Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 16:14 - ପବିତ୍ର ବାଇବଲ

14 ତହୁଁ ସେ ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବଆଡ଼େ ଅଙ୍ଗୁଳିରେ ଛିଞ୍ଚିବ। ପୁଣି ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତଥର ସେହି ରକ୍ତ ଛିଞ୍ଚିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତହୁଁ ସେ ସେହି ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବ ଆଡ଼େ ଅଙ୍ଗୁଳି ଦ୍ଵାରା ଛିଞ୍ଚିବ; ପୁଣି, ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ଵାରା ସାତ ଥର ସେହି ରକ୍ତ ଛିଞ୍ଚିବ।

Gade chapit la Kopi

ଓଡିଆ ବାଇବେଲ

14 ତହୁଁ ସେ ସେହି ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବ ଆଡ଼େ ଅଙ୍ଗୁଳି ଦ୍ୱାରା ଛିଞ୍ଚିବ; ପୁଣି, ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତ ଥର ସେହି ରକ୍ତ ଛିଞ୍ଚିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତହୁଁ ସେ ସେହି ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବ ଆଡ଼େ ଅଙ୍ଗୁଳି ଦ୍ୱାରା ଛିଞ୍ଚିବ; ପୁଣି, ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତ ଥର ସେହି ରକ୍ତ ଛିଞ୍ଚିବ।

Gade chapit la Kopi




ଲେବୀୟ ପୁସ୍ତକ 16:14
14 Referans Kwoze  

ବର୍ତ୍ତମାନ ସେ ମଧ୍ୟ ଆମ୍ଭକୁ ସାହାଯ୍ୟ କରିବା ପାଇଁ ସେଠାରେ ପରମେଶ୍ୱରଙ୍କ ଆଗରେ ଅଛନ୍ତି। ମହାଯାଜକ ମହାପବିତ୍ର ସ୍ଥାନରେ ବର୍ଷକୁ ଥରେ ମାତ୍ର ପ୍ରବେଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍ତେ ରକ୍ତ ନେଇ ଯାଆନ୍ତି। କିନ୍ତୁ ସେ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାଯାଜକ ଯେପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ ସେଭଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ୱର୍ଗରେ ପ୍ରବେଶ କରି ନ ଥିଲେ।


ଯେଉଁ ଲୋକମାନେ ଉପାସନାସ୍ଥଳରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହନ୍ତି ସେମାନଙ୍କ ଉପରେ ଛେଳି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଉଥିଲା। ସେହି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।


ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛେଳିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହନ୍ତି।


କିନ୍ତୁ ଦ୍ୱିତୀୟ ବଖରା ଭିତରକୁ କେବଳ ବର୍ଷରେ ଥରେ ମହାଯାଜକ ଯାଇ ପାରୁଥିଲେ। ମହାଯାଜକ ଉତ୍ସର୍ଗ କରିବାର ରକ୍ତ ନ ନେଇ କଦାପି ସେଠାରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସେହି ରକ୍ତ ପରମେଶ୍ୱରଙ୍କୁ ଅର୍ପଣ କରୁଥିଲେ।


ତା'ପରେ ସେ ଅଭିଷେକାର୍ଥକ ତୈଳ ପାଇଁ ରଖାଯାଇଥିବା ତୈଳ ନେଲେ ଏବଂ ଏହା ଯଜ୍ଞବେଦି ଉପରେ ସାତଥର ଛିଞ୍ଚିଲେ। ସେ ଯଜ୍ଞବେଦି, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର, ରୁଖା ଓ ଅନ୍ୟାନ୍ୟ ବସ୍ତୁକୁ ପବିତ୍ର କରିବାକୁ ଅଭିଷେକ କଲେ।


ପୁଣି ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ବୁଡ଼ାଇ ସଦାପ୍ରଭୁଙ୍କ ସମ୍ମୁଖରେ ବିଚ୍ଛେଦ ବସ୍ତ୍ର ଆଗରେ ସାତଥର ଛିଞ୍ଚିବ।


ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ ନିକଟକୁ ଆସିଛ।


ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟରେ ଏପରି କରି ପାରିବା।


ମୋଶା ପବିତ୍ର ତମ୍ବୁ ଉପରେ ସେହି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ବସ୍ତୁ ଉପରେ ମଧ୍ୟ ସେ ସେହି ରକ୍ତ ଛିଞ୍ଚିଲେ।


ତା'ପରେ ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତଥର ଛିଞ୍ଚି ଅଶୁଚି ବେଦିକୁ ଶୁଦ୍ଧ କରିବ ଓ ଇସ୍ରାଏଲ ଲୋକମାନଙ୍କ ଅଶୌଚରୁ ତାହା ଶୁଚି କରିବ।


ଯାଜକ ଇଲିୟାସର ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତକୁ ନେଇ ପବିତ୍ର ତମ୍ବୁ ସମ୍ମୁଖରେ ସାତଥର ଛିଞ୍ଚିବ।


Swiv nou:

Piblisite


Piblisite