Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 19:8 - ପବିତ୍ର ବାଇବଲ

8 ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ, ତହିଁର ଭୋକ୍ତା ନିଜ ଅପରାଧ ବହିବ; କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ଏଣୁକରି ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

Gade chapit la Kopi

ଓଡିଆ ବାଇବେଲ

8 ଆଉ, ତହିଁର ଭୋଜନକାରୀ ନିଜ ଅପରାଧ ବୋହିବ; କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କରିଅଛି; ଏଣୁକରି ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ, ତହିଁର ଭୋଜନକାରୀ ନିଜ ଅପରାଧ ବୋହିବ; କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କରିଅଛି; ଏଣୁକରି ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

Gade chapit la Kopi




ଲେବୀୟ ପୁସ୍ତକ 19:8
7 Referans Kwoze  

“ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ପବିତ୍ର ଉପହାର ଉତ୍ସର୍ଗ କରନ୍ତି, ଯାଜକଗଣ ତାହା ସବୁ ଅପବିତ୍ର କରିବେ ନାହିଁ।


“ଯଦି କୌଣସି ବ୍ୟକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତେବେ ସେ ପାପ କରେ ଓ ଅପରାଧୀ ହୁଏ।


ଯେବେ ତୃତୀୟ ଦିନ ତହିଁରୁ କିଛି ଭୋଜନ କରାଯିବ। ତେବେ ତାହା ଘୃଣ୍ୟଯୋଗ୍ୟ ଓ ଅଗ୍ରାହ୍ୟ ହେବ।


“ତୁମ୍ଭେମାନେ ଅମଳ ସମୟରେ ଯେବେ ଶସ୍ୟ କାଟୁଛ ତେବେ କ୍ଷେତ୍ରକୁ ନିଃଶେଷ କରି ଶସ୍ୟ କାଟିବ ନାହିଁ। କିମ୍ବା ନିଜ ଶସ୍ୟକ୍ଷେତ୍ରରୁ ତ୍ୟକ୍ତ ଶସ୍ୟ ସାଉଣ୍ଟିବ ନାହିଁ।


ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”


ମାତ୍ର ଯଦି କୌଣସି ଅଶୁଚି ବ୍ୟକ୍ତି ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ବଳି ଭୋଜନ କରେ ତେବେ ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।


“ଯଦି କୌଣସି ବ୍ୟକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରେ ତେବେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତେବେ ସେହି ବ୍ୟକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ ରହିବ।”


Swiv nou:

Piblisite


Piblisite