Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 20:17 - ପବିତ୍ର ବାଇବଲ

17 “ଯଦି କେହି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ୟା କି ମାତୃକନ୍ୟାକୁ ବିବାହ କରେ ଓ ଉଭୟଙ୍କ ମଧ୍ୟରେ ଯୌନ ସମ୍ପର୍କ ହୁଏ, ତେବେ ତାହା ଲଜ୍ଜାଜନକ। ସେମାନେ ସର୍ବସାଧାରଣରେ ଦଣ୍ଡିତ ହେବା ଉଚିତ୍ ଓ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। ଯେଉଁ ଲୋକ ତା'ର ନିଜର ଭଉଣୀ ସହିତ ଶାରୀରିକ ସମ୍ପର୍କ ଥିଲା ଏବଂ ସେ ନିଜେ ତା'ର ପରିଣାମ ଭୋଗ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ, ଯେବେ କେହି ଆପଣା ଭଗିନୀକି, ଅର୍ଥାତ୍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ଏକଆରେକର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବହିବ।

Gade chapit la Kopi

ଓଡିଆ ବାଇବେଲ

17 ଆଉ, ଯଦି କେହି ଆପଣା ଭଗିନୀକୁ, ଅର୍ଥାତ୍‍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ପରସ୍ପରର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବୋହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ, ଯଦି କେହି ଆପଣା ଭଗିନୀକୁ, ଅର୍ଥାତ୍‍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ପରସ୍ପରର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବୋହିବ।

Gade chapit la Kopi




ଲେବୀୟ ପୁସ୍ତକ 20:17
8 Referans Kwoze  

“ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ୟା ବା ମାତୃକନ୍ୟା, ସେ ଗୃହରେ ଜନ୍ମ ହୋଇଥାଉ କିମ୍ବା ଅନ୍ୟତ୍ର ଜନ୍ମ ହୋଇଥାଉ, ତା’ ସହିତ ମଧ୍ୟ ଦୈହିକ ସମ୍ପର୍କ ରଖିବ ନାହିଁ।


“ଲେବୀୟମାନେ କହିବେ, ‘ଯେଉଁମାନେ ସେମାନଙ୍କ ଭଉଣୀ ବା ପିତୃକନ୍ୟା ବା ମାତୃକନ୍ୟା ସହିତ ଯୌନ ସମ୍ପର୍କ ରଖେ ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ଆମେନ୍।’


ପୁଣି କେହି କେହି ନିଜ ପ୍ରତିବାସୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କେହି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କେହି ନିଜର ପିତୃକନ୍ୟା ଭଗିନୀକୁ ବଳାତ୍କାର କରିଛନ୍ତି।


ସେଥିରେ ସେ ଉତ୍ତର ଦେଲା, “ନା, ନା, ଭାଇ ମୋତେ ଏହା କରିବାକୁ ବାଧ୍ୟ ନ କର, କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ନିଷେଧ। ଏହିପରି ଭୟଙ୍କର କାର୍ଯ୍ୟ କର ନାହିଁ।


ସେ ମୋର ସ୍ତ୍ରୀ, କିନ୍ତୁ ସେ ମଧ୍ୟ ମୋର ଭଉଣୀ। ସେ ହେଉଛି ମୋ’ ବାପାଙ୍କର ଏକ ଝିଅ। କିନ୍ତୁ ସେ ମୋ’ ମା’ର ଝିଅ ନୁହେଁ।


ଯେବେ କୌଣସି ସ୍ତ୍ରୀ କୌଣସି ପଶୁ ସହିତ ସଙ୍ଗମ କରେ, ତେବେ ସେହି ସ୍ତ୍ରୀ ଓ ସେହି ପଶୁ ଉଭୟଙ୍କୁ ବଧ କରାଯିବ। ସେମାନେ ନିଶ୍ଚିତ ହତ ହେବେ। ସେମାନଙ୍କର ମୃତ୍ୟୁଜନିତ ଅପରାଧ ପାଇଁ ସେମାନେ ଦାୟୀ ହେବେ।


ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେ ସ୍ତ୍ରୀ ଅପରାଧ ବହନ କରିବ।”


ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”


Swiv nou:

Piblisite


Piblisite