Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 15:8 - ପବିତ୍ର ବାଇବଲ

8 “କ୍ଷରଣକାରୀ ବ୍ୟକ୍ତି ଯଦି ଶୁଚି ଲୋକ ଉପରେ ଛେପ ପକାଏ ତେବେ ସେ ବ୍ୟକ୍ତି ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ, ପ୍ରମେହୀ ଯେବେ ଶୁଚି ଲୋକର ଦେହରେ ଛେପ ପକାଏ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi

ଓଡିଆ ବାଇବେଲ

8 ଆଉ, ପ୍ରମେହୀ ଯଦି ଶୁଚି ଲୋକର ଦେହରେ ଛେପ ପକାଏ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ, ପ୍ରମେହୀ ଯଦି ଶୁଚି ଲୋକର ଦେହରେ ଛେପ ପକାଏ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi




ଲେବୀୟ ପୁସ୍ତକ 15:8
11 Referans Kwoze  

କେତେକ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳରେ ପ୍ରବେଶ କରିଛନ୍ତି। ସେମାନେ ସେମାନଙ୍କର କାର୍ଯ୍ୟ ପାଇଁ ଦୋଷୀ ବିବେଚିତ ହୋଇ ସାରିଲେଣି। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ୱରଙ୍କର ବିରୋଧୀ। ସେମାନେ ପାପପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଆମ୍ଭ ପରମେଶ୍ୱରଙ୍କର ଅନୁଗ୍ରହକୁ ଅପବ୍ୟବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।


“ତୁମ୍ଭେମାନେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦକାର୍ଯ୍ୟରୁ ନିବୃତ୍ତ ହୁଅ। ମୁଁ ତୁମ୍ଭମାନଙ୍କର ସେହି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।


ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।


ଆଉ ଯଦି କେହି କ୍ଷରଣକାରୀଙ୍କୁ ଛୁଇଁବ ତେବେ ସେ ତା'ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


କ୍ଷରଣକାରୀ ଯେଉଁ ଘୋଡ଼ାର ସାଜ ଉପରେ ବସେ ସେ ମଧ୍ୟ ଅଶୁଚି ହେବ।


ଆଉ ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ, ଯେକେହି ସେମାନଙ୍କର ଶବ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ଆଉ ସେହି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତେବେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”


Swiv nou:

Piblisite


Piblisite