Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 22:13 - ପବିତ୍ର ବାଇବଲ

13 ମାତ୍ର ଯାଜକର କନ୍ୟା ଯଦି ବିଧବା ବା ପରିତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ପିତୃଗୃହରେ ବାଲ୍ୟାବସ୍ଥାପରି ବାସ କରେ, ତେବେ, ସେ ଆପଣା ପିତାର ଅନ୍ନ ଭୋଜନ କରିବ, ମାତ୍ର ଭିନ୍ନ ବଂଶୀୟ ଲୋକେ ତାହା ଭୋଜନ କରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ମାତ୍ର ଯାଜକର କନ୍ୟା ଯେବେ ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନା ହୋଇଥାଏ ଓ ପୁନର୍ବାର ଆସି ବାଲ୍ୟାବସ୍ଥାର ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ; ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

13 ମାତ୍ର ଯାଜକର କନ୍ୟା ଯଦି ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ବାଲ୍ୟାବସ୍ଥା ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ; ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ମାତ୍ର ଯାଜକର କନ୍ୟା ଯଦି ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ବାଲ୍ୟାବସ୍ଥା ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ; ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ।

Gade chapit la Kopi




ଲେବୀୟ ପୁସ୍ତକ 22:13
11 Referans Kwoze  

“ପୁଣି ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର କନ୍ୟାଗଣ ଝୁଲାଯାଇଥିବା ବକ୍ଷ ଓ ଚଟୁଆ ନେଇ ଏକ ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟ ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ୟ ଅଂଶ।


ଏହା ପରେ ଯିହୁଦା ତା'ର ପୁତ୍ର ବଧୁ ତାମରକୁ କହିଲା, “ତୁମ୍ଭେ ତୁମ୍ଭର ପିତୃ ଗୃହକୁ ଯାଅ, ମୋର କନିଷ୍ଠ ପୁତ୍ର ଶେଲା ଯୁବକ ନ ହେବା ପର୍ଯ୍ୟନ୍ତ ବିବାହ କର ନାହିଁ।” ଯିହୁଦା ଭୟ କଲା ଯେ, ତା'ର ଭାଇମାନଙ୍କ ପରି ଶେଲା ହିଁ ମରିଯିବ। ଏଣୁ ତାମର ତା’ ପିତୃ ଗୃହକୁ ଯାଇ ବାସ କଲା।


ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ୱାରା ପ୍ରାୟଶ୍ଚିତ ହେଲା, ତାହା ସେମାନେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ କାରଣ ତାହା ସବୁ ପବିତ୍ର ବସ୍ତୁ।


କେବଳ ଯାଜକ ପରିବାରର ଲୋକ ପବିତ୍ର ଖାଦ୍ୟ ଭୋଜନ କରିବେ। ଅନ୍ୟବଂଶୀୟ କୌଣସି ଲୋକ ଅବା ଯାଜକ ଗୃହରେ ପ୍ରବାସକାରୀ ଅବା ବର୍ତ୍ତନକାରୀ ଦାସ ପବିତ୍ର ଖାଦ୍ୟ ଭୋଜନ କରିବେ ନାହିଁ।


ଯାଜକର କନ୍ୟା ଯଦି ଯାଜକ ଭିନ୍ନ ଅନ୍ୟ ଲୋକକୁ ବିବାହ କରେ ତେବେ ସେ ପବିତ୍ର ନୈବେଦ୍ୟ ମଧ୍ୟରୁ ଭୋଜନ କରିବ ନାହିଁ।


ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ନିସ୍ତାରପର୍ବର ଏହି ବିଧି, କୌଣସି ବିଦେଶୀୟ ଲୋକ ଏହାକୁ ଭୋଜନ କରିବ ନାହିଁ।


ସେ ସ୍ତ୍ରୀ ତା'ର ଗୃହରୁ ବାହାରି ଗଲାପରେ ଅନ୍ୟ ପୁରୁଷର ସ୍ତ୍ରୀ ହୋଇ ପାରିବ।


ସେଦିନ ଶାଉଲଙ୍କ ଦାସମାନଙ୍କ ମଧ୍ୟରୁ ଜଣେ ଦାସ ସେଠାରେ ଥିଲା। ସେ ଥିଲେ ଇଦୋମୀୟ ଦୋୟେଗ। ଦୋୟେଗ ଥିଲା ଶାଉଲଙ୍କର ପଶୁପାଳକମାନଙ୍କର ମୁଖ୍ୟ। ଦୋୟେଗଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକାଇ ରଖା ଯାଇଥିଲା।


ଶାସନକର୍ତ୍ତା ସେମାନଙ୍କୁ କହିଲେ ଯେ, ସେମାନେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ଯ୍ୟନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହୋଇ ନାହିଁ।


ପୁଣି ତୁମ୍ଭେମାନେ ମୋର ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନେବାକୁ ଧ୍ୟାନ ଦେଇ ନାହଁ। ଏବଂ ତୁମ୍ଭେମାନେ ବିଦେଶୀୟମାନଙ୍କ ହସ୍ତରେ ପବିତ୍ର ସ୍ଥାନ ରକ୍ଷାର ଦାୟିତ୍ୱ ଦେଇଅଛ।’”


Swiv nou:

Piblisite


Piblisite