Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 22:3 - ପବିତ୍ର ବାଇବଲ

3 ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ୟରୁ କେହି ଯଦି ସେ ଦ୍ରବ୍ୟକୁ ଛୁଁଏ ସେ ଲୋକ ଅପବିତ୍ର ହେବ ଓ ସେ ମୋ'ଠାରୁ ପୃଥକ ରହିବ। କାରଣ ଇସ୍ରାଏଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ୟରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତୁମ୍ଭେ ସେମାନଙ୍କୁ କୁହ, ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ବଂଶ ମଧ୍ୟରେ ଯେକେହି ଅଶୁଚି ହୋଇ ଇସ୍ରାଏଲ-ସନ୍ତାନଗଣ ଦ୍ଵାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ଦ୍ରବ୍ୟ ନିକଟକୁ ଯିବ, ସେ ପ୍ରାଣୀ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ ହେବ; ଆମ୍ଭେ ସଦାପ୍ରଭୁ ଅଟୁ।

Gade chapit la Kopi

ଓଡିଆ ବାଇବେଲ

3 ତୁମ୍ଭେ ସେମାନଙ୍କୁ କୁହ, ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ବଂଶ ମଧ୍ୟରେ ଯେକେହି ଅଶୁଚି ହୋଇ ଇସ୍ରାଏଲ ସନ୍ତାନଗଣ ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ଦ୍ରବ୍ୟ ନିକଟକୁ ଯିବ, ସେ ପ୍ରାଣୀ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ ହେବ; ଆମ୍ଭେ ସଦାପ୍ରଭୁ ଅଟୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତୁମ୍ଭେ ସେମାନଙ୍କୁ କୁହ, ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ବଂଶ ମଧ୍ୟରେ ଯେକେହି ଅଶୁଚି ହୋଇ ଇସ୍ରାଏଲ-ସନ୍ତାନଗଣ ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ଦ୍ରବ୍ୟ ନିକଟକୁ ଯିବ, ସେ ପ୍ରାଣୀ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ ହେବ; ଆମ୍ଭେ ସଦାପ୍ରଭୁ ଅଟୁ।

Gade chapit la Kopi




ଲେବୀୟ ପୁସ୍ତକ 22:3
10 Referans Kwoze  

ସେହି ଲୋକମାନେ ଅନନ୍ତ ବିନାଶ ଦ୍ୱାରା ଦଣ୍ଡିତ ହେବେ। ସେମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ଦିଆ ଯିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସେମାନଙ୍କୁ ଦୂରରେ ରଖାଯିବ।


“ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା'ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି।


ତୁମ୍ଭଠାରୁ ମୋତେ ଦୂର କର ନାହିଁ! ଏବଂ ତୁମ୍ଭର ପବିତ୍ରଆତ୍ମା ମୋ'ଠାରୁ ନିଅ ନାହିଁ।


ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ। ଯେହେତୁ ମୁଁ ତୁମ୍ଭ ସହିତ ଅଛି। ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ। ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ତାହା ମୋ’ ପାଇଁ ନିତ୍ୟ ସୁଖଭୋଗ ଆଣିଦେବ।


ଯଦି କେହି ଶବ ଛୁଇଁ ନିଜକୁ ଶୁଚି ନ କରେ ତେବେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସେହି ମନୁଷ୍ୟ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ। ତା'ର ଅଶୌଚ ତାହାଠାରେ ରହିବ।


“ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେହି ପବିତ୍ର ଦ୍ରବ୍ୟ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭେମାନେ ସେସବୁ ବ୍ୟବହାର କରି ଆମ୍ଭ ନାମରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।


ଏବଂ ମୁଁ ବାର ଜଣ ଯାଜକମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଓ ପାତ୍ର ସବୁ ପବିତ୍ର; ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ।


ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”


Swiv nou:

Piblisite


Piblisite