Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 16:22 - ପବିତ୍ର ବାଇବଲ

22 ତହୁଁ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ଆପଣା ମସ୍ତକରେ ବହନ କରି ସେହି ଜନଶୂନ୍ୟ ଦେଶକୁ ନେଇଯିବ। ତାକୁ ନେଇଥିବା ଲୋକଟି ସେହି ସ୍ଥାନରେ ସେ ଛାଗକୁ ଛାଡ଼ିଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ତହିଁରେ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ନରଶୂନ୍ୟ ଦେଶକୁ ଆପଣା ଉପରେ ବହି ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ।

Gade chapit la Kopi

ଓଡିଆ ବାଇବେଲ

22 ତହିଁରେ ସେହି ଛାଗ ଆପଣା ଉପରେ ସେମାନଙ୍କର ସମସ୍ତ ଅପରାଧ ବୋହି ନରଶୂନ୍ୟ ଦେଶକୁ ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ତହିଁରେ ସେହି ଛାଗ ଆପଣା ଉପରେ ସେମାନଙ୍କର ସମସ୍ତ ଅପରାଧ ବୋହି ନରଶୂନ୍ୟ ଦେଶକୁ ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ।

Gade chapit la Kopi




ଲେବୀୟ ପୁସ୍ତକ 16:22
13 Referans Kwoze  

ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନେକ ଲୋକଙ୍କର ପାପ ଦୂର କରି ପାରିବେ। ଖ୍ରୀଷ୍ଟ ଦ୍ୱିତୀୟ ଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସେମାନଙ୍କର ମୁକ୍ତି ପାଇଁ ଆସିବେ।


ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସୁଥିବା ଦେଖି କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ। ଯେ ଜଗତର ପାପ ବହିନେଇଯାଆନ୍ତି।


ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: “ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ, ସେ ଲୋକଟି ଅଭିଶାପଗ୍ରସ୍ତ।”


ସେ ପୁନର୍ବାର ଫେରିବେ ଓ ଆମ୍ଭମାନଙ୍କୁ କୃପା କରିବେ। ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦରେ ଦଳି ଦେବେ ଓ ସମସ୍ତ ପାପକୁ ଅତଳ ସମୁଦ୍ରରେ ନେଇ ନିକ୍ଷେପ କରିବେ।


ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।


ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।


ତା'ର କୌଣସି ପାପ ସ୍ମରଣ କରାଯିବ ନାହିଁ। ସେ ତା'ର ଧାର୍ମିକତା ଯୋଗୁଁ ବଞ୍ଚିବ।”


ପୁଣି ହାରୋଣ ସେହି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତରେ ତାହାକୁ ମରୁଭୂମିକୁ ପଠାଇ ଦେବ।


“ତା'ପରେ ହାରୋଣ ସମାଗମ-ତମ୍ବୁକୁ ଆସିବ। ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଯେଉଁ ଶଣବସ୍ତ୍ର ପରିଧାନ କରିଥିଲେ, ତାହାକୁ କାଢ଼ି ଦେବ। ସେ ସେଗୁଡ଼ିକୁ ସମାଗମ-ତମ୍ବୁରେ ଛାଡ଼ିଦେବ।


“ଆଉ ତୁମ୍ଭେ ତୁମ୍ଭର ବାମପାର୍ଶ୍ୱ ହୋଇ ପଡ଼ି ରହିବ। ଏହା ଦେଖାଯାଏ ଯେ, ତୁମ୍ଭେ ନିଜେ ଇସ୍ରାଏଲ ଲୋକମାନଙ୍କର ପାପ ବୋହିଛ। ଯେତେଦିନ ପର୍ଯ୍ୟନ୍ତ ତୁମ୍ଭେ ବାମପାର୍ଶ୍ୱ ହୋଇ ଅପରାଧ ପଡ଼ି ରହିବ,


ପୁଣି ଯାଜକ ସେହି କୁଷ୍ଠରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନେଇ କ୍ଷେତ୍ରଆଡ଼େ ଛାଡ଼ିଦେବ।


Swiv nou:

Piblisite


Piblisite