Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 21:21 - ପବିତ୍ର ବାଇବଲ

21 “ହାରୋଣ ଯାଜକର ବଂଶଧର ମଧ୍ୟରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ବେଦି ନିକଟକୁ ଯାଇପାରିବ ନାହିଁ। ଆଉ ତା'ର ଖୁଣ ଥିବାରୁ ସେ ଯଜ୍ଞବେଦି ନିକଟକୁ ଶସ୍ୟ ଭକ୍ଷ୍ୟ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଏପରି ଖୁଣବିଶିଷ୍ଟ ଯେଉଁ ପୁରୁଷ ହାରୋଣ ଯାଜକଙ୍କର ବଂଶ ମଧ୍ୟରେ ଥାଏ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ; ତାହାର ଖୁଣ ଅଛି; ସେ ଆପଣା ପରମେଶ୍ଵରଙ୍କ ଭକ୍ଷ୍ୟ ଉତ୍ସର୍ଗ କରିବା ପାଇଁ ନିକଟକୁ ଆସିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

21 ଏପରି ଖୁଣବିଶିଷ୍ଟ ଯେଉଁ ପୁରୁଷ ହାରୋଣ ଯାଜକଙ୍କର ବଂଶ ମଧ୍ୟରେ ଥାଏ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ; ତାହାର ଖୁଣ ଅଛି; ସେ ଆପଣା ପରମେଶ୍ୱରଙ୍କ ଭକ୍ଷ୍ୟ ଉତ୍ସର୍ଗ କରିବା ପାଇଁ ନିକଟକୁ ଆସିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଏପରି ଖୁଣବିଶିଷ୍ଟ ଯେଉଁ ପୁରୁଷ ହାରୋଣ ଯାଜକଙ୍କର ବଂଶ ମଧ୍ୟରେ ଥାଏ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ; ତାହାର ଖୁଣ ଅଛି; ସେ ଆପଣା ପରମେଶ୍ୱରଙ୍କ ‘ଭକ୍ଷ୍ୟ’ ଉତ୍ସର୍ଗ କରିବା ପାଇଁ ନିକଟକୁ ଆସିବ ନାହିଁ।

Gade chapit la Kopi




ଲେବୀୟ ପୁସ୍ତକ 21:21
4 Referans Kwoze  

ସେମାନେ ନିଶ୍ଚୟ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ପବିତ୍ର ହେବେ। ସେମାନେ ସେମାନଙ୍କର ପରମେଶ୍ୱରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସେମାନେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ୱରଙ୍କ ଖାଦ୍ୟ ସେମାନେ ଦିଅନ୍ତି। ତେଣୁ ସେମାନେ ନିଶ୍ଚୟ ପବିତ୍ର ହେବା ଉଚିତ୍।


“ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧ୍ୟରେ ଯାହାର ଶରୀରରେ ଖୁଣ ଥାଏ, ସେ ପରମେଶ୍ୱରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ।


ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବେଚନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।


ଏହି ଶସ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆଯାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।


Swiv nou:

Piblisite


Piblisite