Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 17:5 - ପବିତ୍ର ବାଇବଲ

5 ଏଣୁ ଇସ୍ରାଏଲର ସନ୍ତାନଗଣ ନିଜ ନିଜର ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେ ସମସ୍ତ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣିବେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏହେତୁ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ଯେ ଯେ ବଳି କ୍ଷେତ୍ରକୁ ନିଅନ୍ତି, ସେସମସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ଵୁଦ୍ଵାରରେ ଯାଜକ ନିକଟକୁ ଆଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ।

Gade chapit la Kopi

ଓଡିଆ ବାଇବେଲ

5 ଏହେତୁ ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କର ଯେଉଁ ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେହି ସମସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏହେତୁ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ଯେଉଁ ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେହି ସମସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ।

Gade chapit la Kopi




ଲେବୀୟ ପୁସ୍ତକ 17:5
20 Referans Kwoze  

ରକ୍ତପାତ କରିବାକୁ ନିନ୍ଦକମାନେ ତୁମ୍ଭ ମଧ୍ୟରେ ଏଠାରେ ରହିଅଛନ୍ତି। ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ ଉଚ୍ଚ ପର୍ବତରେ ମୂର୍ତ୍ତିମାନଙ୍କୁ ଉତ୍ସର୍ଗମାନ ଅର୍ପଣ କଲେ ଏବଂ ପବିତ୍ର ସ୍ଥାନର ବଳିଦାନ କରି ଭୋଜନ କରିଅଛନ୍ତି, “‘ଏବଂ ଲୋକମାନେ ତୁମ୍ଭ ସହିତ ଅଛନ୍ତି, ଯିଏ ଶାରୀରିକ ପାପକର୍ମରେ ଅନ୍ତର୍ଭୁକ୍ତ ଅଟନ୍ତି।


ତଥାପି ମୁଁ ଆଗରେ ଯେଉଁ ଦେଶ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲି, ସେହି ଦେଶକୁ ସେମାନଙ୍କୁ ଆଣିଲି। ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେମାନଙ୍କର ବଳିଦାନ କଲେ। ସେମାନେ ସେମାନଙ୍କର ବଳିଦାନ ଦ୍ୱାରା ମୋତେ ବିରକ୍ତ କଲେ। ସେମାନେ ନିଜର ସୁଗନ୍ଧି ଦ୍ରବ୍ୟ ରଖିଲେ ଓ ନିଜ ନିଜର ପେୟନୈବେଦ୍ୟ ଢାଳିଲେ।


ଆହସ୍ ଉଚ୍ଚସ୍ଥାନମାନଙ୍କରେ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ବଳିଦାନ ଉତ୍ସର୍ଗ କଲେ ଓ ସୁଗନ୍ଧିଧୂପ ଜ୍ୱଳାଇଲେ।


ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଉପରେ ଓ ପ୍ରତ୍ୟେକ ହରିତ୍ ବର୍ଣ୍ଣ ବୃକ୍ଷମୂଳରେ ସ୍ମରଣାର୍ଥକ ସ୍ତମ୍ଭ ଓ ଆଶେରା ମୂର୍ତ୍ତିମାନ ସ୍ଥାପନ କଲେ।


ପୁଣି ସେ ଉଚ୍ଚସ୍ଥଳୀରେ, ପର୍ବତ ଉପରେ ଓ ପ୍ରତ୍ୟେକ ହରି‌ତ୍‌ବର୍ଣ୍ଣ ବୃକ୍ଷତଳେ ବଳିଦାନ କଲେ ଓ ଧୂପ ଜଳାଇଲେ।


ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ସବୁଜ ବୃକ୍ଷମୂଳରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ।


ତୁମ୍ଭେମାନେ ଯେଉଁ ଗୋଷ୍ଠୀୟମାନଙ୍କୁ ଅଧିକାର କରିବ, ସେମାନଙ୍କର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁସବୁ ସ୍ଥାନରେ ନିଜ ନିଜ ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ।


ଏହା ପରେ ମୋଶା ଇସ୍ରାଏଲର ଯୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁ ପଠାଇଲେ। ସେହି ଯୁବକଗଣ ପରମେଶ୍ୱରଙ୍କ ନିକଟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ସ୍ୱରୂପେ ବୃଷମାନଙ୍କୁ ବଳିଦାନ ଦେଲେ।


ଏହା ପରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡାକିଲେ। ତହିଁରେ ସେମାନେ ଭୋଜନ କରି ପର୍ବତରେ ରାତ୍ରିସାରା ରହିଲେ।


ଏହା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମେଷ ଦେଖିଲେ, ତା'ର ଶିଙ୍ଗ ବୁଦାରେ ଚ୍ଛନ୍ଦି ହୋଇଥିଲା। ତେଣୁ ଅବ୍ରହାମ ସେହି ଅଣ୍ଡିରା ମେଷକୁ ଆଣି ହତ୍ୟା କଲେ ଓ ତାହାକୁ ନିଜପୁତ୍ର ବଦଳରେ ହୋମବଳିରେ ଉତ୍ସର୍ଗ କଲେ।


ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ପୁତ୍ରକୁ ମୋରିୟାକୁ ନିଅ। ମୋରିୟାରେ ତୁମ୍ଭର ଏକ ମାତ୍ର ସ୍ନେହର ପୁତ୍ର ଇ‌ସ୍‌ହାକକୁ ମୋ’ ନିମନ୍ତେ ହୋମାର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସେହି ପର୍ବତକୁ ନେଇ ସେଠାରେ ହୋମବଳି କର।”


ଅବ୍ରହାମ ଏକ ବିଶେଷ ଗଛ ସେଠାରେ ରୋପଣ କଲେ। ସେହି ସ୍ଥାନରେ ଅବ୍ରହାମ ଅନାଦି ଅନନ୍ତ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ।


ସେହି ଲୋକ ସେହି ପ୍ରାଣୀକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ ଓ ସେହି ପ୍ରାଣୀର ଏକ ଅଂଶ ଉପହାର ସ୍ୱରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ସେ ଯଦି ତାହା ନ କରେ ତେବେ ରକ୍ତପାତର ଅପରାଧରେ ଅପରାଧୀ ହେବ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।


ତା'ପରେ ସେ ଯାଜକ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ସଦାପ୍ରଭୁଙ୍କୁ ଉପହାର ସ୍ୱରୂପ ସେହି ମେଦ ଦ‌‌‌‌ଗ୍‌‌‌‌ଧ କରିବ।


ସାତ ଦିନ ପରେ ଅଷ୍ଟମ ଦିନରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ବଳି ଓ ସହଭାଗିତାର ବଳି ଉତ୍ସର୍ଗ କରିବେ। ତା'ପରେ ମୁଁ ତୁମ୍ଭକୁ ଗ୍ରହଣ କରିବି।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


“କିନ୍ତୁ ସମସ୍ତ ଲେବୀୟ ଯାଜକଗଣ, ସାଦୋକର ଭବିଷ୍ୟଦ୍ ବଂଶଧରଗଣ ଯେଉଁମାନେ ମୋର ପବିତ୍ର ସ୍ଥାନ ନିୟମ ଅନୁସରଣ କଲେ, ଯେତେବେଳେ ଇସ୍ରାଏଲୀୟମାନେ ମୋ'ଠାରୁ ବିପଥଗାମୀ ହେଲେ, ସେମାନେ ମୋ’ ପାଖକୁ ସେବା କରିବା ପାଇଁ ଆସିବାକୁ ସମର୍ଥ ହେବ। ସେମାନେ ମୋ’ ଉଦ୍ଦେଶ୍ୟରେ ମେଦ ଓ ରକ୍ତ ବଳିଦାନ ହୋଇଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମୋ’ ସମ୍ମୁଖରେ ଠିଆ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


କିନ୍ତୁ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା। ତେଣୁ ଲୋକମାନେ ନାନା ଉଚ୍ଚସ୍ଥାନରେ ବଳିଦାନ କରୁଥିଲେ।


ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ରେମ ପ୍ରକାଶ କଲେ। କେବଳ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନରେ ଧୂପ ଜଳାଇଲେ।


Swiv nou:

Piblisite


Piblisite