Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 21:9 - ପବିତ୍ର ବାଇବଲ

9 “ଆଉ କୌଣସି ଯାଜକର କନ୍ୟା ବ୍ୟଭିଗ୍ଭରିଣୀ ହେଲେ ସେ ନିଜକୁ ଅପବିତ୍ର କରେ ଓ ନିଜ ପିତାକୁ ମଧ୍ୟ ଅପବିତ୍ର କରେ। ତେଣୁ ସେ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ କୌଣସି ଯାଜକର କନ୍ୟା ଯେବେ ବ୍ୟଭିଚାରକ୍ରିୟା ଦ୍ଵାରା ଆପଣାକୁ ଅପବିତ୍ର କରେ, ତେବେ ସେ ଆପଣା ପିତାକୁ ଅପବିତ୍ର କରେ; ସେ ଅଗ୍ନିରେ ପୋଡ଼ାଯିବ।

Gade chapit la Kopi

ଓଡିଆ ବାଇବେଲ

9 ଆଉ, କୌଣସି ଯାଜକର କନ୍ୟା ଯଦି ବ୍ୟଭିଚାର କ୍ରିୟା ଦ୍ୱାରା ଆପଣାକୁ ଅପବିତ୍ର କରେ, ତେବେ ସେ ଆପଣା ପିତାକୁ ଅପବିତ୍ର କରେ; ସେ ଅଗ୍ନିରେ ପୋଡ଼ାଯିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ, କୌଣସି ଯାଜକର କନ୍ୟା ଯଦି ବ୍ୟଭିଚାର କ୍ରିୟା ଦ୍ୱାରା ଆପଣାକୁ ଅପବିତ୍ର କରେ, ତେବେ ସେ ଆପଣା ପିତାକୁ ଅପବିତ୍ର କରେ; ସେ ଅଗ୍ନିରେ ପୋଡ଼ାଯିବ।

Gade chapit la Kopi




ଲେବୀୟ ପୁସ୍ତକ 21:9
16 Referans Kwoze  

ପ୍ରାୟ ତିନି ମାସ ଯିବା ପରେ, କେହି ଜଣେ ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୁ ତାମର ବେଶ୍ୟା ପରି ଗର୍ଭଧାରଣ କରିଛି।” ଏହା ପରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦ‌ଗ୍‌ଧ କର।”


“ତୁମ୍ଭେ ନିଜର କନ୍ୟାକୁ ବେଶ୍ୟା କରି ଅପବିତ୍ର କରିବ ନାହିଁ। ତାହାହେଲେ ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ପାପରେ ପରିପୂର୍ଣ୍ଣ ହେବ।


ଏକ ପ୍ରାଚୀନ ହେବା ପାଇଁ ଜଣେ ଲୋକର ଯେଉଁ ଗୁଣ ଥିବା ଦରକାର, ସେଗୁଡ଼ିକ ହେଲା ସେ ନିର୍ଦ୍ଦୋଷ ଥିବେ। ତାହାଙ୍କର ଜଣେ ମାତ୍ର ସ୍ତ୍ରୀ ଥିବେ। ତାହାଙ୍କର ସନ୍ତାନମାନେ ବିଶ୍ୱାସୀ ହୋଇଥିବେ। ସେମାନେ ହିଂସ୍ର ଜୀବନଯାପନ କରୁ ନ ଥିବେ ଓ ଅନୁଶାସନହୀନ ନ ଥିବେ।


“ଦେଖ, ଆମ୍ଭେ ତୁମ୍ଭମାନଙ୍କର ବଂଶଧରମାନଙ୍କୁ ଦଣ୍ତ ଦେବା। ଛୁଟିଦିନମାନଙ୍କରେ ତୁମ୍ଭମାନଙ୍କର ଯାଜକଗଣ ଆମ୍ଭକୁ ବିଳିଦାନ ଅର୍ପଣ କରିବେ। ମାତ୍ର ତୁମ୍ଭେମାନେ ମୃତ ପ୍ରାଣୀମାନଙ୍କର ଯେଉଁ ଗୋବର ବାହାରକୁ ଫିଙ୍ଗିଦିଅ, ଆମ୍ଭେ ସେହି ଗୋବରକୁ ନେଇ ତୁମ୍ଭମାନଙ୍କ ମୁହଁରେ ପକାଇବା ଓ ତୁମ୍ଭମାନଙ୍କୁ ସେହି ଗୋବର ସହିତ ଫିଙ୍ଗି ଦେବା।


ସିୟୋନର ପାପୀଗଣ ଭୟଭୀତ, ମନ୍ଦାଗ୍ଭରୀଗଣ ହଠାତ୍ କମ୍ପିତ ହେଉଛନ୍ତି। “ଆମ୍ଭମାନଙ୍କ ମଧ୍ୟରୁ କେହି ସର୍ବଗ୍ରାସୀ ଅଗ୍ନିରେ ବାସ କରି ପାରିବ? ପୁଣି କେହି କେବେ ଅନନ୍ତକାଳ ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନିରେ ବାସ କରି ପାରିବ?’’


ପୁଣି ତୁମ୍ଭର ଦୁଇପୁତ୍ର ହ‌ଫ୍‌ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନ ସ୍ୱରୂପ ହେବ। ସେ ଦୁହେଁ ଏକ ଦିନରେ ମରିବେ।


ଏହିରୂପରେ, ସଦାପ୍ରଭୁଙ୍କ ବିପକ୍ଷରେ ସେହି ଏଲିଙ୍କ ପୁତ୍ରମାନଙ୍କର ପାପ ଅତି ଭାରି ହେଲା କାରଣ ସେହି ଲୋକମାନେ ସଦାପ୍ରଭୁଙ୍କର ନୈବେଦ୍ୟ ତୁଚ୍ଛଜ୍ଞାନ କଲେ।


ତା'ପରେ ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭ ପାଇଁ ଦୁଃଖ ଆଣିବେ।” ତେଣୁ ଇସ୍ରାଏଲର ସମସ୍ତ ଲୋକ ଆଖନ୍ ଓ ତା'ର ପରିବାରକୁ ପଥର ଫିଙ୍ଗି ହତ୍ୟା କଲେ। ଏହା ପରେ ଲୋକମାନେ ତାକୁ ଓ ସେ ଆଣିଥିବା ସମସ୍ତ ଦ୍ରବ୍ୟକୁ ସେହି ସ୍ଥାନରେ ପୋଡ଼ି ଦେଲେ।


ଯିଏ ଲୁଣ୍ଠନ ଦ୍ରବ୍ୟ ରଖିବାରେ ଦୋଷୀ ମିଳିବ, ଯେଉଁ ଦ୍ରବ୍ୟଟି ନଷ୍ଟ ହେବାର ଉଚିତ୍ ଥିଲା, ତାହା ନିଆଁରେ ପୋଡ଼ି ପାଉଁଶ କରାଯିବ। ଏବଂ ତା'ର ଅଧୀନରେ ଥିବା ସବୁକିଛିକୁ ପୋଡ଼ି ପାଉଁଶ କରାଯିବ, ଯେହେତୁ ସେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା। ଆଉ ମଧ୍ୟ ସେ ଇସ୍ରାଏଲର ଲୋକମାନଙ୍କ ବହୁତ ପାପପୂର୍ଣ୍ଣ କାର୍ଯ୍ୟ କଲା।’”


“ଯଦି କେହି କୌଣସି ସ୍ତ୍ରୀ ସହିତ ଓ ତା'ର ମାତା ସହିତ ଯୌନକ୍ରିୟା କରେ, ତେବେ ସେ ପୁରୁଷ ସହିତ ସେ ଦୁଇ ସ୍ତ୍ରୀଙ୍କୁ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରାଯିବ। ଏପରି ଜଘନ୍ୟ ପାପ ଯେପରି ଆଉ ତୁମ୍ଭମାନଙ୍କ ମଧ୍ୟରେ ନ ହୁଏ।


“‘ତୁମ୍ଭେମାନେ ମୋର ବିଶ୍ରାମ ଦିନ ପାଳନ କରିବା ଉଚିତ୍। କାରଣ ତାହା ତୁମ୍ଭମାନଙ୍କ ପାଇଁ ପବିତ୍ର ଅଟେ। ଯଦି କେହି ଏହାକୁ ଅପବିତ୍ର କରେ ତେବେ ସେ ମୃତ୍ୟୁବରଣ କରିବା ଉଚିତ୍। ଯଦି କେହି ସେଦିନ କାର୍ଯ୍ୟ କରେ, ସେ ଆପଣା ଲୋକମାନଙ୍କଠାରୁ ଅଲଗା ହେବା ଉଚିତ୍।


ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃ ଗୃହର ଦ୍ୱାର ନିକଟକୁ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକୁ ପଥର ପିଙ୍ଗି ହତ୍ୟା କରିବେ। କାରଣ ପିତୃଗୃହରେ ଯୌନକ୍ରିୟା ଜନିତ ପାପ ବ୍ୟଭିଗ୍ଭର କରିବାରୁ ସେ ଇସ୍ରାଏଲ ମଧ୍ୟରେ ଦୁଷ୍କର୍ମ କଲା। ଏହି ଉପାୟରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍କର୍ମ ଦୂର କରିବା ଉଚିତ୍।


Swiv nou:

Piblisite


Piblisite