Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 16:18 - ପବିତ୍ର ବାଇବଲ

18 ଆଉ ସେ ବାହାରକୁ ଆସି ସମ୍ମୁଖସ୍ଥିତ ଯଜ୍ଞବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ଗୋବତ୍ସ ଓ ଛାଗର କିଛି ରକ୍ତ ନେଇ ଯଜ୍ଞବେଦିର ଶୃଙ୍ଗ ଉପରେ ଗ୍ଭରିଆଡ଼େ ଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଆଉ, ସେ ବାହାର ହୋଇ ସମ୍ମୁଖସ୍ଥିତ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ।

Gade chapit la Kopi

ଓଡିଆ ବାଇବେଲ

18 ଆଉ, ସେ ବାହାର ହୋଇ ସମ୍ମୁଖସ୍ଥ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଆଉ, ସେ ବାହାର ହୋଇ ସମ୍ମୁଖସ୍ଥ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ।

Gade chapit la Kopi




ଲେବୀୟ ପୁସ୍ତକ 16:18
14 Referans Kwoze  

ଯାଜକ ସଦାପ୍ରଭୁଙ୍କ ଆଗରେ କିଛି ରକ୍ତ ନେଇ ସମାଗମ-ତମ୍ବୁର ସୁଗନ୍ଧି ଧୂପବେଦିର ପାର୍ଶ୍ୱରେ ରଖିବା ଉଚିତ୍ ହେବ। ତା'ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ଯଜ୍ଞବେଦି ମୂଳରେ ଢାଳିବ।


ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ ଶୌଚ କରିବ। ଇସ୍ରାଏଲ ଲୋକମାନଙ୍କ ଅଶୌଚ ଓ ପାପ ପାଇଁ ସେ ପ୍ରାୟଶ୍ଚିତ କରିବ। ହାରୋଣ ସମାଗମ-ତମ୍ବୁ ପାଇଁ ସେହିପରି କରିବ, କାରଣ ଏହା ଅଶୌଚ ମଧ୍ୟରେ ସେମାନଙ୍କ ସହିତ ବାସ କରେ।


ଆଉ ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦି ଶୃଙ୍ଗ ଉପରେ ଦେବ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ-ତମ୍ବୁର ଦ୍ୱାର ସମୀପକୁ ହୋମବେଦି ମୂଳରେ ଢାଳିବ।


“ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ଯଜ୍ଞବେଦିର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ୟବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରତ୍ୟେକ ବର୍ଷ ଏହା କରିବା ଉଚିତ୍। ଏହି ଯଜ୍ଞବେଦି ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।”


ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ।


ମୁଁ ନିଜକୁ ସେବା ପାଇଁ ପ୍ରସ୍ତୁତ କରୁଛି। ମୁଁ ସେମାନଙ୍କ ପାଇଁ ଏହା କରୁଛି ଯେହେତୁ ସେମାନେ ତୁମ୍ଭର ସେବା ପାଇଁ ପ୍ରକୃତରେ ପ୍ରସ୍ତୁତ ହୋଇପାରିବେ।


ତା'ପରେ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।


“ସେହି ସମୟରେ ହାରୋଣ ପ୍ରାୟଶ୍ଚିତ କରିବା ପାଇଁ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେ ନିଜ ପାଇଁ ନିଜ ଘର ପାଇଁ ଓ ଇସ୍ରାଏଲର ସମସ୍ତ ସମାଜ ପାଇଁ ଯେପର୍ଯ୍ୟନ୍ତ ପ୍ରାୟଶ୍ଚିତ କରି ନାହାନ୍ତି ସେପର୍ଯ୍ୟନ୍ତ ସମାଗମ-ତମ୍ବୁରେ କୌଣସି ମଣିଷ ରହିବେ ନାହିଁ।


ତୁମ୍ଭ ପାଇଁ ପ୍ରାୟଶ୍ଚିତ କରିବାକୁ ପାପାର୍ଥକ ନୈବେଦ୍ୟ ରୂପେ ଏକ ଛାଗ ଉତ୍ସର୍ଗ କରିବା ଉଚିତ୍।


ଆଉ ତୁମ୍ଭେ ତାହାର ରକ୍ତ ନେଇ ଯଜ୍ଞବେଦିର ଗ୍ଭରିକୋଣରେ ଥିବା ଗ୍ଭରି ଶିଙ୍ଗରେ, ଥାକର ଗ୍ଭରିକୋଣ ଉପରେ ଓ ଧାରର ଗ୍ଭରିଆଡ଼େ ଦେବ। ଏହିରୂପେ ତୁମ୍ଭେ ବେଦିକି ଶୁଚି କରି ତାହା ପାଇଁ ପ୍ରାୟଶ୍ଚିତ କରିବ।


“ତୁମ୍ଭେ ଦ୍ୱିତୀୟ ଦିନରେ ପାପାର୍ଥକ ବଳିରୂପେ ଏକ ନିଖୁଣ ପୁଂ ଛାଗ ଉତ୍ସର୍ଗ କରିବ। ଷଣ୍ଢ ଦ୍ୱାରା ଯେପରି ଶୁଚି କରିଥିଲେ ସେପରି ଯଜ୍ଞବେଦିକୁ ଶୁଚି କରିବା ଉଚିତ୍।


ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନେଇ ମନ୍ଦିରର ଚୌକାଠମାନର ଉପରେ ଯଜ୍ଞବେଦି ଥାକର ଗ୍ଭରି କୋଣର ଉପରେ ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବା ଉଚିତ୍।


Swiv nou:

Piblisite


Piblisite