Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 19:4 - ପବିତ୍ର ବାଇବଲ

4 “ଆଉ ତୁମ୍ଭେମାନେ ପ୍ରତିମାଗଣକୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦେବତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ, ତୁମ୍ଭେମାନେ ପ୍ରତିମାଗଣର ପଶ୍ଚାଦ୍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଦେବତା ନିର୍ମାଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ।

Gade chapit la Kopi

ଓଡିଆ ବାଇବେଲ

4 ଆଉ, ତୁମ୍ଭେମାନେ ପ୍ରତିମାଗଣର ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଦେବତା ନିର୍ମାଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ, ତୁମ୍ଭେମାନେ ପ୍ରତିମାଗଣର ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଦେବତା ନିର୍ମାଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

Gade chapit la Kopi




ଲେବୀୟ ପୁସ୍ତକ 19:4
19 Referans Kwoze  

“ତୁମ୍ଭେମାନେ ନିଜ ପାଇଁ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


“ତୁମ୍ଭେମାନେ କୌଣସି ଛାଞ୍ଚରେ ଢଳା ଦେବତା ତୁମ୍ଭମାନଙ୍କ ପାଇଁ କର ନାହିଁ।


ତେଣୁ ତୁମ୍ଭେମାନେ ଆମ୍ଭର ପ୍ରତିଯୋଗୀ ଅନ୍ୟ ଦେବତାଗଣ ପ୍ରତିଷ୍ଠା କରିବ ନାହିଁ। ଆପଣାମାନଙ୍କ ପାଇଁ ରୌପ୍ୟମୂର୍ତ୍ତି କିମ୍ବା ସୁନାର ମୂର୍ତ୍ତି ନିର୍ମାଣ କରିବ ନାହିଁ।


ତେଣୁ ପ୍ରିୟ ପିଲାମାନେ, ତୁମ୍ଭେମାନେ ସବୁ ନିଜ ନିଜକୁ ଭଣ୍ଡ ଦେବତାମାନଙ୍କଠାରୁ ଦୂରରେ ରଖ।


“‘ଯେଉଁ ମନୁଷ୍ୟ କୌଣସି ଖୋଦିତ କିଅବା ଛାଞ୍ଚ ଢଳା ମୂର୍ତ୍ତି ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକୁ ଏକ ଗୋପନ ସ୍ଥାନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେବା ଉଚିତ୍।’ “ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍’।


ତା'ହେଲେ ତୁମ୍ଭେମାନେ ସମସ୍ତ କିଛି ସହି ପାରିବ। ମୋର ପ୍ରିୟ ବନ୍ଧୁଗଣ! ଶେଷରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂରରେ ରୁହ।


ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।


ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ସେଥିରେ ଢଳା ବାଛୁରି ନିର୍ମାଣ କଲେ। ଏହା ପରେ ସେ କହିଲେ, “ଇସ୍ରାଏଲ, ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଥିଲେ, ସେଗୁଡ଼ିକ ଏହି।”


“ସଦାପ୍ରଭୁ କହିଲେ, ‘ଆଜି ନବମ ମାସର ଚତୁର୍ବିଂଶ ଦିବସ। ତୁମ୍ଭେମାନେ ସଦାପ୍ରଭୁଙ୍କ ମନ୍ଦିରରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ କରିଛ। ତେଣୁ ଏହା ପରେ କ’ଣ ସବୁ ଘଟୁଛି ଆଗକୁ ଲକ୍ଷ୍ୟ କର।


“ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ତାହା ଗୃହୀତ ହେବା ପାଇଁ ବିଧି ଅନୁସାରେ ଉତ୍ସର୍ଗ କରିବ।


କାରଣ ପୃଥିବୀର ସମସ୍ତ “ଦେବତାଗଣ” କେବଳ ମୂଲ୍ୟହୀନ ପ୍ରତିମାସକଳ ଅଟନ୍ତି। କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ।


କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ। ଯେହେତୁ ଆମ୍ଭେ ପବିତ୍ର, ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ନିଜକୁ ଅଶୁଚି କରିବ ନାହିଁ।


ତା'ପରେ ପଞ୍ଚମ ବର୍ଷରେ ତୁମ୍ଭେମାନେ ସେ ବୃକ୍ଷରୁ ଫଳ ଖାଇ ପାରିବ। ତହିଁରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଫଳ ଫଳିବ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


ତେଣୁ ସାବଧାନ ହୁଅ, ନଚେତ୍ ତୁମ୍ଭେମାନେ ଧ୍ୱଂସ ହେବ। ଯଦି ତୁମ୍ଭେମାନେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜୀବିତ ପୁରୁଷ ବା ସ୍ତ୍ରୀ ପରି ହୋଇଥିବ।


“ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମା ସକଳ ଅଗ୍ନିରେ ଦ‌‌ଗ୍‌‌ଧ କରିବ। ତୁମ୍ଭେ ଯେମନ୍ତ ଫାନ୍ଦରେ ନ ପଡ଼ିବ ସେଥିପାଇଁ ସେ ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ ଅଟେ।


କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମୋତେ ଅନୁସରଣ କରିବା ବନ୍ଦ କଲ, ମୋତେ ବିରକ୍ତି କରିବା ପାଇଁ ନିଜ ସକାଶେ ଅନ୍ୟ ଦେବତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମୋତେ ତୁମ୍ଭର ପଛକୁ ପକାଇ ଦେଇଅଛ।


ଆହସ୍ ଇସ୍ରାଏଲର ରାଜାମାନଙ୍କର ମନ୍ଦ ଉଦାହରଣକୁ ଅନୁସରଣ କଲେ। ସେ ‌ବା‌ଲ୍‌ଦେବତାର ପୂଜା କରିବା ନିମନ୍ତେ ମୂର୍ତ୍ତିମାନ ସ୍ଥାପନ କଲେ।


Swiv nou:

Piblisite


Piblisite