Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 21:5 - ପବିତ୍ର ବାଇବଲ

5 “ଆଉ ଯାଜକଗଣ ସେମାନଙ୍କର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନେ ଆପଣା ଆପଣା ମସ୍ତକ ମୁଣ୍ତନ କରିବେ ନାହିଁ ଓ ଆପଣା ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିଅବା ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

5 ସେମାନେ ଆପଣା ଆପଣା ମସ୍ତକ ମୁଣ୍ଡନ କରିବେ ନାହିଁ ଓ ଆପଣା ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିଅବା ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ ଆପଣା ଆପଣା ମସ୍ତକ ମୁଣ୍ଡନ କରିବେ ନାହିଁ ଓ ଆପଣା ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିଅବା ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ।

Gade chapit la Kopi




ଲେବୀୟ ପୁସ୍ତକ 21:5
12 Referans Kwoze  

“ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ, ଯେତେବେଳେ ଜଣେ ମରି ଯାଉଛି ତୁମ୍ଭର ଦୁଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ୟସ୍ଥଳ କ୍ଷୌର ହେବ ନାହିଁ।


“ଏହି ଯାଜକଗଣ ସେମାନଙ୍କର ମସ୍ତକ ନିଶ୍ଚୟ କ୍ଷୌର କରିବେ ନାହିଁ। କିମ୍ବା ସେମାନଙ୍କର କେଶକୁ ଲମ୍ବା ହେବାକୁ ଦେବେ ନାହିଁ। ସେମାନେ କେବଳ ସେମାନଙ୍କର କେଶ କର୍ତ୍ତନ କରିବା ଉଚିତ୍।


ଏଥିପାଇଁ ତୁମ୍ଭେମାନେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିୟ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀ ପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦେଖାଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢ଼ି ନିଆଯିବ।


ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପରେ ପରିଣତ ହେବ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ୟୁରେ ଯେପରି ଆକୁଳ କ୍ରନ୍ଦନ କରାଯାଏ ସେହିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହେବ।”


ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହୋଇଛନ୍ତି। ପ୍ରତ୍ୟେକଙ୍କର ହାତ କାଟି ରକ୍ତାକ୍ତ ହୋଇଅଛି ଓ ପ୍ରତ୍ୟେକ କଟିଦେଶରେ ଚଟବସ୍ତ୍ର ପରିଧାନ କରିଛନ୍ତି।


“ଏହି ଦେଶରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମରିବେ। ସେମାନଙ୍କୁ କେହି କବର ଦେବେ ନାହିଁ କିଅବା ସେମାନଙ୍କ ପାଇଁ କେହି ବିଳାପ କରିବେ ନାହିଁ। ସେମାନଙ୍କ ପାଇଁ କେହି ଦୁଃଖରେ ଆପଣା ଶରୀରରେ ଅସ୍ତ୍ରାଘାତ ଓ ମସ୍ତକ ମୁଣ୍ଡନ କରିବେ ନାହିଁ।


ତେଣୁ ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବସ୍ତ୍ର ପରିଧାନ କରିବାକୁ ଡାକି କହିଲେ।


ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ଯାଇଛନ୍ତି। ମୋୟାବର ଲୋକମାନେ ନେବୋ ଓ ମେଦବା ପାଇଁ କାନ୍ଦୁଛନ୍ତି। ସେମାନଙ୍କର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।


ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦେବାଭଳି କାର୍ଯ୍ୟ କର ଓ ତୁମ୍ଭେମାନେ ମୃତ୍ୟୁବରଣ କରିବ ନାହିଁ ଏବଂ ପରମେଶ୍ୱର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇସ୍ରାଏଲ ବଂଶ ରୋଦନ କରନ୍ତୁ।


ମାତ୍ର ସେ ଯାଜକ ନିଜର କ୍ରୀତଦାସର ମୃତ୍ୟୁରେ ନିଜକୁ ଅଶୁଚି କରିବ ନାହିଁ।


“ହେ ମନୁଷ୍ୟ ପୁତ୍ର, ନାପିତର କ୍ଷୁର ପରି ତୁମ୍ଭେ ଏକ ତୀ‌କ୍ଷ୍‌ଣ ‌‌ଖ‌ଡ଼୍‌ଗରେ ନିଜର ମସ୍ତକ ଓ ଦାଢ଼ି ଖିଅର ହେବ। ତହୁଁ ନିକିତିରେ ବାଳକୁ ଓଜନ କର ଏବଂ ଏହା ତିନି ଭାଗରେ ବିଭକ୍ତ କର। ତା'ପରେ ଏହାର ଏକ ତୃତୀୟାଂଶ ନିଅ ଏବଂ ତୁମ୍ଭର ଅବରୋଧ ସମାପ୍ତ ହେଲା ପରେ, ସେହି ବାଳକୁ ସେହି ‘ନଗର’ ନ‌କ୍‌ସାର ମଝିରେ ଦ‌ଗ୍‌ଧ କରିବ। ଆଉ ଏକ ତୃତୀୟାଂଶ ‌‌ଖ‌ଡ଼୍‌ଗରେ କାଟ ଓ ‘ନଗର’ ଚତୁର୍ଦ୍ଦିଗରେ ଭିଣି ଦିଅ। ଆଉ ଏକ ତୃତୀୟାଂଶ କେଶ ପବନର ମୁହଁକୁ ଫୋପାଡ଼ି ଦିଅ କାରଣ ଆମ୍ଭେ ସେମାନଙ୍କୁ ଦୂର ଦେଶ ପର୍ଯ୍ୟନ୍ତ ଅନୁସରଣ କରିବା ଓ ଖଣ୍ଡାରେ ସେମାନଙ୍କୁ ହତ୍ୟା କରିବା।


Swiv nou:

Piblisite


Piblisite