Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 20:23 - ପବିତ୍ର ବାଇବଲ

23 ପୁଣି ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ତଡ଼ି ଦେଉଛୁ, ସେମାନଙ୍କ ଆଚରଣ ତୁମ୍ଭେମାନେ କରିବ ନାହିଁ। କାରଣ ସେମାନେ ସେହିସବୁ ଦୁଷ୍କର୍ମ କରିବାରୁ ଆମ୍ଭେ ସେମାନଙ୍କୁ ଘୃଣା କଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ପୁଣି, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ, ସେମାନଙ୍କ ଆଚାର ଅନୁସାରେ ତୁମ୍ଭେମାନେ ଚଳିବ ନାହିଁ; କାରଣ ସେମାନେ ସେହିସବୁ ଦୁଷ୍କର୍ମ କଲେ, ଏଣୁକରି ଆମ୍ଭେ ସେମାନଙ୍କୁ ଘୃଣା କଲୁ।

Gade chapit la Kopi

ଓଡିଆ ବାଇବେଲ

23 ପୁଣି, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ, ସେମାନଙ୍କ ଆଚରଣ ଅନୁସାରେ ତୁମ୍ଭେମାନେ ଚ଼ାଲିବ ନାହିଁ; କାରଣ ସେମାନେ ସେହିସବୁ ଦୁଷ୍କର୍ମ କଲେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଘୃଣା କଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ପୁଣି, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ, ସେମାନଙ୍କ ଆଚରଣ ଅନୁସାରେ ତୁମ୍ଭେମାନେ ଚ଼ାଲିବ ନାହିଁ; କାରଣ ସେମାନେ ସେହି ସବୁ ଦୁଷ୍କର୍ମ କଲେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଘୃଣା କଲୁ।

Gade chapit la Kopi




ଲେବୀୟ ପୁସ୍ତକ 20:23
11 Referans Kwoze  

ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ହେତୁରୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ, ମାତ୍ର ଏହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ପାଇଁ ଆଉ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ।


“ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ନିଜକୁ ଅଶୁଚି କର ନାହିଁ। କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି।


ଏଣୁ ତୁମ୍ଭେମାନେ ପୂର୍ବପରି ଘୃଣ୍ୟକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”


ଅତୀତରେ ତୁମ୍ଭେମାନେ ମିଶର ଦେଶରେ ବାସ କରୁଥିଲ, ସେହି ଦେଶରେ ସେମାନେ କଲାପରି, ତୁମ୍ଭେମାନେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦେବାକୁ ଯାଉଅଛି, ସେଠାରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁ କିମ୍ବା ସେମାନଙ୍କର ପ୍ରଥା ଅନୁସାରେ ଚଳିବ ନାହିଁ।


କାରଣ ତୁମ୍ଭର ପୂର୍ବବର୍ତ୍ତୀ ଦେଶବାସୀ ଏହିସବୁ ଘୃଣାଯୋଗ୍ୟ କର୍ମ କରି ଦେଶକୁ ଅଶୁଚି କରିଛନ୍ତି।


ଆମ୍ଭେ ଏକ ମାସ ମଧ୍ୟରେ ତିନି ଜଣ ମେଷପାଳକଙ୍କୁ ଧ୍ୱଂସ କଲୁ। ଆମ୍ଭେ ସେମାନଙ୍କ ଉପରେ ଅଧୈର୍ଯ୍ୟ ଥିଲୁ ଏବଂ ସେମାନେ ଆମ୍ଭକୁ ଘୃଣା କଲେ।


ପରମେଶ୍ୱର ଏହା ଶୁଣିଲେ ଓ କ୍ରୋଧ ହେଲେ। ଏବଂ ସେ ସମ୍ପୂର୍ଣ୍ଣଭାବେ ଇସ୍ରାଏଲବାସୀଙ୍କୁ ପ୍ରତ୍ୟାଖ୍ୟାନ କଲେ।


ସେମାନେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉ‌ଦ୍‌ଗାର କରୁଅଛି।


“ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


Swiv nou:

Piblisite


Piblisite