Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 21:6 - ପବିତ୍ର ବାଇବଲ

6 ସେମାନେ ନିଶ୍ଚୟ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ପବିତ୍ର ହେବେ। ସେମାନେ ସେମାନଙ୍କର ପରମେଶ୍ୱରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସେମାନେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ୱରଙ୍କ ଖାଦ୍ୟ ସେମାନେ ଦିଅନ୍ତି। ତେଣୁ ସେମାନେ ନିଶ୍ଚୟ ପବିତ୍ର ହେବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେମାନେ ଆପଣାମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବେ ଓ ଆପଣାମାନଙ୍କ ପରମେଶ୍ଵରଙ୍କ ନାମ ଅପବିତ୍ର କରିବେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର, ଅର୍ଥାତ୍, ଆପଣାମାନଙ୍କ ପରମେଶ୍ଵରଙ୍କ ଭକ୍ଷ୍ୟ ଉତ୍ସର୍ଗ କରନ୍ତି; ଏହେତୁ ସେମାନେ ପବିତ୍ର ହେବେଣେ।

Gade chapit la Kopi

ଓଡିଆ ବାଇବେଲ

6 ସେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବେ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ନାମ ଅପବିତ୍ର କରିବେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର, ଅର୍ଥାତ୍‍, ଆପଣାମାନଙ୍କ ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରନ୍ତି; ଏହେତୁ ସେମାନେ ପବିତ୍ର ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବେ ଓ ଆପଣାମାନଙ୍କ ପରମେଶ୍ୱରଙ୍କ ନାମ ଅପବିତ୍ର କରିବେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର, ଅର୍ଥାତ୍‍, ଆପଣାମାନଙ୍କ ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରନ୍ତି; ଏହେତୁ ସେମାନେ ପବିତ୍ର ହେବେ।

Gade chapit la Kopi




ଲେବୀୟ ପୁସ୍ତକ 21:6
20 Referans Kwoze  

“ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମୋଲକ୍ ଦେବତାର ଉଦ୍ଦେଶ୍ୟରେ ଉତ୍ସର୍ଗୀତ ହେବାକୁ ଦେବା ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କ ପବିତ୍ର ନାମକୁ କଳୁଷିତ ନିଶ୍ଚୟ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।


ତତ୍ପରେ ଯାଜକ ସେସମସ୍ତ ନେଇ ବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କୁ ଏକ ଉପହାର ହେବ।


କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।


କାରଣ ତୁମ୍ଭେମାନେ ଶାରୀରିକ ଓ ହୃଦୟରେ ଅସୁନ୍ନତ ବିଦେଶୀମାନଙ୍କୁ ମୋର ମନ୍ଦିର ଅଗଣାକୁ ଆଣିଲ ଓ ମୋର ମନ୍ଦିରକୁ ଅପବିତ୍ର କଲ। ତୁମ୍ଭେମାନେ ମୋର ଖାଦ୍ୟ ତିଆରି କଲ, ମେଦ ଏବଂ ରକ୍ତକୁ ଅପବିତ୍ର କଲ। ଯେହେତୁ ତୁମ୍ଭେମାନେ ସେଗୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭେମାନେ, ତୁମ୍ଭମାନଙ୍କ ସହିତ ହୋଇଥିବା ମୋର ନିୟମ ଭଙ୍ଗ କଲ।


ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ଯାଅ, ଅଶୁଚି ବସ୍ତୁ ଛୁଅ ନାହିଁ। ତୁମ୍ଭେମାନେ ତା'ମଧ୍ୟରୁ ଗ୍ଭଲିଯାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭେମାନେ ଶୁଚି ହୁଅ।


ଏବଂ ମୁଁ ବାର ଜଣ ଯାଜକମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଓ ପାତ୍ର ସବୁ ପବିତ୍ର; ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ।


ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବେଚନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।


ଆଉ ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ରାଣ କରିବ ନାହିଁ। ତାହାହେଲେ ତୁମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ, ଆମ୍ଭେ ସଦାପ୍ରଭୁ।


ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଯେଉଁମାନେ ମୋ’ ନିକଟକୁ ଆସନ୍ତି, ସେମାନେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖରେ ମୁଁ ଗୌରବାନ୍ୱିତ ହେବି।’” ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ୟୁ କଥା ନ କହି ନୀରବ ରହିଲେ।


“ମୁଁ ସମାଗମ-ତମ୍ବୁ ଓ ଯଜ୍ଞବେଦି ପବିତ୍ର କରିବି ଏବଂ ହାରୋଣ ଓ ତା'ର ପୁତ୍ରଗଣକୁ ଯାଜକ ରୂପେ ମୋର ସେବା କରିବା ପାଇଁ ଉତ୍ସର୍ଗ କରିବି।


“ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ ଛୋଟ ମୋହରରେ ଖୋଦିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।


ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥା’ନ୍ତି, ସେମାନେ ହିଁ ନିଜ ନିଜକୁ ପବିତ୍ର କରନ୍ତୁ। ନ ହେଲେ ସେମାନେ ଦଣ୍ଡ ଭୋଗ କରିବେ।”


“ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧ୍ୟରେ ଯାହାର ଶରୀରରେ ଖୁଣ ଥାଏ, ସେ ପରମେଶ୍ୱରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ।


“ହାରୋଣ ଯାଜକର ବଂଶଧର ମଧ୍ୟରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ବେଦି ନିକଟକୁ ଯାଇପାରିବ ନାହିଁ। ଆଉ ତା'ର ଖୁଣ ଥିବାରୁ ସେ ଯଜ୍ଞବେଦି ନିକଟକୁ ଶସ୍ୟ ଭକ୍ଷ୍ୟ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ।


ମୁଁ ମଧ୍ୟ ତା’ ବିରୁଦ୍ଧରେ ଛିଡ଼ା ହେବି। ତା'ର ଦେଶର ଲୋକମାନଙ୍କଠାରୁ ପୃଥକ ରଖିବି। କାରଣ ସେ ମୋର ପବିତ୍ର ସ୍ଥାନକୁ ଅପବିତ୍ର କରିଛି ଓ ମୋର ପବିତ୍ର ନାମକୁ ଅପବିତ୍ର କରିବାକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ନିଜର ସନ୍ତାନମାନଙ୍କୁ ଦେଇଅଛି।


ମାତ୍ର ବିଚ୍ଛେଦବସ୍ତ୍ରର ଭିତରକୁ ଯିବ ନାହିଁ କିମ୍ବା ଯଜ୍ଞବେଦି ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି, ସେ ଆମ୍ଭର ପବିତ୍ର ସ୍ଥାନ ସକଳ ଅପବିତ୍ର କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ସେହି ସମସ୍ତ ପବିତ୍ର କରୁ।”


ତା'ପରେ ମୋଶା କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, “ସଦାପ୍ରଭୁ କାଲି ଦେଖାଇବେ, କିଏ ପ୍ରକୃତରେ ତାଙ୍କ ଲୋକ ଓ କିଏ ପ୍ରକୃତରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି।


“ଇସ୍ରାଏଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ସେମାନେ ମୋର ନୈବେଦ୍ୟ ମୋର ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମୋ’ ନିକଟକୁ ଆଣିବେ।


Swiv nou:

Piblisite


Piblisite