Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 18:26 - ପବିତ୍ର ବାଇବଲ

26 “ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ବିଧି ପାଳନ କରିବ। ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଏନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ଶାସନ ପାଳନ କରିବ, ସ୍ଵଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ହେଉ, ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ;

Gade chapit la Kopi

ଓଡିଆ ବାଇବେଲ

26 ଏନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ବ୍ୟବସ୍ଥା ପାଳନ କରିବ, ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ହେଉ, ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଏନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ବ୍ୟବସ୍ଥା ପାଳନ କରିବ, ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ହେଉ, ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ।

Gade chapit la Kopi




ଲେବୀୟ ପୁସ୍ତକ 18:26
16 Referans Kwoze  

ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭର ବିଧି ପାଳନ କରିବ, ତାହା କଲେ ତୁମ୍ଭେମାନେ ବଞ୍ଚିବ। ଆମ୍ଭେ ସଦାପ୍ରଭୁ ଅଟୁ।


ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ।


“ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।


କିନ୍ତୁ ଯୀଶୁ କହିଲେ, “ପରମେଶ୍ୱରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତରେ ସେହିମାନେ ହିଁ ଧନ୍ୟ।”


ଏବଂ ଯେଉଁ ବୀଜ ଭଲ ମାଟିରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ସ୍ୱଚ୍ଛ ଓ ପବିତ୍ର ହୃଦୟରେ ଶୁଣନ୍ତି, ତାହା ହୃଦୟରେ ଗ୍ରହଣ କରନ୍ତି, କାର୍ଯ୍ୟରେ ପାଳନ କରନ୍ତି ଓ ଧୈର୍ଯ୍ୟ ପୂର୍ବକ ଉତ୍ତମ ଫଳ ଫଳନ୍ତି।


“ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ।


ସେଥିପାଇଁ ତୁମ୍ଭେମାନେ ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁଁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଙ୍ଗଳ ହେବ, ଏବଂ ତୁମ୍ଭେମାନେ ସେହି ଭୂମିରେ ଦୀର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦେଇଛନ୍ତି।”


ଏଣୁ ତୁମ୍ଭେମାନେ ପୂର୍ବପରି ଘୃଣ୍ୟକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”


“ଆଉ କୌଣସି ଇସ୍ରାଏଲୀୟ କିମ୍ବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ ରଖିବା।


“ତୁମ୍ଭେ ସବୁ ଲୋକଙ୍କୁ କହିବ, ଇସ୍ରାଏଲ ବଂଶଜାତ କୌଣସି ଲୋକ କିମ୍ବା ଭ୍ରମଣକାରୀ କିମ୍ବା କୌଣସି ବିଦେଶୀ ଲୋକ ଯେବେ ହୋମବଳି କି ବଳିଦାନ କରେ,


ସେମାନେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉ‌ଦ୍‌ଗାର କରୁଅଛି।


କାରଣ ତୁମ୍ଭର ପୂର୍ବବର୍ତ୍ତୀ ଦେଶବାସୀ ଏହିସବୁ ଘୃଣାଯୋଗ୍ୟ କର୍ମ କରି ଦେଶକୁ ଅଶୁଚି କରିଛନ୍ତି।


ଆଉ ମଧ୍ୟ ସେ ଭୂମିରେ ପୁରୁଷ ବେଶ୍ୟା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସେହି କୁକର୍ମ ସେଠାରେ ବାସ କରୁଥିବା ଲୋକମାନେ ମଧ୍ୟ କରୁଥିଲେ। ତେଣୁ ପରମେଶ୍ୱର ସେହି ଜାତିଠାରୁ ଭୂମି ଛଡ଼ାଇ ଏବଂ ଏହା ଇସ୍ରାଏଲୀୟମାନଙ୍କୁ ଦେଇଥିଲେ।


Swiv nou:

Piblisite


Piblisite