Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 16:8 - ପବିତ୍ର ବାଇବଲ

8 ପୁଣି ହରୋଣ ସେହି ଦୁଇ ଛାଗ ବିଷୟରେ ଗୁଲିବାଣ୍ଟ କରିବେ। ସେଥିରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ (ଅଜାଜେଲ) ନିମନ୍ତେ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ।

Gade chapit la Kopi

ଓଡିଆ ବାଇବେଲ

8 ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ।

Gade chapit la Kopi




ଲେବୀୟ ପୁସ୍ତକ 16:8
12 Referans Kwoze  

ତା'ପରେ ନାବିକମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେମାନେ ଗୁଲିବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପରେ ଘଟୁଛି।” ତେଣୁ ସେମାନେ ଗୁଲିବାଣ୍ଟ ଫିଙ୍ଗିଲେ। ଏହି ଗୁଲିବାଣ୍ଟ ଫିଙ୍ଗାରୁ ଜଣାଗଲା ଯୂନସ ଯୋଗୁଁ ଏ ଦୁଃଖ ଘଟିଲା।


ନିଷ୍ପତ୍ତି ପାଇଁ ଗୁଲିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆସେ।


ସେହି ହେଉଛି ଦେଶ ଯାହାକୁ ତୁମ୍ଭେମାନେ ଇସ୍ରାଏଲ ପରିବାରବର୍ଗର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଭାଗ କରିବ ଓ ଏଗୁଡ଼ିକ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ଅଟେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ୱାରା ନିଜ ନିଜ ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାନୁସାରେ ଯାହାର ବାଣ୍ଟ ଯେଉଁଠି ହେବ ସେ ତାକୁହିଁ ନେବ। ଏହିରୂପେ ତୁମ୍ଭେମାନେ ଆପଣା ପିତୃବଂଶାନୁସାରେ ଅଧିକାର କରିବ।


ତୁମ୍ଭେ ଗୁଲିବାଣ୍ଟ ଦ୍ୱାରା ଦେଶ ଭାଗ କରିବା ଉଚିତ୍। ସେମାନେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।


“ତା'ପରେ ହାରୋଣ ଦୁଇଟି ଛାଗ ସମାଗମ-ତମ୍ବୁର ଦ୍ୱାର ଦେଶରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ।


“ପୁଣି ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ।


କିନ୍ତୁ ଗୁଲିବାଣ୍ଟ ଦ୍ୱାରା ଅଜାଜେଲ ନିମନ୍ତେ ସିଦ୍ଧାନ୍ତ କରାଯାଇଥିବା ଛାଗକୁ ସଦାପ୍ରଭୁଙ୍କ ସମ୍ମୁଖରେ ଜୀଅନ୍ତା ଛିଡ଼ା କରାଯିବ। ମରୁଭୂମିର ବାହାରକୁ ଅଜାଜେଲ ଏହି ଛାଗକୁ ପଠାଇବା ଦ୍ୱାରା ଲୋକମାନଙ୍କ ପାଇଁ ହାରୋଣ ପ୍ରାୟଶ୍ଚିତ କରିବ।


“ପୁଣି ଯେଉଁ ଲୋକ ତ୍ୟାଗର (ଅଜାଜେଲରେ) ଛାଗକୁ ନେଇ ଛାଡ଼ିଥାଏ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍। ତା'ପରେ ଛାଉଣିରେ ପ୍ରବେଶ କରିବ।


Swiv nou:

Piblisite


Piblisite