Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 22:32 - ପବିତ୍ର ବାଇବଲ

32 ଆଉ ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ, ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ଆଉ, ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ; ମାତ୍ର ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା;

Gade chapit la Kopi

ଓଡିଆ ବାଇବେଲ

32 ଆଉ, ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ; ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ଆଉ, ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ; ମାତ୍ର ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା।

Gade chapit la Kopi




ଲେବୀୟ ପୁସ୍ତକ 22:32
16 Referans Kwoze  

ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କଲାବେଳେ କୁହ: ‘ହେ ପରମପିତା, ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭ ନାମ ସର୍ବଦା ପବିତ୍ର ରହୁ। ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭର ରାଜ୍ୟ ଆସୁ।


“ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମୋଲକ୍ ଦେବତାର ଉଦ୍ଦେଶ୍ୟରେ ଉତ୍ସର୍ଗୀତ ହେବାକୁ ଦେବା ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କ ପବିତ୍ର ନାମକୁ କଳୁଷିତ ନିଶ୍ଚୟ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।


ଏଣୁ ଏହିଭଳି ପ୍ରାର୍ଥନା କର: ‘ହେ ସ୍ୱର୍ଗରେ ଥିବା ଆମ୍ଭର ପରମପିତା, ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।


“ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେହି ପବିତ୍ର ଦ୍ରବ୍ୟ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭେମାନେ ସେସବୁ ବ୍ୟବହାର କରି ଆମ୍ଭ ନାମରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।


ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଯେଉଁମାନେ ମୋ’ ନିକଟକୁ ଆସନ୍ତି, ସେମାନେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖରେ ମୁଁ ଗୌରବାନ୍ୱିତ ହେବି।’” ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ୟୁ କଥା ନ କହି ନୀରବ ରହିଲେ।


କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ।


ତେଣୁ ତୁମ୍ଭେ ତୁମ୍ଭର ସତ୍ୟ ଦ୍ୱାରା ସେମାନଙ୍କୁ ତୁମ୍ଭର ସେବା ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ୟ।


ସଦାପ୍ରଭୁ ସର୍ବଶକ୍ତିମାନ ଉତ୍ତମ ବିଗ୍ଭର କରିବେ ଏବଂ ଲୋକମାନେ ସେ ମହାନ ବୋଲି ଜାଣିବେ। ପବିତ୍ର ପରମେଶ୍ୱର ଧାର୍ମିକତା ଆଣିବେ ଓ ଲୋକମାନେ ତାଙ୍କୁ ଭକ୍ତି କରିବେ।


ଆଉ ସେ ନିଜ ଲୋକମାନଙ୍କ ମଧ୍ୟରେ ନିଜ ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।”


ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବେଚନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।


ମନେରଖ, ତୁମ୍ଭେମାନେ ମୋର ବ୍ୟବସ୍ଥା ପାଳନ କରିବା ଉଚିତ୍। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କୁ ପବିତ୍ର କଲି।


ପୁଣି ତାହା ହୋଇପାରେ, ଯଦି ଯାଜକଗଣ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ନିଜର ପବିତ୍ର ନୈବେଦ୍ୟ ଖାଇବା ପାଇଁ ଅନୁମତି ଦେଇ ଜୋରୀମାନା କରି ପାରନ୍ତି। କାରଣ କେବଳ ମୁଁ ଯେ କି ନୈବେଦ୍ୟକୁ ପବିତ୍ର କରିଅଛି।”


“ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟକରି ପାଳନ କରିବ। ଆମ୍ଭେ ସଦାପ୍ରଭୁ ଅଟୁ।


ଯେ ତୁମ୍ଭମାନଙ୍କୁ ମିଶର ଦେଶରୁ ଆଣିଛନ୍ତି ଓ ତୁମ୍ଭମାନଙ୍କୁ ପବିତ୍ର କରିଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”


ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କେବଳ ଭୟ କର। ତାଙ୍କୁ ହିଁ କେବଳ ଭକ୍ତି କରିବ। ସେହି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟ କର।


Swiv nou:

Piblisite


Piblisite