Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 16:11 - ପବିତ୍ର ବାଇବଲ

11 “ତା'ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲା, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାୟଶ୍ଚିତ କରିବ, ପୁଣି ନିଜ ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏଉତ୍ତାରେ ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।

Gade chapit la Kopi

ଓଡିଆ ବାଇବେଲ

11 ଏଥିଉତ୍ତାରେ ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିଉତ୍ତାରେ ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।

Gade chapit la Kopi




ଲେବୀୟ ପୁସ୍ତକ 16:11
6 Referans Kwoze  

ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥିରେ ପ୍ରାୟଶ୍ଚିତ କରିବ।


କିନ୍ତୁ ଦ୍ୱିତୀୟ ବଖରା ଭିତରକୁ କେବଳ ବର୍ଷରେ ଥରେ ମହାଯାଜକ ଯାଇ ପାରୁଥିଲେ। ମହାଯାଜକ ଉତ୍ସର୍ଗ କରିବାର ରକ୍ତ ନ ନେଇ କଦାପି ସେଠାରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସେହି ରକ୍ତ ପରମେଶ୍ୱରଙ୍କୁ ଅର୍ପଣ କରୁଥିଲେ।


ସେ ଅନ୍ୟ ଯାଜକମାନଙ୍କ ଭଳି ନୁହନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସେମାନଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।


“ହାରୋଣ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପୂର୍ବରୁ ପ୍ରାୟଶ୍ଚିତର ଦିନ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଓ ହୋମବଳି ରୂପେ ଏକ ମେଷଛୁଆ ପ୍ରାୟଶ୍ଚିତ ଦିନ ଉତ୍ସର୍ଗ କରିବ।


ଆଉ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରିବ। ଆଉ ମଧ୍ୟ ସେ ଯାଜକଗଣ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ କରିବ।


ତା'ପରେ ମୋଶା ହାରୋଣଙ୍କୁ କହିଲେ, “ଯଜ୍ଞବେଦି ନିକଟକୁ ଆସ ଓ ଲୋକମାନଙ୍କ ଦ୍ୱାରା କରାଯାଇଥିବା ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳି ଓ ହୋମବଳି ଉତ୍ସର୍ଗ କର। ତା'ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦେଇଛନ୍ତି।”


Swiv nou:

Piblisite


Piblisite