Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 15:27 - ପବିତ୍ର ବାଇବଲ

27 ପୁଣି ଯେକେହି ସେହିସବୁ ଜିନିଷ ଛୁଇଁବ, ସେ ଅଶୁଚି ହେବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ପୁଣି, ଯେକେହି ତାହା ସବୁ ଛୁଏଁ, ସେ ଅଶୁଚି ହେବ ଓ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi

ଓଡିଆ ବାଇବେଲ

27 ପୁଣି, ଯେକେହି ସେହି ସମସ୍ତ ଛୁଇଁବ, ସେ ଅଶୁଚି ହେବ ଓ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ପୁଣି, ଯେକେହି ସେହି ସମସ୍ତ ଛୁଇଁବ, ସେ ଅଶୁଚି ହେବ ଓ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Gade chapit la Kopi




ଲେବୀୟ ପୁସ୍ତକ 15:27
15 Referans Kwoze  

ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।


ଆମ୍ଭର ଦେହ ଶୁଦ୍ଧ ଜଳରେ ସ୍ନାନ କରିଛି। ଅତଏବ ପରମେଶ୍ୱରଙ୍କ ପାଖକୁ ସତ୍ୟନିଷ୍ଠା ହୃଦୟରେ ଆସ। ଆମ୍ଭ ବିଶ୍ୱାସ ହେତୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।


ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପାରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁଣ ବଳିସ୍ୱରୂପେ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ଯ୍ୟରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦେବ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ୟ ପବିତ୍ର କରିବ। ଆମ୍ଭେ ପବିତ୍ର ହୋଇ ଜୀବନ୍ତ ପରମେଶ୍ୱରଙ୍କର ସେବା କରି ପାରିବା।


ମାତ୍ର ସେତେବେଳେ, ଏକ ନିର୍ଝର ଦାଉଦର ପରିବାର ଓ ଯିରୁଶାଲମ ନିବାସୀ ପାଇଁ ଖୋଲା ହେବ। ସେହି ଝରଣା ସେମାନଙ୍କର ପାପସବୁ ଓ ଅପବିତ୍ରତାକୁ ଧୋଇଦେବ।


ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅଶୌଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ୟକୁ ଆହ୍ୱାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ଆଣିବି ନାହିଁ।


ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।”


ଯଦି କୌଣସି ବ୍ୟକ୍ତି ତା'ର ଶଯ୍ୟା ଛୁଇଁବ ସେ ତା'ର ବସ୍ତ୍ର ଧୋଇବ ଓ ସେ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


“କ୍ଷରଣକାରୀ ଯେତେବେଳେ ନିଜ କ୍ଷରଣ ସକାଶେ ଶୁଚି ହୁଏ, ସେତେବେଳେ ସେ ଶୌଚକ୍ରିୟା ନିମନ୍ତେ ସାତ ଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସ୍ରୋତ ଜଳରେ ସ୍ନାନ କରିବ। ତେବେ ସେ ଶୁଚି ହେବ।


ଯଦି ସେହି ରକ୍ତସ୍ରାବ ଗ୍ଭଲିଥିବା ସମୟରେ ସେ କୌଣସି ଶଯ୍ୟାରେ ଶୟନ କରେ, ତେବେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା’ ମଧ୍ୟ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ।


ପୁଣି ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆଉ ସାତ ଦିନ ଅପେକ୍ଷା କରିବ। ତା'ପରେ ସେ ଶୁଚି ହେବ।


ଆଉ ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ, ଯେକେହି ସେମାନଙ୍କର ଶବ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ଆଉ ସେହି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତେବେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”


Swiv nou:

Piblisite


Piblisite