Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 20:11 - ପବିତ୍ର ବାଇବଲ

11 ଯଦି କୌଣସି ବ୍ୟକ୍ତି ତା'ର ପିତୃ ଭାର୍ଯ୍ୟା ସହିତ ଦୈହୀକ ସମ୍ପର୍କ ରଖେ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ୟୁଦଣ୍ଡ ପାଇବେ। ସେମାନେ ନିଜର ଅପରାଧ ପାଇଁ ଦାୟୀ ରହିବେ। ସେହି ସ୍ତ୍ରୀ ତା'ର ପିତାର ଅଟେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି, ଯେଉଁ ଲୋକ ଆପଣା ପିତୃଭାର୍ଯ୍ୟା ସହିତ ଶୟନ କରେ, ସେ ଆପଣା ପିତାର ଆବରଣୀୟ ଅନାବୃତ କରିଅଛି; ସେ ଦୁହେଁ ନିତା; ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।

Gade chapit la Kopi

ଓଡିଆ ବାଇବେଲ

11 ପୁଣି, ଯେଉଁ ଲୋକ ଆପଣା ପିତୃର ଭାର୍ଯ୍ୟା ସହିତ ଶାରୀରିକ ସମ୍ପର୍କ ରଖେ, ସେ ଆପଣା ପିତାର ଆବରଣୀୟ ଅନାବୃତ କରିଅଛି; ସେ ଦୁହେଁ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, ଯେଉଁ ଲୋକ ଆପଣା ପିତୃର ଭାର୍ଯ୍ୟା ସହିତ ଶାରୀରିକ ସମ୍ପର୍କ ରଖେ, ସେ ଆପଣା ପିତାର ଆବରଣୀୟ ଅନାବୃତ କରିଅଛି; ସେ ଦୁହେଁ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।

Gade chapit la Kopi




ଲେବୀୟ ପୁସ୍ତକ 20:11
7 Referans Kwoze  

“ଲେବୀୟମାନେ କହିବେ, ‘ଯେକେହି ଆପଣା ଶାଶୁ ସଙ୍ଗେ ଯୌନ ସମ୍ପର୍କ ରକ୍ଷାକରେ ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’


“ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପିତାଙ୍କ ଭାର୍ଯ୍ୟା ସହିତ ଶୟନ କରେ ସେ ଅଭିଶପ୍ତ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକୁ ଅନାବରଣ କରିଥାଏ।” “ଏଥିରେ ସମସ୍ତେ କହିବେ, ‘ଆମେନ୍।’


ଲୋକେ ପ୍ରକୃତରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ଯୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ୱରଙ୍କୁ ନ ଜାଣିଥିବା ଲୋକମାନଙ୍କଠାରେ ମଧ୍ୟ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,


ସେମାନେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡ଼ି ଦଣ୍ତ ଦେଉଥିଲେ ଓ ସେମାନଙ୍କୁ ପଦାଘାତ କରୁଥିଲେ। ସେମାନେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନ ଥିଲେ। ମୋର ପବିତ୍ର ନାମକୁ କଳୁଷିତ କରିବାକୁ ଯାଇ ଜଣେ ବ୍ୟକ୍ତି ଓ ତା'ର ପିତା, ଜଣେ ରମଣୀ ସହ ଯୌନ ସମ୍ପର୍କ ରଖିଥିଲେ।


“କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ୍ତ କରିବ ନାହିଁ।


“ତୁମ୍ଭେମାନେ ଆପଣା କୁଟୁମ୍ବ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।


Swiv nou:

Piblisite


Piblisite