Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 19:5 - ପବିତ୍ର ବାଇବଲ

5 “ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ତାହା ଗୃହୀତ ହେବା ପାଇଁ ବିଧି ଅନୁସାରେ ଉତ୍ସର୍ଗ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି, ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ଗ୍ରାହ୍ୟ ହେବା ନିମନ୍ତେ ତାହା ବଳିଦାନ କରିବ।

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ଗ୍ରାହ୍ୟ ହେବା ନିମନ୍ତେ ତାହା ବଳିଦାନ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ଗ୍ରାହ୍ୟ ହେବା ନିମନ୍ତେ ତାହା ବଳିଦାନ କରିବ।

Gade chapit la Kopi




ଲେବୀୟ ପୁସ୍ତକ 19:5
16 Referans Kwoze  

“ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରଶଂସାର୍ଥେ ବଳିଦାନ ଉତ୍ସର୍ଗ କର, ତୁମ୍ଭେ ଏହା ଠିକ୍ ପଦ୍ଧତିରେ ଉତ୍ସର୍ଗ କରିବା ଉଚିତ୍ ଯାହା ଫଳରେ ତାହା ଗ୍ରାହ୍ୟ ହେବ।


“ମାତ୍ର ଯଦି ସେହି ମଙ୍ଗଳାର୍ଥକ ବଳି ପ୍ରତିଜ୍ଞା ବା ସ୍ୱେଚ୍ଛାଦତ୍ତ ଉପହାର ହୁଏ। ତେବେ ସେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନ ହିଁ ତାହା ଭୋଜନ କରିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ପରଦିନ ପ୍ରାତଃକାଳରେ ଭୋଜନ କରିବ।


ସେମାନେ ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ଅଣ୍ଡିରା ମେଷ, ଗୋରୁ କିମ୍ବା ପୁଂ ଛାଗ ଉତ୍ସର୍ଗ କରିବା ଉଚିତ୍। ମାତ୍ର ଖୁଣଥିବା ପ୍ରାଣୀକୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନୈବେଦ୍ୟ ରୂପେ ଗ୍ରହଣୀୟ ନୁହେଁ।


“ସେ ଯଦି ନିଜ ଗୋଠରୁ ଗାଈ ହୋମବଳି ରୂପେ ଉତ୍ସର୍ଗ କରେ, ତେବେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରି ହୋଇଥିବ ଓ ସେ ତାକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ୱାରା ଗୃହୀତ ହେବ।


“ପୁଣି ଅଧିପତି ଯେତେବେଳେ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ୱେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବଦ୍ୱାର ଫିଟାଯିବ। ଏବଂ ସେ ବିଶ୍ରାମ ଦିନରେ ଯେପରି କରନ୍ତି ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା'ପରେ ସେ ବାହାରି ଯିବେ ଓ ବାହାରି ଗଲାପରେ ଦ୍ୱାର ବନ୍ଦ କରାଯିବ।


ପୁଣି ଅଧିପତି ବାହାର ଦ୍ୱାରର ବାରଣ୍ଡା ଦେଇ ପ୍ରବେଶ କରିବେ ଓ ଦ୍ୱାର ଚୌକାଠ ନିକଟରେ ଠିଆ ହେବେ। ଆଉ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ୱାର ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତା'ପରେ ବାହାରି ଯିବେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ।


ରାଜା ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ସେମାନଙ୍କର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରତ୍ୟେକ ଦଳର ନିଜସ୍ୱ ବିଶେଷ କାର୍ଯ୍ୟ ରହିଥିଲା। ତେଣୁ ଯାଜକମାନେ ଓ ଲେବୀୟମାନେ ପୁନର୍ବାର ହୋମବଳି ଉପହାର ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବାର କାର୍ଯ୍ୟ କଲେ। ଆଉ ମଧ୍ୟ ପରମେଶ୍ୱର ମନ୍ଦିରରେ ସେବାକାର୍ଯ୍ୟ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରଗୁଡ଼ିକ ନିକଟରେ ପ୍ରଶଂସା ଗାନ କରିବା କାର୍ଯ୍ୟ ସେମାନଙ୍କର ଥିଲା।


“ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ଼ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସେପରି ଗାଈ କିମ୍ବା ମେଣ୍ଢା ଗ୍ରାହ୍ୟ ହେବ ନାହିଁ।


“ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ପଶୁ ହେବ ଓ ତାହାଠାରେ କୌଣସି ଖୁଣ ନ ଥିବ।


ଏହା ପରେ ମୋଶା ଇସ୍ରାଏଲର ଯୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁ ପଠାଇଲେ। ସେହି ଯୁବକଗଣ ପରମେଶ୍ୱରଙ୍କ ନିକଟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ସ୍ୱରୂପେ ବୃଷମାନଙ୍କୁ ବଳିଦାନ ଦେଲେ।


“ଆଉ ତୁମ୍ଭେମାନେ ପ୍ରତିମାଗଣକୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦେବତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।


ବଳିଦାନ ଦିନ କିମ୍ବା ତା'ର ପରଦିନ ତାହା ଭୋଜନ କରାଯିବ। ଯଦି ତୃତୀୟ ଦିନକୁ ଅବଶିଷ୍ଟ ବଞ୍ଚିବ ତେବେ ତାକୁ ଦ‌‌‌‌ଗ୍‌‌‌‌ଧ କରିବ।


ଯଦି ତୃତୀୟ ଦିନରେ ସେହି ମଙ୍ଗଳାର୍ଥକ ବଳିରୁ କିଛି ମାତ୍ର ଭୋଜନ କରାଯାଏ, ତେବେ ତାହା ଗ୍ରାହ୍ୟ ହେବ ନାହିଁ କିମ୍ବା ତାହା ବଳିଦାନକାରୀ ପକ୍ଷରେ ଗଣାଯିବ ନାହିଁ। ତାହା ଘୃଣାଯୋଗ୍ୟ ହେବ, ଆଉ ଯେଉଁ ବ୍ୟକ୍ତି ତାହା ଭୋଜନ କରିବ ସେ ନିଜର ଅପରାଧ ବହନ କରିବ।


Swiv nou:

Piblisite


Piblisite