ ଛୁଏଁ କିମ୍ବା ବୀର୍ଯ୍ୟପାତ ହେଉଥିବା କୌଣସି ମନୁଷ୍ୟକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ୱାରା ସେ ମଧ୍ୟ ଅଶୁଚି ହେବ, କିମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହୋଇଛି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି, ହାରୋଣ ବଂଶର ଯେକେହି କୁଷ୍ଠୀ ଅବା ପ୍ରମେହୀ ହୁଏ, ସେ ଶୁଚି ନୋହିବା ଯାଏ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ଯେକେହି ଶବ ଦ୍ଵାରା ଅଶୁଚି ହୋଇଥିବା କୌଣସି ଦ୍ରବ୍ୟକୁ, ଅବା ଯାହାର ବୀର୍ଯ୍ୟପାତ ହେଉଥାଏ, ଏପରି କୌଣସି ମନୁଷ୍ୟକୁ ଛୁଏଁ ;

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ହାରୋଣ ବଂଶର ଯେକେହି କୁଷ୍ଠୀ ଅବା ପ୍ରମେହୀ ହୁଏ, ସେ ଶୁଚି ନ ହେବା ପର୍ଯ୍ୟନ୍ତ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ଯେକେହି ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଦ୍ରବ୍ୟକୁ, ଅବା ଯାହାର ବୀର୍ଯ୍ୟପାତ ହେଉଥାଏ, ଏପରି କୌଣସି ମନୁଷ୍ୟକୁ ଛୁଇଁବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ହାରୋଣ-ବଂଶର ଯେକେହି କୁଷ୍ଠୀ ଅବା ପ୍ରମେହୀ ହୁଏ, ସେ ଶୁଚି ନ ହେବା ପର୍ଯ୍ୟନ୍ତ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ଯେକେହି ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଦ୍ରବ୍ୟକୁ, ଅବା ଯାହାର ବୀର୍ଯ୍ୟପାତ ହେଉଥାଏ, ଏପରି କୌଣସି ମନୁଷ୍ୟକୁ ଛୁଇଁବ;

Gade chapit la Kopi




ଲେବୀୟ ପୁସ୍ତକ 22:4
18 Referans Kwoze  

ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କ ପୁତ୍ର ଯାଜକଗଣଙ୍କୁ କୁହ, ଜଣେ ଯାଜକ ଏକ ମୃତ୍ୟୁବ୍ୟକ୍ତିକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ।


“ଆଉ ମଧ୍ୟ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ସେହି ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ଇସ୍ରାଏଲ ଲୋକମାନେ ଯେଉଁସବୁ ଦ୍ରବ୍ୟ ପବିତ୍ର କରି ଉତ୍ତୋଳନୀୟ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ନିୟମ।”


ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡ଼ିକ ତୁମ୍ଭର ହେବ। ଏହି ଅଂଶଗୁଡ଼ିକ ଦ‌ଗ୍‌ଧ ହେବା ଉଚିତ୍ ନୁହଁ ଯଥା: ସେମାନଙ୍କର ଶସ୍ୟ ନୈବେଦ୍ୟ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡ଼ିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ।


ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।


ସେହି ଶସ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହେବ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆଯାଏ ତାହା ମହାପବିତ୍ର ଅଟେ।


ଏହି ଶସ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆଯାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।


ଯଦି କୌଣସି ବସ୍ତ୍ରରେ କିମ୍ବା ଚର୍ମରେ ବୀର୍ଯ୍ୟପାତ ହୁଏ, ସେଗୁଡ଼ିକୁ ଜଳରେ ଧୌତ କରାଯିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ତାହା ଅଶୁଚି ରହିବ।


ତା'ପରେ ହାଗୟ କହିଲେ, “ଯଦି ଜଣେ ବ୍ୟକ୍ତି ଗୋଟିଏ ଶବକୁ ଛୁଏଁ ତେବେ ସେ କ’ଣ ଅପବିତ୍ର ହେବ? ବର୍ତ୍ତମାନ ସେ ଯଦି ଅନ୍ୟ ଜିନିଷଗୁଡ଼ିକୁ ଛୁଏଁ ସେଗୁଡ଼ିକ କ’ଣ ଅପବିତ୍ର ହୋଇଯିବ?” ଯାଜକ ଉତ୍ତର ଦେଲେ, “ହଁ, ସେହି ଜିନିଷ ଅପବିତ୍ର ହେବ।”


“ମାତ୍ର ଯେଉଁ ଲୋକ ଅଶୁଚି ହୋଇ ନିଜକୁ ପରିଷ୍କାର ନ କରିବ ସେହି ପ୍ରାଣୀ ସମାଜ ମଧ୍ୟରୁ ପୃଥକ୍ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅଶୌଗ୍ଭର୍ଥକ ଜଳ ସେଚିତ ହେଲା ନାହିଁ। ତେଣୁ ସେ ଅଶୁଚି।


Swiv nou:

Piblisite


Piblisite